/odishatv-khabar/media/post_attachments/uploadimage/library/16_9/16_9_0/ajit_doval_1747712316.jpg)
ajit doval
ଅପରେସନ୍ ସିନ୍ଦୂର’ର ଭୀଷ୍ମ ପିତାମହ ଥିଲେ ଅଜିତ୍ ଢୋଭାଲ୍।ମହାଭାରତ ପରି ରଚାଯାଇଥିଲା ‘ଅପରେସନ୍ ସିନ୍ଦୂର’। ଅଜିତଙ୍କ ଶଖା ସାଜିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସହ ଚାଲୁଥିଲା ଆତଙ୍କବାଦୀଙ୍କୁ ନେଇ ମାଇଣ୍ଡଗେମ୍ ପ୍ଲାନ୍ । ସମ୍ପୂର୍ଣ୍ଣ ମହାଭାରତ ପରି ଆତଙ୍କସ୍ଥାନର ଖିନ୍ଭିନ୍ କରିବାକୁ ସବୁ ଅସ୍ତ୍ର ଯୋଗାଡ଼ କରି ନିଜର ତୀରର ମୁଣିରେ ସାଇତି ରଖୁଥିଲା ଭାରତ । ଆଉ ସେହି ମୁଣିରେ ମହାଭାରତର ସୁଦର୍ଶନ ଚକ୍ର ସାଜିଥିଲା ଭାରତ ସେନାର ସୁଦର୍ଶନ ଏସ୍-୪୦୦ । ସବୁବେଳେ ଖୋଲା ଆକାଶକୁ ଚାହିଁ ରହି ଶତ୍ରୁ ଉପରେ ନଜର ରଖିବା ସହ ପ୍ରହାର କରୁଥିଲା । ଆଉ ଅପରେସନ୍ ସିନ୍ଦୂରର ବ୍ରହ୍ମାସ୍ତ୍ର ସାଜିଥିଲା ‘ବ୍ରହ୍ମସ୍’ । ଯିଏ କି ସବୁ ଆଆତଙ୍କୀ ଆଡ୍ଡାକୁ ଖିନ୍ଭିନ୍ କରିଥିଲା ।
ଅଧିକ ପଢନ୍ତୁ : ସୋଫିଆଙ୍କ ନାଁରେ ମନ୍ତବ୍ୟ ମହଙ୍ଗା ପଡ଼ିଲା
ଅପରେସନ ସିନ୍ଦୂରରେ କ'ଣ ରହିବ ଟାର୍ଗେଟ୍ କେବଳ ଜାଣିଥିଲେ ଡୋଭାଲ । ପାକିସ୍ତାନର କେଉଁ ସ୍ଥାନକୁ ଟାର୍ଗେଟ କରାଯିବ? କେତେବେଳେ ଟାର୍ଗେଟ୍ କରାଯିବ ? କଣ ଷ୍ଟ୍ରାଟେଜି ରହିବ ? ସେ ସବୁ କେବଳ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ହିଁ ଜାଣିଥିଲେ । ଏମିତି କି ପ୍ଲାନ A, ପ୍ଲାନ B ନେଇବି ସମସ୍ତ ସିକ୍ରେଟ ଅଜିତ ଡୋଭାଲଙ୍କ ପାଖରେ ଥିଲା । ଅପରେସନ ସିନ୍ଦୂରର ୨ ଘଣ୍ଟା ପୂର୍ବରୁ ସୁରକ୍ଷା ଏଜେନ୍ସିକୁ ଏନେଇ ସୂଚନା ଦେଇଥିଲେ ଅଜିତ ଡୋଭାଲ । ଅପରେସନ ନେଇ ସମସ୍ତ ତଥ୍ୟକୁ ଟପ୍ ସିକ୍ରେଟ ରଖିଥିଲେ NSA । ଅପରେସନରେ ପାକିସ୍ତାନର କେଉଁ ଆତଙ୍କୀ ଆଡ଼ାକୁ ଗୁଡ଼ିକୁ ଏକା ସଙ୍ଗରେ କରାଯିବ ଟାର୍ଗେଟ ସେନେଇ ବି ଅଜିତଙ୍କ ପାଖରେ ହିଁ
