Agniveer
ଅଗ୍ନିବୀରକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଦୂର ଲାଗି ପ୍ରୟାସ । ତିନି ସେନା ପକ୍ଷରୁ ପ୍ରେସ୍ମିଟ୍ ଜରିଆରେ ଦ୍ୱନ୍ଦ୍ୱ ଦୂର ଲାଗି ପ୍ରୟାସ କରାଯାଇଛି । ପ୍ରତିରକ୍ଷା ବିଭାଗର ଅତିରିକ୍ତ ସଚିବ ଅନୀଲ ପୁରୀ ପ୍ରେସ୍ମିଟ୍ କରି ଦ୍ୱନ୍ଦ୍ୱ ଦୂର କରିବାକୁ ଚେଷ୍ଟା କରିଛନ୍ତି ।
ଅନୀଲ ପୁରୀ କହିଛନ୍ତି ସେନାବାହିନୀକୁ ଲୋଡ଼ା ଯୁବସୁଲଭ ବ୍ୟକ୍ତିତ୍ୱ । ଆଗାମୀ ସମୟର ଯୁଦ୍ଧ ଭିନ୍ନ, ବୈଷୟିକ ଜ୍ଞାନ ଆଧାରରେ ହେବ । ବର୍ତ୍ତମାନର ଯୁବପିଢି ବୈଷୟିକ ଜ୍ଞାନରେ ପାରଙ୍ଗମ । ଅଗ୍ନିପଥ ଯୋଜନା ଯୁବକଙ୍କ ଲାଗି ଲାଭଜନକ ହେବ । ଯୋଜନା ସଂପର୍କରେ ଗତ ୨ ବର୍ଷ ଧରି ବିଚାର ବିମର୍ଶ ଚାଲିଥିଲା । ଜଣେ ୨୫ ବର୍ଷର ଯୁବକ ଅନୁଶାସନ ଓ କୌଶଳଯୁକ୍ତ ହୋଇପାରିବ ବୋଲି ସେ କହିଛନ୍ତି ।
ଏହାସହ ସେ ଆହୁରି କହିଛନ୍ତି, ଅନ୍ୟ ସୈନିକଙ୍କ ପରି ଅଗ୍ନିବୀରଙ୍କୁ ସମାନ ସୁବିଧା ମିଳିବ । ୪ଟି ରାଜ୍ୟ ଅଗ୍ନିବୀରଙ୍କୁ ପୋଲିସ୍ ଚାକିରୀ ଲାଗି ଘୋଷଣା କରିସାରିଛି । ଅନ୍ୟାନ୍ୟ PSU ମଧ୍ୟ ଅଗ୍ନିବୀରଙ୍କ ଲାଗି ପ୍ୟାକେଜ ସୃଷ୍ଟି କରୁଛନ୍ତି
ଅନ୍ୟପଟେ ଅଗ୍ନିପଥ ଯୋଜନାକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରସଙ୍ଗ । ବିରୋଧ ସତ୍ତ୍ୱେ ଯୋଜନାକୁ ଫେରାଇ ନିଆଯିବନି ବୋଲି କହିଛନ୍ତି ଅନୀଲ ପୁରୀ । ତେବେ ହିଂସାରେ ଭାଗ ନେଇଥିବା ଯୁବକଙ୍କୁ ସେନାରେ ଭର୍ତ୍ତି କରାଯିବନି । କାରଣ ନିଷ୍ଠା ଓ ଶୃଙ୍ଖଳା ଭାରତୀୟ ସେନାର ଅଳଙ୍କାର ବୋଲି କହିଛନ୍ତି ଅନୀଲ ପୁରୀ । ହିଂସାରେ ଲିପ୍ତ ଜଣଙ୍କୁ ସେନାରେ କିପରି ସାମିଲ କରାଯିବ ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାସହ ସେନାରେ ଭର୍ତ୍ତି ଲାଗି ଆବେଦନ ବେଳେ ଯୁବକଙ୍କୁ ଦେବାକୁ ପଡ଼ିବ ସତ୍ୟପାଠ । ଯୁବକଙ୍କୁ ସାଂପ୍ରତିକ ହିଂସାରେ ଭାଗ ନେଇ ନଥିବାର ସତ୍ୟପାଠ ଦେବାକୁ ପଡ଼ିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)