/odishatv-khabar/media/post_attachments/uploadimage/library/16_9/16_9_0/IMAGE_1699090622.jpg)
MP teacher skips poll duty
ପ୍ରଥମେ ବିବାହ ପାଇଁ ଝିଅ ଦିଅନ୍ତୁ । ଏହା ପରେ ସରକାରୀ କାର୍ଯ୍ୟ କରିବି । ଏଭଳି ଦାବି ରଖି ନିଲମ୍ବିତ ହୋଇଛନ୍ତି ଶିକ୍ଷକ । ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଶିକ୍ଷକଙ୍କ ଡ୍ୟୁଟି ପଡ଼ିଥିଲା । କିନ୍ତୁ ସେ ନିଜର ଡ୍ୟୁଟିରେ ଅନୁପସ୍ଥିତ ଥିଲେ । ଏଣୁ ସରକାରଙ୍କ ପକ୍ଷରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରା ଯାଇଥିଲା ।
କାରଣ ଦର୍ଶାଅ ନୋଟିସର ଉତ୍ତରରେ ସେ କଲେକ୍ଟରଙ୍କ ସାମ୍ନାରେ ବିଭିନ୍ନ ପ୍ରକାର ସର୍ତ୍ତ ରଖିଥିଲେ । ନିଜର ଏପରି ହାସ୍ୟାସ୍ପଦ ଓ ଅଜବ ଯୁକ୍ତି ପାଇଁ ଚାକିରୀ ହରାଇଛନ୍ତି ଶିକ୍ଷକ । ସୂଚନା ଅନୁସାରେ ଶିକ୍ଷକ ଜଣକ ଅବିବାହିତ । ଏଣୁ ତାଙ୍କୁ ବିବାହ ପାଇଁ କନ୍ୟାର ଆବଶ୍ୟକ ରହିଛି ବୋଲି କହିଛନ୍ତି । ଏହା ସହ ଫ୍ଲାଟ ପାଇଁ ଋଣ ମଧ୍ୟ ମାଗିଛନ୍ତି । ପତ୍ନୀଙ୍କ ବିନା ରାତି କଷ୍ଟରେ ବିତୁଛି । ନିଃସଙ୍ଗ ଭାବେ ଜୀବନ କଟୁଛି ବୋଲି ନିଜ ଉତ୍ତରରେ ସେ କହିଥିଲେ ।
ନିର୍ବାଚନ କାର୍ଯ୍ୟରେ ଅନୁପସ୍ଥିତ ଥିବାରୁ ସତନା କଲେକ୍ଟର ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଅନୁରାଗ ଶର୍ମା, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଅଖିଳେଶ ତିୱାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । ଉତ୍ତରରେ ଅଖିଳେଶ ଲେଖିଛନ୍ତି, ସେ ମାନସିକ ଭାବେ ଅସୁସ୍ଥ ଥିଲେ । ଏହା ଏପରି ଏକ ଯନ୍ତ୍ରଣା ଯାହା ସାଧାରଣରେ ପ୍ରକାଶ ଯୋଗ୍ୟ ନୁହେଁ । ସାରା ଜୀବନ ସେ ଅବିବାହିତ ଅଛନ୍ତି । ପତ୍ନୀଙ୍କ ବିନା ରାତି କଷ୍ଟରେ କଟୁଛି । ଏପରି ଅଜବ ଉତ୍ତର ପାଇଁ ତାଙ୍କୁ ତତକ୍ଷଣାତ୍ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ ।
सतना। एक शिक्षक ने शो कॉज़ का दिया ऐसा जवाब की अचंभित रह गए अफसर
बिना बीबी के गुजर रही है मेरी सारी उम्र,हाथ भी टूट गया है और बैक बोन भी नहीं कर रही काम,पहले इलाज कराइये,फ्लैट दिलाइये,एरियर का भुगतान कराइये।
चुनाव ड्यूटी में अनुपस्थित रहने पर जारी हुआ था नोटिस pic.twitter.com/V6RepskpA1
— Ramashankar sharma (@Ramashankarsh19) November 2, 2023
ନିଜ ଉତ୍ତରରେ ଅଖିଳେଶ କଲେକ୍ଟରଙ୍କୁ ଲେଖିଛନ୍ତି, ଆପଣ ଜ୍ଞାନର ସମୁଦ୍ର ଅଟନ୍ତି । ଏଣୁ ଆପଣ ମୋର ଦୁଃଖକୁ ବୁଝିପାରିବେ ବୋଲି ଆଶା । ଗତ ଅକ୍ଟୋବର ୧୬ ରେ ମତଦାନ ଅଧିକାରୀଙ୍କ ତାଲିମ କାର୍ଯ୍ୟକ୍ରମରେ ସରକାରୀ ଶିକ୍ଷକ ଅଖିଳେଶ ଅନୁପସ୍ଥିତ ରହିଥିଲେ । ଡ୍ୟୁଟିରେ ଥିବା ସମୟରେ ମଧ୍ୟ ଅନୁପସ୍ଥିତ ରହିବାରୁ କଲେକ୍ଟରଙ୍କ ପକ୍ଷରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରା ଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)