/odishatv-khabar/media/post_attachments/uploadimage/library/16_9/16_9_0/s_1675400580.jpg)
Air India Express flight catches fire
ମଝି ଆକଶରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବିମାନ( Air India Express)ରେ ଲାଗିଲା ନିଆଁ। ଯାତ୍ରୀଙ୍କୁ ଧରି ୧,୦୦୦ ଫୁଟ ଉଚ୍ଚକୁ ବିମାନ ଉଡ଼ାଣ ଭରି ଥିବାବେଳେ ଏଥିରେ ନିଆଁ ଲାଗିଥିବା ଜଣାପଡ଼ିଥିଲା। ପାଇଲଟ୍ ଏହା ଜାଣିବା ପରେ ତୁରନ୍ତ ବିମାନକୁ ଜରୁରୀ ଅବତରଣ କରିଥିଲେ। ଏହାସହ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।
ଅଧିକ ପଢ଼ନ୍ତୁ: ବିମାନରେ ବୋମା ! ଖବର ଶୁଣିବା ପରେ ଏୟାରପୋର୍ଟରେ ଆତଙ୍କ
ସୂଚନା ଅନୁସାରେ, ୧୮୪ ଜଣ ଯାତ୍ରୀଙ୍କୁ ଧରି ଆଜି ଏୟାର ଇଣ୍ଡିଆ ଏକ୍ସପ୍ରେସ୍ B737-800 ବିମାନ ଆବୁ ଧାବିରୁ କାଲିକଟ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା। ତେବେ ଉଡ଼ାଣ ଭରିବାର ମାତ୍ର କିଛି ସମୟ ପରେ ବିମାନର ଏକ ଇଞ୍ଜିନରେ ନିଆଁ ଲାଗି ଯାଇଥିବା ଜଣାପଡ଼ିଥିଲା। ଏହାପରେ ତୁରନ୍ତ ବିମାନକୁ ଆବୁ ଧାବି ଏୟାରପୋର୍ଟରେ ଜରୁରୀ ଅବତରଣ କରାଯାଇ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।
ସୂଚନାଥାଉ କି, ଏହାପୂର୍ବରୁ ଜାନୁଆରୀ ୨୩ରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ତ୍ରିଭନ୍ଦ୍ରମରୁ ମସ୍କଟ୍ରୁ ଉଡ଼ାଣ ଭରିବାର ୪୫ ମିନିଟ୍ ପରେ ଲ୍ୟାଣ୍ଡିଂ କରିଥିଲା। ବୈଷୟିକ ତ୍ରୁଟି ଯୋଗୁ ବିମାନକୁ ଜରୁରୀ ଅବତରଣ କରାଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)