Advertisment

‘ନେହରୁଙ୍କ ଭୁଲ୍ ପାଇଁ ସୃଷ୍ଟି ହୋଇଛି POK’: ଅମିତ ଶାହ

ଆଜି ଲୋକସଭାରେ ଗୃହ ମନ୍ତ୍ରୀ ଅମିତ ଶାହ କାଶ୍ମୀର ପ୍ରସଙ୍ଗରେ ନେହରୁଙ୍କର ଦୁଇଟି ଭୁଲ୍ ବିଷୟରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ନେହରୁଙ୍କର ପ୍ରଥମ ଭୁଲ ଥିଲା ଯେ ସେ ୧୯୪୭ ମସିହାରେ ଯେତେବେଳେ ଆମ ସେନା ବିଜୟୀ ହେଉଥିଲା ସେ ସମୟରେ ନେହରୁ ଅସ୍ତ୍ରବିରତି ଘୋଷଣା କରିଥିଲେ।

author-image
Santosh Kumar Sahoo
 Amit Shah blames Nehru for PoK ‘blunder’

Amit Shah blames Nehru for PoK ‘blunder’

ଲୋକସଭାରେ ବୁଧବାର କେନ୍ଦ୍ର ଗୃହ ମନ୍ତ୍ରୀ ଜମ୍ମୁ-କଶ୍ମୀର ସଂରକ୍ଷଣ (ସଂଶୋଧନ) ବିଲ୍ ୨୦୨୩ ଏବଂ ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍ ୨୦୨୩ ଉପସ୍ଥାପିତ କରିଥିଲେ। ଏହି ଦୁଇଟି ବିଲ୍‌ ଉପରେ ଆଲୋଚନା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କୁ ଟାର୍ଗେଟ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ନେହରୁଙ୍କ ଭୁଲ ଯୋଗୁଁ ପିଓକେ ସୃଷ୍ଟି ହୋଇଛି ବୋଲି ସେ କହିଛନ୍ତି। ପଣ୍ଡିତ ନେହେରୁ ପ୍ରଧାନମନ୍ତ୍ରୀ ଥିବା ସମୟରେ ଦୁଇଟି ବଡ଼ ଭୁଲ ହୋଇଥିଲା, ଯେଉଁଥିପାଇଁ କାଶ୍ମୀର ବର୍ଷ ବର୍ଷ ଧରି କ୍ଷତି ସହିଥିଲା। ଅମିତ ଶାହଙ୍କ ଏହି ଅଭିଭାଷଣ ପରେ ଗୃହରେ କଂଗ୍ରେସ ସାଂସଦ ଏହାକୁ ବିରୋଧ କରିବା ସହ ଗୃହରେ ହଙ୍ଗାମା କରିଥିଲେ।

Advertisment

ଆଜି ଲୋକସଭାରେ ଗୃହ ମନ୍ତ୍ରୀ ଅମିତ ଶାହ କାଶ୍ମୀର ପ୍ରସଙ୍ଗରେ ନେହରୁଙ୍କର ଦୁଇଟି ଭୁଲ୍ ବିଷୟରେ ଉଲ୍ଲେଖ କରିଥିଲେ । ସେ କହିଥିଲେ ଯେ ନେହରୁଙ୍କର ପ୍ରଥମ ଭୁଲ ଥିଲା ଯେ ସେ ୧୯୪୭ ମସିହାରେ ଯେତେବେଳେ ଆମ ସେନା ବିଜୟୀ ହେଉଥିଲା ସେ ସମୟରେ ନେହରୁ ଅସ୍ତ୍ରବିରତି ଘୋଷଣା କରିଥିଲେ। ଯଦି ଅସ୍ତ୍ରବିରତି ଘୋଷଣା ନେହରୁ ଆଉ ତିନି ଦିନ ପରେ କରିଥାନ୍ତେ ତେବେ POK ଆଜି ଭାରତର ଏକ ଅଂଶ ହୋଇ ରହିଥାନ୍ତା । ଏହା ପରେ ଦ୍ୱିତୀୟ ଭୁଲ ବିଷୟରେ ଉଲ୍ଲେଖ କରି ଶାହ କହିଥିଲେ ଯେ ନେହରୁ ଜାମ୍ମୁ କାଶ୍ମୀର ପ୍ରସଙ୍ଗକୁ ମିଳିତ ଜାତିସଂଘକୁ ନେଇଥିଲେ, ଯାହା ଏକ ବଡ଼ ଭୁଲ ଥିଲା । ଅମିତ ଶାହଙ୍କ ଏହି ବୟାନ ପରେ ଗୃହରେ କଂଗ୍ରେସ ସାଂସଦ ତୀବ୍ର ବିରୋଧ କରିଥିଲେ।

ଅମିତ ଶାହଙ୍କ ଏହି ବୟାନ ପରେ ପ୍ରତିକ୍ରିୟା ରଖିଥିଲେ ବିରୋଧୀ ଦଳ ନେତା ଅଧିର ରଞ୍ଜନ ଚୌଧୁରୀ। ସେ କହିଛନ୍ତି ଯେ, ବିଜେପି ନେତାଙ୍କ ଅନୁସାରେ ନେହରୁ ଦେଶ ପାଇଁ କ୍ଷତିକାରକ ଓ ତାଙ୍କ (ବିଜେପି) ସରକାର ଦେଶ ପାଇଁ ଲାଭଦାୟକ। ତେବେ ଏହି ପ୍ରସଙ୍ଗରେ ସଂସଦରେ ଗୋଟିଏ ଦିନ ଆଲୋଚନା ହେବା ଉଚିତ୍। ଏହା ପରେ ପ୍ରକୃତ ସତ ସାମ୍ନାକୁ ଆସିବ ବୋଲି କହିଥିଲେ ଅଧିର ରଞ୍ଜନ ଚୌଧୁରୀ। ତେବେ ସଂସଦରେ ଏହି ପ୍ରସଙ୍ଗ ଉପରେ ଚର୍ଚ୍ଚା ପାଇଁ ପ୍ରସ୍ତୁତ ବୋଲି ଅଧିର ଚୌଧୁରୀଙ୍କୁ କହିଥିଲେ ଗୃହମନ୍ତ୍ରୀ ଅମିତ ଶାହ।

Advertisment
Amit Shah India Lok Sabha Jawaharlal Nehru
Advertisment
Advertisment