Advertisment

ଇ-ରିକ୍ସା ଚାଳକଙ୍କ ମହାନତା: ଫେରାଇଦେଲେ ପାଇଥିବା ୨୫ ଲକ୍ଷ ଟଙ୍କା

ମହମ୍ମଦଙ୍କ ଏପରି କାର୍ଯ୍ୟକୁ ଭୂରି ଭୂରି  ପ୍ରଶଂସା କରିଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
E-Rickshaw Driver Returns Bag With 25 lakh Cash To Cop

An e-rickshaw driver displayed a high degree of honesty

ଇ-ରିକ୍ସା ଚାଳକଙ୍କ ମହାନତା। ପାଇଥିବା ଟଙ୍କାକୁ ଫେରାଇଦେଲେ। କେତେ ଟଙ୍କା ଫେରାଇଲେ ଜାଣିଲେ ଚକିତ ହୋଇଯିବେ। ଶହେ କି ହଜାର ନୁହେଁ, ପାଇଥିବା ୨୫ ଲକ୍ଷ ଟଙ୍କା ସେ ଫେରାଇଛନ୍ତି। ରିକ୍ସା ଡ୍ରାଇଭର ଆସ୍ ମହମ୍ମଦ ଗାଜିଆବାଦ ସ୍ଥିତ ମୋଦିନଗରକୁ ଯାତ୍ରୀଙ୍କୁ ନେଅଯାଉଥିବା ବେଳେ ରାସ୍ତାକଡ଼ରେ ଏକ ବ୍ୟାଗ ପଡ଼ିଥିବା ଦେଖିଥିଲେ। ବ୍ୟାଗ୍‌ଟି ବନ୍ଦ ହୋଇ ପଡ଼ିଥିଲା। ସେଠାରୁ ସେ ବ୍ୟାଗ୍‌ ଆଣିବା ସହ ଏହା କାହାର ହୋଇଥିବା ତାହା ଚିହ୍ନଟ କରିପାରିନଥିଲେ ଓ କେହି ବି ସଠିକ୍ ତଥ୍ୟ ଦେଇପାରିନଥିଲେ। ମହମ୍ମଦ ଶେଷରେ ଏହି ଟଙ୍କାଭର୍ତ୍ତି ବ୍ୟାଗ୍‌କୁ ମୋଦିନଗର ପୋଲିସ୍‌ ଷ୍ଟେସନକୁ ଯାଇ ପୋଲିସକୁ ହସ୍ତାନ୍ତର କରିଥିଲେ। 

Advertisment

ଅଧିକ ପଢ଼ନ୍ତୁ: ବିମାନ କର୍ମଚାରୀ ଅଭିଷେକଙ୍କ ମହାନତା; ଗର୍ଭବତୀଙ୍କ ପାଇଁ ସାଜିଲେ ରକ୍ଷକ

ପୋଲିସକୁ ବ୍ୟାଗ୍‌କୁ ସର୍ଚ୍ଚ କରିବା ପରେ ସେଥିରୁ ୨୫ ଲକ୍ଷର ଟଙ୍କା ବାହାରିଥିଲା, ଯେଉଁଥିରେ ୫୦୦ ଟଙ୍କିଆ ୫୦ଟି ବଣ୍ଡଲ୍‌ ରହିଥିଲା। ଏହା ଦେଖିବା ପରେ ଉପସ୍ଥିତ ପୋଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମହମ୍ମଦଙ୍କ ଏପରି କାର୍ଯ୍ୟକୁ ଭୂରି ଭୂରି  ପ୍ରଶଂସା କରିଥିଲେ। ଡିସିପି ଡ୍ରାଇଭର ମହମ୍ମଦଙ୍କ ମହାନତା ଦେଖି ମାନପତ୍ର ପ୍ରଦାନ କରିଥିଲେ। ଏହାସହ ଟ୍ୱିଟ୍‌ କରି ଫଟୋ ସେୟାର କରିଥିଲେ। 

Advertisment

ଟ୍ୱିଟ୍‌ରେ ଲେଖା ହୋଇଛି ଯେ  ରାସ୍ତାରେ ପଡ଼ିଥିବା ଟଙ୍କା ଭର୍ତ୍ତି ବ୍ୟାଗ୍‌କୁ ପାଇ ଫେରାଇବା ସହ ଇ ରିକ୍ସା ଡ୍ରାଇଭର ମାନବିକତାର ଉଦାହରଣ ସାଜିଛନ୍ତି। ଏଥିପାଇଁ ଡିସିପି ଗ୍ରାମିଣ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଛି। ବର୍ଷକ ତଳେ ଏହିଭଳି ଘଟଣା ଘଟିଥିଲା। ଜଣେ ଅଟୋ ଡ୍ରାଇଭର ସୁନା ଅଳଙ୍କାର ସହ ୬ ଲକ୍ଷ ୫୦ ହଜାର ଟଙ୍କାର ଟଙ୍କା ଫେରାଇଦେଇ ପ୍ରଶଂସା ସାଉଁଟିଥିଲେ। 

E-rickshaw DCP
Advertisment
Advertisment