'ୱାନ ଗୋ'ରେ କିଭଳି ୯ ଆତଙ୍କବାଦୀ ଆଡ୍ଡାକୁ ଧ୍ବଂସ କରାଯିବ ନେଇ ସମସ୍ତ ପ୍ଲାନ କେବଳ ଅଜିତ ଡୋଭାଲଙ୍କ ପାଖରେ ଥିଲା । ତେବେ ଯେଉଁ ୯ ଆତଙ୍କବାଦୀ ଆଡ୍ଡାକୁ ଟାର୍ଗେଟ କରାଯାଇଥିଲା ସେନେଇ ଲାଷ୍ଟ ମିନିଟ ପର୍ଯ୍ୟନ୍ତ ଅତ୍ୟନ୍ତ ଗୋପନ ରଖାଯାଇଥିଲା । ତେବେ ଅପରେସନକୁ ୨ ଭାଗରେ ବିଭକ୍ତ କରାଯାଇଥିଲା । ଆତଙ୍କବାଦୀ ଆଡ୍ଡା ଓ ଏହାକୁ ସହଯୋଗ କରୁଥିବା ଠିକଣାକୁ ଧ୍ବଂସ କରିବା ପ୍ରଥମ ଟାର୍ଗେଟ ଥିଲା । ଏହାପରେ ଯଦି ପାକିସ୍ତାନ ଏହାକୁ ନେଇ ଭାରତ ଉପରେ ଆକ୍ରମଣ କରେ ତେବେ ପାକିସ୍ତାନର ମିଲିଟାରି ବେସ୍ ଗୁଡ଼ିକୁ ଧ୍ବଂସ କରିବା। ଆତଙ୍କୀ ଆଡ୍ଡା ଉପରେ ଯେମିତି ସଠିକ୍ ନିଶାନା ଲାଗିବ ସେନେଇ ମଧ୍ୟ ସମସ୍ତ ଯୋଜନା କରିଥିଲେ ଡୋଭାଲ । ଏହାଛଡ଼ା ପାକିସ୍ତାନ ଆଡ଼ୁ ଆକ୍ରମଣ ଜାରି ରହିଲେ ପାକିସ୍ତାନ ସେନାର ବର୍ଡର ପୋଷ୍ଟ, ଡ୍ରୋନ ବେସକୁ ଧ୍ବଂସ କରିବାକୁ ରରଣନୀତି କରାଯାଇଥିଲା ।
ତେବେ ଶେଷ ମୁହୂର୍ତ୍ତରେ ହିଁ ସୁରକ୍ଷା ଏଜେନ୍ସିକୁ କେଉଁ ସମୟରେ କେଉଁ ଟାର୍ଗେଟକୁ ଧ୍ବଂସ କରାଯିବ ସେନେଇ ତଥ୍ୟ ଦିଆଯାଇଥିଲା । ତେବେ ଭାରତ ପହଞ୍ଚରେ ପାକିସ୍ତାନର ଏମିତି କୈଣସି ଅଞ୍ଚଳ ବାକି ନାହିଁ ବୋଲି ପ୍ରମାଣିତ କରିବାକୁ ହୋଇଥିଲା ସମସ୍ତ ପ୍ଲାନ । ଏ ସମସ୍ତ ପ୍ଲାନ ଶେଷ ମିନିଟ ପର୍ଯ୍ୟନ୍ତ କେବଳ ଜାଣିଥିଲେ NSA ଅଜିତ ଡୋଭାଲ । ୭ ତାରିଖରୁ ୧୦ ତାରିଖ ଭିତରେ ହୋଇଥିବା ସମସ୍ତ ଅପରେସନକୁ ଅତି ସନ୍ତର୍ପଣର ସହ କରାଯାଇଥିଲା କାର୍ଯ୍ୟକାରୀ । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)