• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିମାନରେ ବୋମା ଥିବା ଶୁଣି ଯାତ୍ରୀ ଆତଙ୍କିତ । ମଙ୍ଗଳବାର ଦିନ ଗୁଜୁରାଟର ଅହମ୍ମଦାବାଦ ବିମାନବନ୍ଦରରେ ଥିବା ବିମାନରେ ବୋମା ଥିବା ସୂଚନା ପାଇବା ପରେ ଆତଙ୍କ ସୃଷ୍ଟି ହୋଇଥିଲା । କେହି ଜଣେ ଫୋନ୍‌ କରି ବୋମା କଥା ଜଣାଇଥିଲା । ଆଉ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ଠାରୁ ଏ ବିଷୟରେ ସୂଚନା ପାଇବା ପରେ ପୁଲିସ ତତ୍ପର ହୋଇଉଠିଥି‌ଲା । ସଙ୍ଗେ ସଙ୍ଗେ ରନୱେରୁ ଉଡ଼ାଣ ଭରିବାକୁ ଯାଉଥିବା ଅହମ୍ମଦାବାଦ-ଦିଲ୍ଲୀ ବିମାନକୁ ଅଟକାଇ ଦିଆଯାଇଥିଲା । ତୁରନ୍ତ ଏନେଇ ପୋଲିସ୍‌ ଛାନଭିନ୍ ଆରମ୍ଭ କରିବା ପରେ ଘଟଣା ଏକ ଗୁଜବ ବୋଲି ଜଣାପଡିଛି ।  

ଫୋନ୍‌ କରିଥିବା ବ୍ୟକ୍ତି ଗୁଜବ ସୃଷ୍ଟି କରି ଲୋକଙ୍କୁ ଓ ବିମାନ କର୍ତ୍ତୃପକ୍ଷଙ୍କୁ ହଇରାଣ କରିଥିବା ପରେ ଜଣାପଡ଼ିଥିଲା । ବିମାନଟି ଅହମ୍ମଦାବାଦ ଏୟାରପୋର୍ଟରୁ ସନ୍ଧ୍ୟା ୫.୨୦ରେ ଉଡ଼ାଣ ଭରିବାର ଥିଲା । ହେଲେ ଜଣେ ଯାତ୍ରୀ ବିମାନ ନିକଟରେ ଠିକ୍‌ ସମୟରେ ପହଞ୍ଚି ପାରିନଥିଲେ । ଏଣୁ ବିମାନ ବନ୍ଦର କର୍ତ୍ତୃପକ୍ଷ ତାଙ୍କୁ ଫୋନ୍‌ କରି ଏସମ୍ପର୍କରେ ଅବଗତ କରାଇଥିଲେ । ହେଲେ ଯାତ୍ରୀ ଜଣ କହିଥିଲେ ‘ମୁଁ ମରିବାକୁ ଚାହେଁନା । ମୋ ଜୀବନ ପ୍ରତି ମୋର ଲୋଭ ଅଛି । କାରଣ ତୁମ ବିମାନରେ ବୋମା ଥିବା ଜଣାପଡ଼ିଛି ।’

ଏକଥା ଶୁଣିବା ପରେ ବିମାନ ବନ୍ଦରରେ ହଡ଼କମ୍ପ ସୃଷ୍ଟି ହୋଇଥିଲା । ଫୋନ୍ କରିଥିବା ବ୍ୟକ୍ତଙ୍କୁ ଆଉ କିଛି ପଚାରିବା ପୂର୍ବରୁ ସେ ତୁରନ୍ତ ଫୋନ୍‌ କାଟି ଦେଇଥିଲେ । ଆଉ ତା’ପରେ ବିମାନ ବନ୍ଦର କର୍ତ୍ତୃପକ୍ଷ ଏ ସଂକ୍ରାନ୍ତରେ ପୋଲିସ୍‌କୁ ସୂଚନା ଦେଇଥିଲେ ।

ଏହାରି ଭିତରେ ସେହି ଯାତ୍ରୀ ଜଣକ ତରବର ହୋଇ କାଉଣ୍ଟରରେ ପହଞ୍ଚିଥିଲେ । ହେଲେ ସେ କଲ୍‌ ଉଠାଇ ନଥିବା ଜଣାପଡ଼ିବା ପରେ ସବୁ ଗୋଳମାଳ ହୋଯାଇଥିଲା । କମ୍ପାନିର ପ୍ରଶାସନିକ ବିଭାଗ ତାଙ୍କ ଟିକେଟ୍‌ ବୁକ୍‌ କରିଥିବା ସେ କହିଥିଲେ । ଟିକେଟ୍‌ ବୁକିଙ୍ଗ୍‌ ପାଇଁ ବ୍ୟବହାର ହୋଇଥିବା ଫୋନ୍‌ ନମ୍ବର ଓ ଇ-ମେଲ୍‌ ନମ୍ବର ତାଙ୍କର ନୁହେଁ ବୋଲି ସେ କହିଥିଲେ । ଏପରିକି ସେ କଲ୍‌ କରିନଥିଲେ ।

ଏବେ ମିଛି କହି ଗୁଜବ ସୃଷ୍ଟି କିରିଥିବା ଲୋକ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଛାନଭିନ୍‌ ଆରମ୍ଭ କରି ଅଭିଯୁକ୍ତକୁ ଖୋଜୁଛି ।