• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ମଝି ଆକାଶରେ ପ୍ରାୟ ଅଢ଼େଇ ଘଣ୍ଟାର ଆତଙ୍କ ପରେ, ନିରାପଦ ଅବତରଣ କଲା ବିମାନ । ତାମିଲନାଡ଼ୁର ତ୍ରିଚିରୁ ୟୁଏଇର ଶାରଜାହ ଅଭିମୁଖେ ଉଡ଼ିବା ଆରମ୍ଭ କରିବା ପରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଫ୍ଲାଇଟ୍ IX 613ରେ ହାଇଡ୍ରୋଲିକ୍ ତ୍ରୁଟି ଦେଖାଦେଇଥିଲା । ଏହା ସନ୍ଧ୍ୟା ୫ଟା ୪୦ରେ ତ୍ରିଚିରୁ ଉଡ଼ିଥିଲା । ବିମାନରେ ୧୪୧ ଜଣ ଯାତ୍ରୀ ଥିଲେ । ତେବେ ମଝି ଆକାଶରେ ଲ୍ୟାଣ୍ଡିଂ ଗିଅର୍ ହାଇଡ୍ରୋଲିକ୍ ଫେଲ୍ୟୋର୍ ହେବା ପରେ, ବିମାନଟି ଇନ୍ଧନ କମ୍ କରିବାକୁ ପ୍ରାୟ ଅଢ଼େଇ ଘଣ୍ଟା ଧରି ଆକାଶରେ ବାରମ୍ବାର ଚକ୍କର କାଟିଥିଲା । ବିମାନଟି ବେଲି ଲ୍ୟାଣ୍ଡିଂ କରିପାରେ ବୋଲି ଆଶଙ୍କା ଦେଖାଦେବାରୁ, ତଳେ ରନୱେ ନିକଟରେ ଜରୁରୀ ସ୍ଥିତି ପାଇଁ ୨୦ଟି ଆମ୍ବୁଲାନ୍ସ ଓ ଅଗ୍ନିଶମ ଗାଡ଼ି ପ୍ରସ୍ତୁତ ରହିଥିଲା । ଆଲର୍ଟ ମୋଡ୍ ରେ ଥିଲା ତ୍ରିଚି ଏୟାରପୋର୍ଟ । ତେବେ ସୌଭାଗ୍ୟବଶତଃ ଲ୍ୟାଣ୍ଡିଂ ଗିଅର ଠିକ୍ ଭାବେ ଖୋଲିବା ପରେ, ଏହା ରାତି ପ୍ରାୟ ୮ଟା ୧୫ ବେଳେ ଏହା ତ୍ରିଚି ଏୟାରପୋର୍ଟରେ ସୁରକ୍ଷିତ ଅବତରଣ କରିଛି । ଡିଜିସିଏ ଏହି ଘଟଣାର ଅନୁଧ୍ୟାନ କରୁଛି ବୋଲି ସୂଚନା ଦେଇଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ।

ସେପଟେ ଏହି ଘଟଣାରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି । କୁହାଯାଇଛି- ବିମାନ କ୍ରୁ ପକ୍ଷରୁ କୌଣସି ଏମର୍ଜେନ୍ସି ଘୋଷଣା କରାଯାଇନଥିଲା । ବୈଷୟିକ ସମସ୍ୟା ଦେଖାଦେବା ପରେ, ରନୱେର ଲମ୍ବ ଦୃଷ୍ଟିରୁ ବିମାନର ଇନ୍ଧନ ଓ ଓଜନ ହ୍ରାସ କରିବା ପାଇଁ ନିର୍ଦ୍ଧାରିତ ଅଞ୍ଚଳରେ ସାବଧାନତାର ସହ ଏକାଧିକ ଥର ଚକ୍କର କାଟିଥିଲା। ତେବେ ଏହି ସମସ୍ୟାର କାରଣ ଜାଣିବାକୁ ଉଚିତ ତଦନ୍ତ ହେବ। ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳକୁ ନେବା ପାଇଁ ବିକଳ୍ପ ବିମାନର ବ୍ୟବସ୍ଥା କରାଯାଇଛି ।

ସେପଟେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡ଼ୁ ବିବୃତି ଜାରି କରିଛନ୍ତି ଯେ, କ୍ରୁ ପକ୍ଷରୁ ସମସ୍ତ ସେଫ୍ଟି ପ୍ରଟୋକଲ
ଅନୁପାଳନ କରାଯାଇଥିଲା। ସନ୍ଧ୍ୟା ୬ଟା ୫ରେ ଫୁଲ୍ ଏମର୍ଜେନ୍ସି ଘୋଷଣା ହୋଇଥିଲା । ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମୂରଲୀଧର ମହଲ ସୂଚନା ଦେଇଛନ୍ତି, ବିମାନଟି ୪ ହଜାର ଫୁଟ୍ ଉପରେ ୨ ଘଣ୍ଟା ଧରି ଉଡ଼ିଥିଲା ।

OTV is now on Whatsapp

Join and get latest news update delivered to you via whatsapp

Join Now