Advertisment

Air India Flight Crash: ବିପଦ ଜାଣି MAYDAY CALL କରିଥିଲେ ପାଇଲଟ୍‌, କେମିତି ଟେକ୍‌-ଅଫ୍‌ର ୫ ମିନିଟ୍‌ରେ ହେଲା କ୍ରାସ୍ ?

ଟେକ୍‌ ଅଫ କରିବାର ୫ ମିନିଟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବିମାନ । ୨୪୨ ଯାତ୍ରୀଙ୍କ ମଧ୍ୟରେ ୧୬୯ ଜଣ ଭାରତୀୟ ଥିଲେ । ୫୩ ବ୍ରିଟିଶ ନାଗରିକ, ୭ ପର୍ତ୍ତୁଗୀଜ୍ ଓ ଜଣେ କାନାଡୀୟ ନାଗରିକ ଥିଲେ ।

ଅଦ୍ୟତନ ହୋଇଛି
Air India Flight Crash

Air India Flight Crash

Advertisment

ସମୟ ଦିନ ୧ଟା ୩୮ ମିନିଟ୍ । ଅହମ୍ମଦାବାଦ ଅନ୍ତର୍ଜାତୀୟ ଏୟାରପୋର୍ଟରୁ ଉଡାଣ ଭରିଥିଲା ଏୟାର ଇଣ୍ଡିଆ 171 ବିମାନ । ଟେକ୍-ଅଫ୍‌ର ମାତ୍ର ୫ ମିନିଟ୍‌ରେ କ୍ରାସ୍ ହୋଇଯାଇଥିଲା । ବିମାନରେ ୨୩୦ ଜଣ ଯାତ୍ରୀଙ୍କ ସହ ୧୨ ଜଣ କ୍ରିଉ ମେମ୍ବର ଥିଲେ । ସେମାନଙ୍କ ମଧ୍ୟରୁ ୧୬୯ ଭାରତୀୟ ହୋଇଥିବା ବେଳେ ୫୩ ଜଣ ବ୍ରିଟିଶ, ୭ ପର୍ତ୍ତୁଗୀଜ୍‌, ଜଣେ କାନାଡୀୟ ନାଗରିକ ଥିବା ସ୍ପଷ୍ଟ କରିଛି ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ । ଦୁର୍ଘଟଣାରେ ଏବେ ସୁଦ୍ଧା ୧୧୦ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହି ସଂଖ୍ୟା ଆହୁରି ବଢିପାରେ ।

Advertisment

ମିଳିଥିବା ସୂଚନା ମୁତାବକ, ଟେକ୍‌-ଅଫ୍‌ର ତୁରନ୍ତ ପରେ ପାଇଲଟ୍ ଆସନ୍ନ ବିପଦ ଜାଣିପାରି ‘MAYDAY CALL’ କରିଥିଲେ । କିନ୍ତୁ ଏହାପରେ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା ଏବଂ ଏୟାରପୋର୍ଟଠାରୁ ମାତ୍ର ୧୫ କିମି ଦୂର ମେଘାନୀ ନଗର ନିକଟରେ ବିମାନ କ୍ରାସ୍ ହୋଇଯାଇଥିଲା । ଏବେ ବି ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତରେ ରେସ୍କ୍ୟୁ ଅପରେସନ ଜାରି ରହିଛି । ୯୦ ଜଣିଆ NDRF ଟିମ୍ ସହ ଏକାଧିକ ଆମ୍ବୁଲାନ୍ସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛି । ଯାତ୍ରୀମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ନିଆଯାଇଛି । ସେପଟେ ବିମାନ ଦୁର୍ଘଟଣା ଖବର ପାଇ ପହଞ୍ଚିବାରେ ଲାଗିଛନ୍ତି ଯାତ୍ରୀଙ୍କ ନିକଟ ସମ୍ପର୍କୀୟ ।

Advertisment


ଅଧିକ ପଢ଼ନ୍ତୁ: ଗୁଜରାଟ ପ୍ଲେନ କ୍ରାସ୍, ବିମାନରେ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ଅହମ୍ମଦାବାଦ ଏୟାରପୋର୍ଟରେ ସମସ୍ତ ବିମାନ ଚଳାଚଳକୁ ବାତିଲ୍ କରିଦିଆଯାଇଛି । ଏୟାର ଇଣ୍ଡିଆ ପକ୍ଷରୁ ଦୁର୍ଘଟଣା ସମ୍ପର୍କିତ ଅଧିକ ସୂଚନା ପାଇଁ ଯାତ୍ରୀଙ୍କ ପରିଜନମାନଙ୍କ ଲାଗି 1800-5691-444 ଏମରଜେନ୍ସି ନମ୍ବର ଜାରି ହୋଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣା ସମ୍ପର୍କରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁଙ୍କ ସାଙ୍ଗରେ କଥା ହେବା ସହ ଅହମ୍ମଦାବାଦ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯାତ୍ରୀମାନଙ୍କୁ ଉଦ୍ଧାର କରି ହସ୍ପିଟାଲ ନେବାକୁ ଗ୍ରୀନ କରିଡର୍ ବ୍ୟବସ୍ଥା କରାଯାଇଥିବା ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ସୂଚନା ଦେଇଛନ୍ତି ।

Advertisment

ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ବିମାନରେ ଗୁଜରାଟ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ରହିଥିଲେ । ଏ ଯାଏଁ ତାଙ୍କର ଅବସ୍ଥା ନେଇ କିଛି ସ୍ପଷ୍ଟ ହୋଇପାରିନି । ସେ ଲଣ୍ଡନରେ ରହୁଥିବା ତାଙ୍କ ଝିଅକୁ ଦେଖା କରିବାକୁ ଯାଉଥିଲେ ବୋଲି ସୂଚନା ମିଳୁଛି ।

ଅଧିକ ପଢ଼ନ୍ତୁ: ଅହମ୍ମଦାବାଦରେ ଭୟଙ୍କର ବିମାନ ଦୁର୍ଘଟଣା: ଥିଲେ ୨୪୨ ଯାତ୍ରୀ, ଉଦ୍ଧାର କାର୍ଯ୍ୟ ଜାରି

Ahmedabad Air India Plane Crash
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