Advertisment

ଆକ୍ସନ ମୋଡ୍‌ରେ ଏୟାର ଇଣ୍ଡିଆ ଏକ୍ସପ୍ରେସ, ଛୁଟି ପାଇଁ ୨୫ କ୍ରିଉ ମେମ୍ବରଙ୍କୁ ଛଟେଇ

ଆକ୍ସନ ମୋଡ୍‌ରେ ଏୟାର ଇଣ୍ଡିଆ ଏକ୍ସପ୍ରେସ । ଛୁଟିରେ ଥିବା ୨୫ କ୍ରିଉ ମେମ୍ବରଙ୍କୁ ବିଦା କଲା କଂପାନୀ । ସମାଧାନ ପାଇଁ ଅନ୍ୟ କ୍ରିଉ ମେମ୍ବରଙ୍କ ସହ ଜରୁରୀ ବୈଠକ।

author-image
Pallipuspa Samal
ଅଦ୍ୟତନ ହୋଇଛି
Air India Express Layoffs

Air India Express

ଆକ୍ସନ ମୋଡ୍‌ରେ ଏୟାର ଇଣ୍ଡିଆ ଏକ୍ସପ୍ରେସ । ଛୁଟି ପାଇଁ ୨୫ କ୍ରିଉ ମେମ୍ବରଙ୍କୁ ଛଟେଇ କରିଛି ଏୟାର ଇଣ୍ଡିଆ ଏକ୍ସପ୍ରେସ । ସମାଧାନ ପାଇଁ ଅନ୍ୟ କ୍ରିଉ ମେମ୍ବରଙ୍କ ସହ ଜରୁରୀ ବୈଠକ କରିଛି । ଯାତ୍ରୀ ଓ କମ୍ପାନୀର ଅସୁବିଧା ଯୋଗୁଁ ଜରୁରୀ ବୈଠକ ଡାକିଛି AIE । ତୁରନ୍ତ ରିପୋର୍ଟ ଦେବାକୁ ବେସାମରିକ ଚଳାଚଳ ମନ୍ତ୍ରାଳୟର ନିର୍ଦ୍ଦେଶ ରହିଛି । ହଠାତ୍ ଅସୁସ୍ଥତା ଦର୍ଶାଇ ଏୟାର ଇଣ୍ଡିଆ ଏକ୍ସପ୍ରେସ ଶତାଧିକ କ୍ରିଉ ମେମ୍ବର ସମୂହ ଛୁଟିରେ ଅଛନ୍ତି । ସମୂହ ଛୁଟି ଯୋଗୁ ଏୟାର ଇଣ୍ଡିଆରେ ଅଚଳାବସ୍ଥା ଦେଖାଦେଇଛି । ଏୟାର ଇଣ୍ଡିଆ ଏକ୍ସପ୍ରେସର ଘରୋଇ ଓ ଅନ୍ତର୍ଜାତୀୟ ଉଡ଼ାଣକୁ ବାତିଲ୍ କରାଯାଇଛି।

Advertisment

ଏୟାର ଇଣ୍ଡିଆ ପ୍ରବକ୍ତାଙ୍କ ସୂଚନା ଅନୁଯାୟୀ ଗତକାଲି ହଠାତ୍‌ କର୍ମଚାରୀମାନେ ଅସୁସ୍ଥତା ଦର୍ଶାଇ ଛୁଟି ପାଇଁ ଆବେଦନ କରିଥିଲେ। ଏହାପରେ ସମସ୍ତଙ୍କ ମୋବାଇଲ ସୁଇଚ ଅଫ୍‌ ହୋଇ ଯାଇଥିଲା। ସେମାନଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯିବା ସତ୍ତ୍ୱେ ତାହା ସମ୍ଭବ ହୋଇ ପାରୁନି ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି।

ଆମର ଶତାଧିକ କ୍ୟାବିନ କ୍ର୍ୟୁ ମେମ୍ବର ଏକସଙ୍ଗେ ଅସୁସ୍ଥ ହୋଇ ଯାଇଛନ୍ତି। ଫଳରେ ଅନିଚ୍ଛା ସତ୍ତ୍ୱେ ଆମକୁ ବହୁ ଫ୍ଲାଇଟକୁ ବାତିଲ କରିବା ସହ ବହୁ ଫ୍ଲାଇଟ୍‌କୁ ବିଳମ୍ବରେ ଛାଡ଼ିବାକୁ ପଡ଼ୁଛି। ଏଥିଯୋଗୁ ଆମ ଯାତ୍ରୀମାନେ ବହୁ ହଇରାଣର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ଆମ ଟିମ୍‌ ନିରନ୍ତର ରୂପେ କାମ ଚାଲୁ ରଖିଛି। ଏହାସତ୍ତ୍ୱେ ଯାତ୍ରୀଙ୍କ ଅସୁବିଧାକୁ ଦୂର କରିବାକୁ ଯଥାସମ୍ଭବ ଆମେ ଚେଷ୍ଟାରତ ଥିବା ବେଳେ ଏଥିନିମନ୍ତେ ସେମାନଙ୍କ ନିକଟରେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରୁଛୁ।

Advertisment

ଏଥିସହ ଉଡ଼ାଣ ବାତିଲ ହୋଇଥିବା ଫ୍ଲାଇଟର ଯାତ୍ରୀମାନଙ୍କୁ ସେମାନଙ୍କ ଟଙ୍କା ସମ୍ପୂର୍ଣ୍ଣ ରୂପେ ଫେରାଯିବ । ନଚେତ ସେମାନେ ଚାହିଁଲେ ତାହାକୁ ଅନ୍ୟ ତାରିଖକୁ ଘୁଞ୍ଚାଇ ଦିଆଯିବ ବୋଲି ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି।

Air India Express
Advertisment
Advertisment