Advertisment

‘ବୁଲେଟ୍‌ ପ୍ରୁଫ୍‌’ କାର୍‌ ଛାଡ଼ି ଅଟୋ ଚଳାଇ ଯାଉଛନ୍ତି ୪ ଆମେରିକୀୟ କୂଟନୀତିଜ୍ଞ

ସରିନଙ୍କ କହିବା କଥା ଆମେରିକାର ନାଗରିକ ହେଲେ ବି ଭାରତ ମୋ ଜନ୍ମମାଟି।

author-image
Chandan Shishu
ଅଦ୍ୟତନ ହୋଇଛି
American diplomats

American diplomats to India drive auto rickshaw to reach office

ଆନ୍ ମାସନ, ରୁଥ୍ ହଲକବର୍ଗ, ସରିନ କିଟରମ୍ୟାନ୍ ଓ ଜେନିଫର ବାୟଓ୍ୱାଟର୍ସ ନୂଆଦିଲ୍ଲୀରେ ଅବସ୍ଥାପିତ ଏହି ୪ ଆମେରିକୀୟ ମହିଳା ଡିପ୍ଲୋମାଣ୍ଟଙ୍କ ଅଟୋ ରିକ୍ସା ଯାତ୍ରାକୁ ନେଇ ଚର୍ଚ୍ଚା। ବୁଲେଟ୍ ପ୍ରୁଫ୍ କାର୍ ଛାଡି ଅଟୋରେ ଯାଆସ କରିବାରେ ଏମାନଙ୍କର ସଉକ୍। ରୋଚକ କଥା ଏମାନେ କୌଣସି ଭଡ଼ା ଅଟୋ ରିକ୍ସାରେ ଯାଆସ କରନ୍ତିନି ନିଜେ ଅଟୋ ରିକ୍ସା କିଣିଛନ୍ତି, ଡ୍ରାଇଭିଂ ଶିଖିଛନ୍ତି। ଡିପ୍ଲୋମାଟଙ୍କ ଆବଶ୍ୟକତା ଅନୁସାରେ ଏହାକୁ ସଜାଇଛନ୍ତି, ଅଟୋର ସ୍ବତନ୍ତ୍ର ନାଁ ଦେଇଛନ୍ତି ଓ ଦୈନିକ ଏଥିରେ ଅଫିସ ଓ ଅନ୍ୟାନ୍ୟ ସ୍ଥାନକୁ ଯାଉଛନ୍ତି। ତେବେ କେବଳ ମଜା ଉଦ୍ଦେଶ୍ୟରେ ନୁହେଁ ଅନ୍ୟମାନଙ୍କ ଲାଗୁ ଉଦାହରଣ ସୃଷ୍ଟି କରିବା ସେମାନଙ୍କ ଲକ୍ଷ୍ୟ ବୋଲି କହିଛନ୍ତି ୪ ମହିଳା ଡିପ୍ଲୋମାଟ୍।

Advertisment

ଅଧିକ ପଢ଼ନ୍ତୁ: ଏମିତି ରାସ୍ତା ଯେଉଁଥିରେ ଚାଲିଲେ ଉତ୍ପାଦନ ହେଉଛି ବିଦ୍ୟୁତ ଶକ୍ତି ! ଦେଖନ୍ତୁ ଭିଡିଓ..

ଡିପ୍ଲୋମାଟ୍ ଆନ୍ ମାସନ କହନ୍ତି ପୂର୍ବରୁ ସେ ପାକିସ୍ତାନରେ ଥିଲେ। ସେଠାରେ ଅଟୋକୁ ଦେଖି ଏହା ପ୍ରତି ଆକର୍ଷିତ ହୋଇଥିଲେ ମାତ୍ର ଭାରତରେ ଅଟୋ ଚଳାଇବାର ସୁଯୋଗ ପାଇଛନ୍ତି। ଯାହାକୁ ନେଇ ସେ ବେଶ ଖୁସି। କର୍ଣ୍ଣାଟକ ଜନ୍ମିତ ସରିନଙ୍କ କହିବା କଥା ଆମେରିକାର ନାଗରିକ ହେଲେ ବି ଭାରତ ମୋ ଜନ୍ମମାଟି। ମେକ୍ସିକୋ ରାଷ୍ଟ୍ରଦୂତ ଅଟୋ ରିକ୍ସାରେ ଯାଉଥିବା ଦେଖି ସେ ପ୍ରେରଣା ପାଇଥିବା କହିଛନ୍ତି ସରିନ୍।

Advertisment

ନିଜ ଅଟୋକୁ ବ୍ଲାକ୍ ବ୍ୟୁଟି ନାଁ ଦେଇଥିବା ରୁଥ୍ କହିଛନ୍ତି ଯେ ଅଟୋରେ ଯିବା ଦ୍ୱାରା ରାସ୍ତାରେ ସେ ବହୁ ଲୋକଙ୍କୁ ଦେଖିବାର ସୁଯୋଗ ପାଆନ୍ତି, ସେମାନଙ୍କ ସହ କଥା ହୁଅନ୍ତି। ଲୋକଙ୍କ ସହ ମିଶିବା, ସେମାନଙ୍କ ସହ ସଂପର୍କ ବଢାଇବା ହିଁ ଡିପ୍ଲୋମାସି ବୋଲି ମତ ଦିଅନ୍ତି ରୁଥ୍। ସେହିପରି ଡିପ୍ଲୋମାଟ ବାୟଓ୍ୱାଟର୍ସ କହିଛନ୍ତି ଯେ ଭିନ୍ନ କିଛି କରିବା ତାଙ୍କର ରୁଚି ଚ୍ୟାଲେଞ୍ଜିଂ ହେଲେ ମଧ୍ୟ ସେ ତାହା କରିବାକୁ ପସନ୍ଦ କରନ୍ତି।

ଦିଲ୍ଲୀ ରାସ୍ତାରେ ଅଟୋ ରିକ୍ସା ଚଳାଇବାର ସ୍ବତନ୍ତ୍ର ଅନୁଭୂତି ବର୍ଣ୍ଣନା କରିଛନ୍ତି ୪ ଆମେରିକୀୟ ମହିଳା ଡିପ୍ଲୋମାଟ୍ ଟ୍ରାଫିକ୍ ସମସ୍ୟା ଓ ଶହ ଶହ ଅଟୋ ରିକ୍ସା ମଧ୍ୟରେ ନିଜ ରାସ୍ତା ବାଛିବା କଷ୍ଟସାଧ୍ୟ ହୋଇଥିଲେ ମଧ୍ୟ ଅଟୋ ଯାତ୍ରାକୁ ସେମାନେ ବେଶ ଉପଭୋଗ କରୁଥିବା କହିଛନ୍ତି।

Advertisment
Advertisment