• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏଣିକି ସପିଂ ମଲ୍‌ରେ ବି ମିଳିବ ମଦ ! ସରକାର ନେଲେ ବଡ଼ ପଦକ୍ଷେପ । ଲୋକଙ୍କୁ ଆଉ ମଦ ଦୋକାନ ଆଗରେ ଲମ୍ବା ଲାଇନ୍‌ ଲଗାଇ ଛିଡ଼ା ହୋଇ ମଦ କିଣିବାକୁ ପଡ଼ିବ ନାହିଁ । ଆପଣଙ୍କୁ ଆମ କଥାଗୁଡ଼ା ସବୁ ଆଡ଼ୁଆ ଲାଗୁଥିବ । ଆଜ୍ଞା ଅଡ଼ୁଆ ଲାଗିଲେ ବି କଥାଟା ସତ । ଏଣିକି ଯେକେହି ବି ନିର୍ନ୍ଦ୍ୱନ୍ଦ୍ୱରେ ମଦ କିଣିପାରିବେ । ଆଗରୁ କାଉଣ୍ଟରକୁ ଯାଇ ମଦ କିଣିବାକୁ ଯେଉଁମାନେ ଭୟ କରୁଥିଲେ ସେମାନେ ଏଣିକି ଅତି ସାଧାରଣ ଭାବେ ସପିଂ ମଲ୍‌ରୁ ମଦ କିଣିପାରିବେ । ଏଭଳି ଏକ ବିବାଦୀୟ ସୁବିଧା ଆରମ୍ଭ କରିଛନ୍ତି ତାମିଲନାଡ଼ୁ ସରକାର ।

ଏବେ ହାଇଟେକ୍‌ ତରିକାରେ ମଦ କିଣିବେ ଲୋକ । ଏଥିପାଇଁ ସରକାର ସପିଂ ମଲ୍‌ରେ ଲଗାଇଛନ୍ତି  ଅଲ୍‌କୋହଲ ଭେଣ୍ଡିଂ ମେସିନ୍ । ଏଥିରୁ ମଦ କିଣିବା ପରେ ଆପଣ ଅନ୍‌ଲାଇନ୍ ହେଉ କିମ୍ବା କ୍ୟାସ୍‌ରେ ପେମେଣ୍ଟ କରିବାର ଉଭୟ ସୁବିଧା ମଧ୍ୟ ରହିଛି ।

ଅଧିକ ପଢ଼ନ୍ତୁ: ଏଟିଏମ୍‌ରୁ ବାହାରୁଛି ଗରମାଗରମ୍‌ ଇଡଲି : ଲୋକଙ୍କୁ ମିଳିବ ୨୪ ଘଣ୍ଟିଆ ସେବା

ତାମିଲନାଡ଼ୁ ଷ୍ଟେଟ୍ ମାର୍କେଟିଂ କର୍ପୋରେସନ୍‌ ଲିମିଟେଡ୍ (Tasmac) ପକ୍ଷରୁ ଏହି ସୁବିଧା ଆରମ୍ଭ କରାଯାଇଛି । ଚେନ୍ନାଇର ଏକ ସପିଂମଲ୍‌ରେ ଅଲ୍‌କୋହଲ ଭେଣ୍ଡିଂ ମେସିନ୍‌ ଇନ୍‌ଷ୍ଟଲ କରାଯାଇଛି ।

କେମିତି କାମ କରେ ଏହି ମେସିନ୍ ?

ସେହି ଭେଣ୍ଡିଂ ମେସିନ୍‌ରେ ପ୍ରଥମେ ପ୍ରତ୍ୟେକ ଗ୍ରାହକ ମଦ କିଣିବା ପୂର୍ବରୁ ଛବି ଦେଖି ବ୍ରାଣ୍ଡ ବାଛିପାରିବେ । ଏହାପରେ ପରେ କ୍ୟାସ୍‌ ହେଉ କି ଅନ୍‌ଲାଇନ୍ ପେମେଣ୍ଟ କରି ମଦ ପାଇପାରିବେ । ପେମେଣ୍ଟ କରିବା ପରେ ଏହି ମେସିନ୍ ଆପେ ଆପେ ମଦ ବାହାରକୁ ବାହାର କରିଦେବ । ତେବେ ମଦ ବାଛିବା ପାଇଁ ପ୍ରଥମେ ଏକ ମେନ୍ୟୁ କାର୍ଡ ଗ୍ରାହକଙ୍କ ସାମ୍ନାରେ ରହିବ । ଆଉ ସବୁଠାରୁ ବଡ଼ କଥା ହେଲା, ଏଠାରେ MRPରେ ଯେତିକି ମୂଲ୍ୟ ରହିଥିବ ଆପଣଙ୍କୁ ସେତିକି ହିଁ ପେମେଣ୍ଟ କରି କିଣିବାକୁ ପଡ଼ିବ । ଏକ ଟଙ୍କା ବି ଅଧିକ ଦେଇ କିଣିବାକୁ ପଡ଼ିବ ନାହିଁ ।

ତେବେ ଏଭଳି ବ୍ୟବସ୍ଥା ଆରମ୍ଭ କରିବାର ମୁଖ୍ୟ କାରଣ ହେଉଛି, ମଦ ଦୋକାନ ଗୁଡ଼ିକରେ ଗ୍ରାହକଙ୍କଠାରୁ ଅଧିକ ଟଙ୍କା ରଖାଗଲା । ଏମିତିକି ମଦ ଦୋକାନ ଆଗରେ ସବୁବେଳେ ଭିଡ଼ ଜମିଲା । ଯାହାଫଳରେ ଲୋକଙ୍କ ମଧ୍ୟରେ ଝଗଡ଼ା ସୃଷ୍ଟି ହେବା ସହ ବେଳେ ବେଳେ ଅଘଟଣ ମଧ୍ୟ ସାମ୍ନାକୁ ଆସିଲା ।

ମିଳିଥିବା ସୂଚନାନୁସାରେ, ଏହା ପ୍ରଶାସନର ଏକ ପାଇଲଟ୍ ପ୍ରୋଜେକ୍ଟ । ଯଦି ଏହା ସଫଳ ହେଲା ତେବେ ଆଗକୁ ବିଭିନ୍ନ ସ୍ଥାନରେ ଏଭଳି ଆଲକହଲ ଭେଣ୍ଡିଂ ମେସିନ୍‌ ଇନ୍‌ଷ୍ଟଲ କରାଯିବ । ସରକାର ଏବେ ସୁଦ୍ଧା ଏହାର ଭବିଷ୍ୟତ କ’ଣ ହେବ ଜାଣିନାହାନ୍ତି । କିମ୍ବା ଏହାକୁ ନେଇ ଆଗକୁ କ’ଣ ନିଷ୍ପତ୍ତି ନିଆଯିବ ସେନେଇ କିଛି ବି ସ୍ଥିର କରାଯାଇ ନାହିଁ ।