/odishatv-khabar/media/post_attachments/uploadimage/library/16_9/16_9_0/IMAGE_1672922444.jpg)
Amit Shah On Ram Mandir
୨୦୨୪ ଜାନୁଆରୀ ୧ ସୁଦ୍ଧା ସରିବ ରାମ ମନ୍ଦିର କାମ । ଏନେଇ ଖୋଲା ଖୋଲି ଘୋଷଣା କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ତ୍ରିପୁରାରେ ଏକ ସାଧାରଣ ସଭାରେ ଭାଷଣ ଦେଉଥିବା ବେଳେ ଶାହା ଏଭଳି ଘୋଷଣା କରିଛନ୍ତି । ସେ କହିଛନ୍ତି ଜାନୁଆରୀ ୧ ସୁଦ୍ଧା ରାମ ମନ୍ଦିର ପୂରା ପ୍ରସ୍ତୁତ ହୋଇଯିବ ।
ଖାଲି ସେତିକି ନୁହେଁ ରାମ ମନ୍ଦିର ନିର୍ମାଣ ନେଇ କଂଗ୍ରେସ ଉପରେ ବର୍ଷିଛନ୍ତି ଅମିତ ଶାହା । ସେ କହିଛନ୍ତି ରାମ ମନ୍ଦିର ନିର୍ମାଣ କାମରେ କଂଗ୍ରେସ ପ୍ରତିବନ୍ଧକ ସାଜୁଥିଲା । କୋର୍ଟଙ୍କ ସାହାର୍ଯ୍ୟ ନେଇ ରାମ ମନ୍ଦିର କାମକୁ ଅଟକାଇ ରଖିଥିଲା କଂଗ୍ରେସ । ହେଲେ ଯେବେଠାରୁ ରାମ ମନ୍ଦିର ନିର୍ମାଣ ପାଇଁ କୋର୍ଟ ଅନୁମତି ଦେଇଛନ୍ତି ସେବେଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ମନ୍ଦିର ନିର୍ମାଣ କାମରେ ଲାଗି ପଡ଼ିଛନ୍ତି । ଏବେ ଏଥିରେ କେହି ବାଧା ସୃଷ୍ଟି କରିପାରିବେ ନାହିଁ । ଯାହା ହୋଇଗଲେ ବି ଆଗାମୀ ଜାନୁଆରୀ ପହିଲା ସୁଦ୍ଧା ରାମ ମନ୍ଦିର କାମ ଶେଷ ହେବ । ଅର୍ଥାତ୍ ଆଗାମୀ ବର୍ଷକ ମଧ୍ୟରେ ସରିବ ରାମ ମନ୍ଦିର କାମ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)