• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୋଡ଼ାଜଳା, ଭଙ୍ଗାରୁଜା, ପୋଲିସ ସହ ଧସ୍ତାଧସ୍ତି । ଅଗ୍ନିପଥ ବିରୋଧରେ ତୀବ୍ର ହେଉଛି ଆନ୍ଦୋଳନ । କେନ୍ଦ୍ର ସରକାରଙ୍କ ଦ୍ୱାରା ସେନାରେ ନିଯୁକ୍ତି ପାଇଁ ଆସିଥିବା ନୂଆ ଅଗ୍ନିପଥ ଯୋଜନା ବିରୋଧରେ ତୃତୀୟ ଦିନରେ ମଧ୍ୟ ବିହାର, ଉତ୍ତରପ୍ରଦେଶ, ତେଲେଙ୍ଗାନା ସମେତ ଅନେକ ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ ପ୍ରଦର୍ଶନ ଚାଲିଛି । ବିହାର ଏବଂ ଉତ୍ତରପ୍ରଦେଶରେ ସବୁଠାରୁ ଅଧିକ ହିଂସାତ୍ମକ ବିରୋଧ ପ୍ରଦର୍ଶନ କରାଯାଉଛି

ବିହାରର ବିଭିନ୍ନ ଷ୍ଟେସନରେ ଜୋରଦାର ପ୍ରତିବାଦ କରିବା ସହ ଆନ୍ଦୋଳନକାରୀମାନେ ଟ୍ରେନରେ ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିଛି । ଏଥିସହ ଷ୍ଟେସନରେ ଭଙ୍ଗାରୁଜା କରିଛନ୍ତି ଆନ୍ଦୋଳନକାରୀ । ଭଙ୍ଗାରୁଜା ବେଳେ କିଛି ସ୍ଥାନରେ ପୋଲିସ ସହ ମୁହାଁମୁହିଁ ସ୍ଥିତି ଉପୁଜିଛି ।  ବିହାରର ବେତିଆରେ ବିକ୍ଷୋଭକାରୀମାନେ ଉପମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ରେନୁ ଦେବୀଙ୍କ ଘରେ ଆକ୍ରମଣ କରାଯାଇଛି।  ବେଗୁସରାଇ ଲକ୍ଷୀସରାଇ ଷ୍ଟେସନରେ ଆନ୍ଦୋଳନକାରୀମାନେ ଟ୍ରେନ୍ ଜାଳି ଦେଇଛନ୍ତି । ଲଖମିନିଆରେ ରେଳ ଷ୍ଟେସନରେ ନିଆଁ ଲଗାଇ ଦେଇଛନ୍ତି ଆନ୍ଦୋଳନକାରୀ  । ଆରାରା, ବକ୍ସର ଓ ବେତିହାରେ ମଧ୍ୟ ଜୋରଦାର ପ୍ରତିବାଦ ଦେଖିବାକୁ ମିଳିଛି । ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ପୋଡ଼ାଜଳା କରିବା ସହ ବିକ୍ଷୋଭ କରୁଛନ୍ତି ।

ସେହିପରି ଉତ୍ତର ପ୍ରଦେଶ ବଲିଆରେ ମଧ୍ୟ ଆନ୍ଦୋଳନକାରୀମାନେ ଟ୍ରେନରେ ନିଆଁ ଲଗାଇ ଦେଇଛନ୍ତି । ୟୁପିରେ ସକାଳୁ ଯୁବକମାନେ ଆଜି ତୃତୀୟ ଦିନ ପାଇଁ ରାଜରାସ୍ତାକୁ ଓହ୍ଲାଇ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଉଛନ୍ତି । ତେଲେଙ୍ଗାନାର ସିକନ୍ଦରାବାଦରେ ମଧ୍ୟ ଟ୍ରେନ୍ ଜାଳି ଦେଇଛନ୍ତି ବିକ୍ଷୋଭକାରୀ । ଅଗ୍ନିପଥ ଯୋଜନାରେ ପରିବର୍ତ୍ତନ ଆସିବା ପରେ ମଧ୍ୟ ପୁରୁଣା ପଦ୍ଧତି କାର୍ଯ୍ୟକାରୀ କରିବାକୁ ବିକ୍ଷୋଭକାରୀମାନେ ଦାବି କରୁଛନ୍ତି । ଅଗ୍ନିପଥ ଯୋଜନା ବିରୋଧରେ ଗତକାଲିଠାରୁ ଦେଶରେ ବିଭିନ୍ନ ସ୍ଥାନରେ ଅସନ୍ତୋଷର ନିଆଁ ଜଳୁଛି ।

ଅନ୍ୟପଟେ ହରିଆଣାର ପଲୱାଲରେ ଆନ୍ଦୋଳକାରୀଙ୍କ ହିଂସାକୁ ଦେଖି ସରକାର ଫରିଦାବାଦ ଜିଲ୍ଲାର ବଲଭଗଡ଼ରେ ଇଣ୍ଟରନେଟ୍ ସେବାକୁ ବନ୍ଦ ରଖିଛି । ସେପଟେ ହିସାର ଏବଂ ରୋହତକରେ ରାସ୍ତାରୋକ ଥିବାରୁ ପୋଲିସ ହାଇ ଆଲର୍ଟରେ ରହିଛି । ଆନ୍ଦଳକାରୀଙ୍କୁ ବୁଝାସୁଝା ଲାଗି ସ୍ଥନୀୟ ପ୍ରଶାସନ ପ୍ରୟାସ କରୁଛି ।