Advertisment

ଅକ୍ଟୋବର ୧୪ ପର୍ଯ୍ୟନ୍ତ ତେଲ ଅଭିଭ୍‌କୁ ବିମାନ ସେବା ବାତିଲ କଲା ଏୟାର ଇଣ୍ଡିଆ

ଅକ୍ଟୋବର ୧୪ ମଧ୍ୟରେ କନଫର୍ମ ହୋଇଥିବା ସମସ୍ତ ଯାତ୍ରୀଙ୍କୁ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବ । ତେଲ୍ ଅଭିବକୁ ପ୍ରତି ସପ୍ତାହରେ ଏୟାର ଇଣ୍ଡିଆର ୫ଟି ବିମାନ ଉଡ଼ାଣ ଭରିଥାଏ।

author-image
Santosh Kumar Sahoo
Air India Flight Suspends

Air India Flight Suspends

ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ମଧ୍ୟରେ ମହାଯୁଦ୍ଧ। ହମାସର ଘନ ଘନ ରକେଟ୍ ମାଡ଼ ଜବାବରେ ପାଲେଷ୍ଟାଇନ୍ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି ଇସ୍ରାଏଲ ପିଏମ୍ ବେଞ୍ଜାମିନ୍ ନେତା ନ୍ୟାହୁ। ଯୁଦ୍ଧକୁ ଦୃଷ୍ଟିରେ ରଖି ଇସ୍ରାଏଲରୁ ବିମାନ ଉଡ଼ାଣ ବାତିଲ କରିଛି ଏୟାର ଇଣ୍ଡିଆ। ଏୟାର ଇଣ୍ଡିଆ ମୁଖପାତ୍ର କହିଛନ୍ତି, ଆମ ଯାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ତେଲ୍ ଅଭିବରୁ ଏୟାର ଇଣ୍ଡିଆ ବିମାନର ଉଡ଼ାଣ ଅକ୍ଟୋବର ୧୪ ପର୍ଯ୍ୟନ୍ତ ବାତିଲ କରାଯାଇଛି।

Advertisment

ତେବେ ଅକ୍ଟୋବର ୧୪ ମଧ୍ୟରେ କନଫର୍ମ ହୋଇଥିବା ସମସ୍ତ ଯାତ୍ରୀଙ୍କୁ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବ । ତେଲ୍ ଅଭିବକୁ ପ୍ରତି ସପ୍ତାହରେ ଏୟାର ଇଣ୍ଡିଆର ୫ଟି ବିମାନ ଉଡ଼ାଣ ଭରିଥାଏ। ଏହାପୂର୍ବରୁ ଶନିବାର ନୂଆଦିଲ୍ଲୀରୁ ତେଲ୍ ଅଭିଭକୁ ଏବଂ ସେଠାରୁ ଦିଲ୍ଲୀ ଆସିବାକୁ ଥିବା ବିମାନକୁ ମଧ୍ୟ ବାତିଲ କରାଯାଇଥିଲା।

ସୂଚନା ଅନୁସାରେ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା ହମାସ । ୨୦ ମିନିଟ୍ ଭିତରେ ହମାସ୍ ଆତଙ୍କୀ ସଂଗଠନ ପକ୍ଷରୁ ଇସ୍ରାଏଲ ଉପରେ ପ୍ରାୟ ୫ ହଜାର ରକେଟ୍ ମାଡ଼ କରାଯାଇଥିଲା। ଏହାର ଜବାବରେ ଇସ୍ରାଏଲ୍ ମଧ୍ୟ ଜୋରଦାର ଏୟାରଷ୍ଟ୍ରାଇକ୍ କରିଛି। ଆକ୍ରମଣ ପ୍ରତିଆକ୍ରମଣରେ ଉଭୟ ପକ୍ଷର ବ୍ୟାପକ କ୍ଷୟକ୍ଷତି ହେବା ସହ ୫୦୦ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସେହିପରି ହମାସ୍ ବିରୋଧରେ ଅପରେସନ୍ ଆଇରନ୍ ସୋଡ୍ ଆରମ୍ଭ କରିଛି ଇସ୍ରାଏଲ୍।

Advertisment
India Israel Air India
Advertisment
Advertisment