Advertisment

Amit Shah Slams Congress: ‘ଦେଶର ବିଭାଜନ ପାଇଁ ବି ଦାୟୀ କଂଗ୍ରେସ’

ସଂସଦରେ କଂଗ୍ରେସକୁ ଧୋଇଲେ ଶାହ । ତଥ୍ୟ ଗଣାଇଲେ, ବିରୋଧୀଙ୍କୁ ବର୍ଷିଲେ ।

author-image
Sujit kumar Swain
ଅଦ୍ୟତନ ହୋଇଛି
Amit Shah Slams Congress

Amit Shah Slams Congress

ପାକିସ୍ତାନକୁ ଜନ୍ମ ଦେଲା କଂଗ୍ରେସ, ଦେଶର ବିଭାଜନ ପାଇଁ ବି ଦାୟୀ କଂଗ୍ରେସ। ପାକିସ୍ତାନ ଜନ୍ମ ହେଲା, ଆଉ ଆତଙ୍କବାଦୀଙ୍କୁ ଜନ୍ମ ଦେଲା। ଆଜି କିଛି ଏଭଳି ଭାବେ ବିରୋଧୀଙ୍କୁ କଡ଼ା ନିଶାନା କରିଛନ୍ତି ଶାହ। ନେହରୁଠୁ ଆରମ୍ଭ କରି ରାହୁଲ ଗାନ୍ଧି ଯାଏ ଗୋଟି ଗୋଟି କରି ସବୁ କଂଗ୍ରେସ ତୁଙ୍ଗ ନେତୃତ୍ବଙ୍କ ଭୁଲକୁ ଆଜି ସଂସଦରେ ଗଣାଇଛନ୍ତି ଶାହ।।

Advertisment

POKର ଗଠନ କେବଳ ନେହରୁଙ୍କ ପାଇଁ ହୋଇଥିଲା, ୧୯୬୫ ଯୁଦ୍ଧରେ ‘ହାଜି ପିର୍’ ଅକ୍ତିଆର କରିଥିଲା ଭାରତ କିନ୍ତୁ ୧୯୬୬ରେ ପାକିସ୍ତାନକୁ ଫେରାଇ ଦେଇଥିଲେ ନେହରୁ। ସିନ୍ଧୁ ଚୁକ୍ତିରେ ୮୦ ପ୍ରତିଶତ ସିନ୍ଧୁ ନଦୀର ପାଣି ପାକିସ୍ତାନକୁ ଦିଆଯାଇଥିଲା। ପୁଣି ସିମଲା ଚୁକ୍ତି ହେଲା କିନ୍ତୁ POK ଆଣିଲେନି। ୧୯୬୨ ଯୁଦ୍ଧରେ ୩୮ ହଜାର ବର୍ଗ କିଲୋମିଟର୍ ‘ଅକସାଇ ଚୀନ’ ଭାରତ ପାଖରେ ଥିଲା କିନ୍ତୁ ୩୮ ହଜାର ବର୍ଗ କିଲୋମିଟର୍ ଚୀନକୁ ଫେରାଇ ଦେଇଥିଲେ ନେହରୁ। ଇନ୍ଦିରାଙ୍କ ସମୟରେ ୧୯୭୧ରେ ୯୩ ହଜାର ଯୁଦ୍ଧ ବନ୍ଦୀ ପାକିସ୍ତାନର ଥିଲେ, ୧୫ ହଜାର ବର୍ଗ କିଲୋମିଟର୍ ଭାରତ ଜିତିଥିଲା। କିନ୍ତୁ ତାକୁ ବି ଫେରାଇ ଥିଲେ ଇନ୍ଦିରା। ଖାଲି ଏତିକି ନୁହେଁ, ଡୋକଲାମ୍ ସଂଘର୍ଷ ବେଳେ ରାହୁଲ ଗାନ୍ଧି ଚୀନ ରାଷ୍ଟ୍ରଦୂତଙ୍କ ସହ ମିଟିଂ କରୁଥିଲେ। ଏହା ହିଁ ଦର୍ଶାଉଛି ନେହରୁ, ଇନ୍ଦିରା, ସୋନିଆ ଏବଂ ରାହୁଲଙ୍କ ପାକିସ୍ତାନ ଓ ଚୀନ ପ୍ରୀତି ବୋଲି ଶାହ କହି କଂଗ୍ରେସ ଉପରେ ପ୍ରବଳ ବର୍ଷିଛନ୍ତି।

Amit Shah Congress
Advertisment
Advertisment