/odishatv-khabar/media/post_attachments/uploadimage/library/16_9/16_9_0/IMAGE_1667805661.jpg)
10-year-old rapes 7-year-old girl
କିଛି ପିଲା ମୋବାଇଲ୍ ଫୋନ୍ର ସଦୂପଯୋଗ କରୁଥିବା ବେଳେ ଆଉ କିଛି ଏହାର ଦୁରୂପଯୋଗ ଯୋଗ କରୁଛନ୍ତି। ଏହାଦ୍ୱାରା ଅନେକ ଅପରାଧ ମଧ୍ୟ ଘଟୁଛି। ଏମିତି ଏକ ଅପରାଧ ଉତ୍ତରପ୍ରଦେଶର କାନପୁରରେ ଘଟିଛି। ଜଣେ ୧୦ ବର୍ଷର ବାଳକ ୭ ବର୍ଷର ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମୋବାଇଲ୍ ଫୋନ୍ରେ ଅଶ୍ଲୀଳ ଦୃଶ୍ୟ ଦେଖିବା ପରେ ନାବାଳକ ଜଣକ ଏପରି କାଣ୍ଡ ଭିଆଇଥିବା ଜଣାପଡ଼ିଛି। ସମ୍ପୃକ୍ତ ନାବାଳକଙ୍କୁ ପଚରାଉଚରା ବେଳେ ପୋଲିସ୍ ଆଗରେ ସେ ନିଜର ଅପରାଧ ସ୍ୱୀକାର କରିଛନ୍ତି।
ଅଧିକ ପଢ଼ନ୍ତୁ: ଭାରତରେ ଏହିସବୁ ପର୍ଣ୍ଣ ସାଇଟ୍ ବ୍ୟାନ୍ କଲେ ସରକାର
ଘଟଣାକୁ ନେଇ ପୋଲିସ୍ FIR ରୁଜୁ କରିବା ସହ ଉକ୍ତ ବାଳକଙ୍କ ବିରୋଧରେ ଦୁଷ୍କର୍ମ ଓ POCSO ଆକ୍ଟ ଲଗାଇଛି। ଏହାସହ ତାଙ୍କୁ ଜିଲ୍ଲା ଜୁଭେନାଇଲ୍ ବୋର୍ଡରେ ହାଜର କରାଯାଇ ଜୁଭେନାଇଲ୍ ହୋମ୍କୁ ପଠାଇ ଦିଆଯାଇଛି।
ନାବାଳିକାଙ୍କ ବାପାଙ୍କ କହିବା ଅନୁସାରେ, ନାବାଳିକା ଜଣକ ତୃତୀୟ ଶ୍ରେଣୀରେ ପଢ଼ନ୍ତି। ଘଟଣା ଘଟିବା ଦିନ ସେ ଏକାକୀ ଘରେ ଥିଲେ। ଯେତେବେଳେ ପରିବାର ଲୋକ ଘରକୁ ଫେରିଲେ ଝିଅ କାନ୍ଦୁ ଥିବା ଦେଖିବାକୁ ପାଇଥିଲେ। ଏନେଇ ପରିବାର ଲୋକେ ତତ୍କ୍ଷଣାତ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ୍ ଘଟଣାର ତଦନ୍ତ କରି ୧୦ ବର୍ଷର ନାବାଳକକୁ ଅଟକ ରଖିଥିଲା।
ପଚରାଉଚରା ବେଳେ ନାବାଳକ ଜଣକ ନିଜର ଅପରାଧ ସ୍ୱୀକାର କରିଥିଲେ। ମୋବାଇଲ୍ ଫୋନ୍ରେ ପର୍ଣ୍ଣ ଦେଖିବା ପରେ ଏଭଳି କାଣ୍ଡ ଘଟାଇଥିବା ସେ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)