Viral Video: ଗିଫ୍ଟ ଦେବା ବେଳେ ଷ୍ଟେଜ୍‌ ଉପରେ ହେଲା ହୃଦଘାତ, ନବଦମ୍ପତିଙ୍କ ସାମ୍ନାରେ ଚାଲିଗଲା ସାଙ୍ଗର ଜୀବନ

ଜଣେ ବ୍ୟକ୍ତି ବର ଓ କନ୍ୟାଙ୍କୁ ଶୁଭକାମନା ଓ ଗିଫ୍ଟ ଦେବା ସମୟରେ ମଞ୍ଚରେ ହୃଦଘାତର ଶିକାର ହୋଇଥିଲେ । ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଗିଫ୍ଟ ଦେଉଥିଲେ ଚାଲିଗଲା ଜୀବନ

ଏବେ ସାରା ଦେଶରେ ବାହାଘରର ମାହୋଲ ରହିଛି । ଏହି ବିବାହ ଋତୁରେ କେହି କେହି ସେମାନଙ୍କ ବିବାହକୁ ଅପେକ୍ଷା କରିଥିବାବେଳେ ଆଉ କେହି ବିବାହ ଭୋଜିରେ ଯୋଗ ଦେବାକୁ ଅପେକ୍ଷା କରିଛନ୍ତି । କିନ୍ତୁ ନିକଟରେ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହାକୁ ଦେଖିଲା ପରେ ଲୋକମାନେ ବିବାହ ଉତ୍ସବକୁ ଯିବା ପୂର୍ବରୁ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବେ । ଆନ୍ଧ୍ରପ୍ରଦେଶର କୁର୍ନୁଲରେ ଏକ ବିବାହ ଉତ୍ସବରେ ଏମିତି ଏକ ଘଟଣା ଘଟିଛି, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କେହି କେବେ ଚାହାନ୍ତିନି କି ସେମାନଙ୍କ ବିବାହ ଉତ୍ସବରେ ଶୋକର ଛାୟା ଖେଳିଯାଉ । କିନ୍ତୁ କୁର୍ନୁଲରେ ଏକ ବିବାହ ଉତ୍ସବରେ ବର ଏବଂ କନ୍ୟାଙ୍କ ସାମ୍ନାରେ ସେମାନଙ୍କ ବନ୍ଧୁଙ୍କ ମୃତ୍ୟୁ ସମସ୍ତଙ୍କୁ ମ୍ରିୟମାଣ କରି ଦେଇଛି ।

ସୂଚନା ଅନୁସାରେ ଜଣେ ବ୍ୟକ୍ତି ବର ଓ କନ୍ୟାଙ୍କୁ ଶୁଭକାମନା ଓ ଗିଫ୍ଟ ଦେବା ସମୟରେ ମଞ୍ଚରେ ହୃଦଘାତର ଶିକାର ହୋଇଥିଲେ । ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛୁ କି ଷ୍ଟେଜ୍‌ ଉପରେ ନବ ବିବାହିତା ଦମ୍ପତିଙ୍କ ସମ୍ମୁଖରେ କିଛି ବନ୍ଧୁ ଛିଡ଼ା ହୋଇଛନ୍ତି । ସେମାନେ ନବଦମ୍ପତିଙ୍କୁ ଗିଫ୍ଟ ମଧ୍ୟ ଦେଇଥିଲେ । ତେବେ ଯେତେବେଳେ ବର ଏହି ଗିଫ୍ଟକୁ ଖୋଲିବାକୁ ଯାଉଛନ୍ତି, ଠିକ୍‌ ଏହି ସମୟରେ ଉପସ୍ଥିତ ଥିବା ସାଙ୍ଗମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ହଠାତ୍‌ ହୃଦଘାତର ଶିକାର ହୋଇଥିଲେ । କୁହାଯାଉଛି କି ହୃଦଘାତରେ ଉକ୍ତ ବ୍ୟକ୍ତି ମୃତ୍ୟୁବରଣ କରିଥିଲେ ।

ଅଧିକ ପଢ଼ନ୍ତୁ: ଝାଡ଼ଖଣ୍ଡ-ମହାରାଷ୍ଟ୍ରରେ କାହାର ହେବ ସରକାର, କାଲି ଆସିବ ୨ ରାଜ୍ୟର ରେଜଲ୍ଟ

ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଭାମସୀ । ସେ ବେଙ୍ଗାଲୁରୁରେ ଆମାଜନ୍ ସହିତ କାମ କରୁଥିବା ଜଣାପଡିଛି । ସେ ତାଙ୍କ ବନ୍ଧୁଙ୍କ ବିବାହ ଉତ୍ସବରେ ଯୋଗଦେବା ପାଇଁ କୁର୍ନୁଲର ପେନୁମାଡା ଗାଁକୁ ଆସିଥିଲେ । ଉପହାର ଦେବା ପରେ, ଯେତେବେଳେ ବର ଗିଫ୍ଟ ଖୋଲୁଥିଲେ, ସେତେବେଳେ ଭାମସୀ ଧୀରେ ଧୀରେ ବାମ ଆଡକୁ ଆଉଜିବାକୁ ଲାଗିଲେ । ପାଖରେ ଠିଆ ହୋଇଥିବା ଅନ୍ୟ ବନ୍ଧୁମାନେ ତାଙ୍କୁ ତଳେ ପଡ଼ିଯିବାରୁ ରକ୍ଷା କରିଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଧୋନେ ସିଟି ସରକାରୀ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ଡାକ୍ତରମାନେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ଅଧିକ ପଢ଼ନ୍ତୁ: ଆଦାନୀଙ୍କ ପାଇଁ ପୁଞ୍ଜି ବଜାରରେ ବଡ଼ ହଲ୍‌ଚଲ୍ ! ଉଡ଼ିଗଲା ନିବେଶକଙ୍କ କୋଟି କୋଟି ଟଙ୍କା...

ବିଶେଷଜ୍ଞଙ୍କ ଅନୁଯାୟୀ, ଜିମ୍ ଏବଂ ଅନ୍ୟାନ୍ୟ ଅପ୍ରତ୍ୟାଶିତ ସ୍ଥାନରେ ହୃଦଘାତ ହେତୁ ଯୁବକଙ୍କ ମୃତ୍ୟୁ ମାମଲା ବଢ଼ିବାରେ ଲାଗିଛି । ମଧୁମେହ, ଜୀବନଶୈଳୀ, ବାୟୁ ପ୍ରଦୂଷଣ, ଚାପ, ଭାରୀ ବ୍ୟାୟାମ ଏବଂ ଷ୍ଟେରଏଡ ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ହୃଦଘାତ ବଢ଼ୁଛି ବୋଲି ହାର୍ଟ ବିଶେଷଜ୍ଞ କହିଛନ୍ତି ।