/odishatv-khabar/media/post_attachments/uploadimage/library/16_9/16_9_0/IMAGE_1655691068.jpg)
Bharat Bandh
ଅଗ୍ନିପଥ ଯୋଜନାକୁ ବିରୋଧ କରି ଆଜି ବିଭିନ୍ନ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ହାଇଆଲର୍ଟରେ RPF, GRP; ହିଂସା ସୃଷ୍ଟିକାରୀଙ୍କ ଉପରେ ନଜର ରଖାଯାଇଛି । ସୁରକ୍ଷା ଦୃଷ୍ଟିରୁ ଝାଡ଼ଖଣ୍ଡରେ ସବୁ ସ୍କୁଲ ବନ୍ଦ ରଖିଛନ୍ତି ସରକାର ।
ଅଗ୍ନିପଥ ଯୋଜନାକୁ ବିରୋଧ କରି ଦେଶ ଭିତରେ ହିଂସକାଣ୍ଡ ଭିଆଇବା ଅଭିଯୋଗରେ ଏପର୍ଯ୍ୟନ୍ତ ୮୦୪ ଅଭିଯୁକ୍ତ ଗିରଫ ହେଲେଣି । ଏ ସଂକ୍ରାନ୍ତରେ ଜୁନ ୧୬ ତାରିଖରୁ ୧୮ ତାରିଖ ମଧ୍ୟରେ ୧୪୫ ଟି ମାମଲା ରୁଜୁ ହୋଇଛି । ହିଂସାକୁ ରୋକାଯିବା ଲାଗି ବିହାରରେ ୧୭ଟି ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି ।
ଅଗ୍ନିପଥ ସମ୍ପର୍କରେ ମିଛ ଖବର ପ୍ରସାରଣ ଅଭିଯୋଗରେ ୩୫ଟି ହ୍ୱାଟ୍ସଆପ୍ ଗ୍ରୁପକୁ ବ୍ୟାନ୍ କରାଯାଇଛି । ସେନାରେ ନିଯୁକ୍ତି ପାଇଁ ଘୋଷଣା ହୋଇଥିବା ଅଗ୍ନିପଥ ସ୍କିମ୍କୁ ବିରୋଧ କରି ସାରା ଦେଶରେ ହଙ୍ଗାମା ଚାଲିଥିବା ବେଳେ, ଗତକାଲି ଆନ୍ଦୋଳନକାରୀଙ୍କ ପ୍ରତି କଡ଼ା ଆଭିମୁଖ୍ୟ ପ୍ରକାଶ କରିଛି ପ୍ରତିରକ୍ଷା ମନ୍ତ୍ରାଳୟ ।
ହିଂସାକାଣ୍ଡରେ ସାମିଲ ଥିବା ଯୁବକଙ୍କୁ ସେନାରେ ଭର୍ତ୍ତି ହେବାର ସୁଯୋଗ ମିଳିବନି ବୋଲି ସ୍ପଷ୍ଟ କରିଛନ୍ତି ସେନା ବ୍ୟାପାର ବିଭାଗ ଅତିରିକ୍ତ ସଚିବ । ତିନିସେନାରେ ଖୁବ୍ଶୀଘ୍ର ଆରମ୍ଭ ହୋଇଯିବ ଅଗ୍ନିବୀରଙ୍କ ନିଯୁକ୍ତି ପ୍ରକ୍ରିୟା । ଆର୍ମି ପାଇଁ ପାଇଁ ଜୁଲାଇ ୧ରେ ବିଜ୍ଞପ୍ତି ପ୍ରକାଶ ପାଇବ ଏହାପରେ ଜଏନ୍ ଇଣ୍ଡିଅାନ୍ ଅାର୍ମି େଓ୍ୱବସାଇଟରେ ଅାବେଦନ ଓ ପଞ୍ଜୀକରଣ ହୋଇପାରିବ ବୋଲି ସ୍ଥଳସେନା ଅାଡ୍ଜଟାଣ୍ଟ ଜେନେରାଲ୍ ସୂଚନା ଦେଇଛନ୍ତି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)