Advertisment

ଜୀବନ ନେଲା ‘ଅଗ୍ନିପଥ’ ! ୬ ରାଜ୍ୟକୁ ବ୍ୟାପିଲା ‘ଅଗ୍ନିପଥ’ ନିଆଁ, ଜାଳିଦେଲେ ଟ୍ରେନ୍‌

କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନା ବିରୋଧରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। କେଉଁଠି ଆନ୍ଦୋଳନକାରୀମାନେ ଟ୍ରେନ୍‌ରେ ନିଆଁ ଲଗାଇ ଦେଇଛନ୍ତି ତ ଆଉ କେଉଁଠି ପଥରମାଡ଼ ହୋଇଛି।

author-image
Rajalaxmi Sahoo
Agnipath Violence 1 Dead In Telangana's Secunderabad

Agnipath Violence 1 Dead In Telangana's Secunderabad

କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନା ବିରୋଧରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। କେଉଁଠି ଆନ୍ଦୋଳନକାରୀମାନେ ଟ୍ରେନ୍‌ରେ ନିଆଁ ଲଗାଇ ଦେଇଛନ୍ତି ତ ଆଉ କେଉଁଠି ପଥରମାଡ଼ ହୋଇଛି। ଏସବୁ ଭିତରେ ବିରୋଧ ପ୍ରଦର୍ଶନ ବେଳେ ଜଣଙ୍କର ମୃତ୍ୟୁ ଘଟିବା ସହ ୧୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ତେଲେଙ୍ଗାନାର ସିକନ୍ଦରାବାଦରେ ବିକ୍ଷୋଭ ପ୍ରଦର୍ଶନ ବେଳେ ଏହି ଅଭାବନୀୟ ଘଟଣା ଘଟିଛି। 

Advertisment

ସିକନ୍ଦରାବାଦ ରେଲ୍‌ୱେ ଷ୍ଟେସନରେ ବିକ୍ଷୋଭ ପ୍ରଦର୍ଶନ ଚାଲି ଥିବାବେଳେ ଆନ୍ଦୋଳନକାରୀଙ୍କ ଉପରକୁ ତେଲେଙ୍ଗାନା ପୋଲିସ୍‌ ଫାୟାରିଂ କରିଥିବା ଜଣାପଡ଼ିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ୍‌ ଏଭଳି କରିଥିବା ଜଣାପଡ଼ିଛି। ବିକ୍ଷୋଭକାରୀମାନେ ରେଲ୍‌ୱେ ଟ୍ରାକ୍‌ରେ ବିରୋଧ ପ୍ରଦର୍ଶନ କରିବା ସହ ୩ ଘଣ୍ଟା ପାଇଁ ଟ୍ରେନ୍‌ ଚଳାଚଳ ବନ୍ଦ କରିଥିଲେ। କ୍ରୋଧିତ ଯୁବକମାନେ ୩ଟି ଟ୍ରେନ୍‌ରେ ନିଆଁ ଲଗାଇ ଦେଇଛନ୍ତି।

ପରିସ୍ଥିତିକୁ ଦୃଷ୍ଟିରେ ରଖି ରେଲ୍‌ୱେ ପକ୍ଷରୁ ଟ୍ରେନ୍‌ ଗୁଡ଼ିକୁ ଡାଇଭର୍ଟ କରାଯାଇଥିଲା। ଫଳରେ ବିକ୍ଷୋଭକାରୀମାନେ ଆଉ ସିକନ୍ଦରାବାଦ ଷ୍ଟେସନ ଯାଇପାରିବେନି। ୩୫୦ରୁ ଅଧିକ ଆନ୍ଦୋଳନକାରୀମାନେ ରେଲ୍‌ୱେ ଷ୍ଟେସନକୁ ନିଜ କବ୍‌ଜାକୁ ନେବା ପରେ ପରିସ୍ଥିତିକୁ ଦୃଷ୍ଟିରେ ରଖ୍ ଏଭଳି ନିଷ୍ପତ୍ତି ନିଆଯାଇଥିଲା। ଆନ୍ଦୋଳନକାରୀମାନେ ଇଷ୍ଟ୍‌ କୋଷ୍ଟ୍‌ ଏକ୍ସପ୍ରେସ୍‌, ରାଜକୋଟ ଏକ୍ସପ୍ରେସ୍‌, ଅଜନ୍ତା ଏକ୍ସପ୍ରେସ୍‌ରେ ନିଆଁ ଲଗାଇ ଦେଇଛନ୍ତି।

Advertisment

ବିହାର, ଉତ୍ତର ପ୍ରଦେଶ, ହରିୟାଣା, ଓଡ଼ିଶା, ପଶ୍ଚିମବଙ୍ଗ ଓ ମଧ୍ୟ ପ୍ରଦେଶରେ ‘ଅଗ୍ନିପଥ’ ଯୋଜନା ବିରୋଧର ନିଆଁ ତେଜିବାରେ ଲାଗିଛି। କଟକ କ୍ୟାଣ୍ଟନମେଣ୍ଟ ରୋଡ୍‌ରେ ବିକ୍ଷୋଭକାରୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି। ଆର୍ମି ଅଫିସ୍ ଆଗରେ ବିରୋଧ ପ୍ରଦର୍ଶନ ସହ ରାସ୍ତାରୋକ କରିଛନ୍ତି। 

୩ ସେନା ବାହିନୀରେ ଅଗ୍ନିବୀର ଭାବେ ଯୁବକ ଯୁବତୀଙ୍କୁ ଭର୍ତ୍ତି କରିବା ପାଇଁ ୨ ଦିନ ପୂର୍ବେ ‘ଅଗ୍ନିପଥ’ ଯୋଜନା ଘୋଷଣା ହୋଇଥିଲା। ତେବେ ଏଥିରେ ୪ ବର୍ଷ ଚାକିରି ଅବଧିକୁ ଦେଶର ବିଭିନ୍ନ ସ୍ଥାନରେ ଜୋରଦାର ବିରୋଧ କରାଯାଇଛି। 

Agnipath Agnipath Scheme Agnipath Protest Agnipath Recruitment Scheme Agnipath Violence
Advertisment
Advertisment