/odishatv-khabar/media/post_attachments/uploadimage/library/16_9/16_9_0/IMAGE_1678971877.jpg)
Vehicle Burn
ପ୍ରତ୍ୟେକ ଘରେ ଝଗଡ଼ା ଥାଏ । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ମଧ୍ୟ ହୋଇଥାଏ । ବଚସାର କିଛି ସମୟ ବିତିବା ପରେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସବୁକିଛି ଠିକ୍ ହୋଇଯାଏ । ଆଉ କିଛି ଝଗଡ଼ା ଏତେ ବଢ଼ିଯାଏ ଯେ, ଉଭୟ ଉଭୟଙ୍କ ଠାରୁ ଛାଡ଼ପତ୍ର ମଧ୍ୟ ନେଇଥାଆନ୍ତି । ହେଲେ ସେହି ରାଗ ସମୟରେ ଏମିତି କିଛି ଘଟଣା ଘଟିଥାଏ ଯାହା ବେଳେ ବେଳେ ଚର୍ଚ୍ଚିତ ହୋଇଯାଇଥାଏ ।
ବର୍ତ୍ତମାନ ସେହିପରି ଏକ ଖବର ସାମ୍ନାକୁ ଆସିଛି । ସ୍ୱାମୀ-ସ୍ତ୍ରୀଙ୍କ ବଚସା ପରେ ୮ଟି ଗାଡ଼ି ଜାଳିଦେଇଛନ୍ତି ସ୍ୱାମୀ । ୪ଟି ବାଇକ୍, ଦୁଇଟି କାର୍ ଓ ୨ଟି ଅଟୋ ନିଆଁରେ ଜଳିଯାଇଛି । ଏପରି ଏକ ଘଟଣା ପୁଣେରେ ଘଟିଛି । ଘଟଣାକୁ ନେଇ ପୋଲିସ ତଦନ୍ତ କରିବା ସହ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଛି ।
ପୋଲିସ ଏହାକୁ ନେଇ ପ୍ରତିକ୍ରିୟା ରଖିଛି । ପୋଲିସର କହିବା ଅନୁସାରେ ବ୍ୟକ୍ତି ଜଣକ ସୋମବାର ଦିନ ୨ଟା ବେଳେ ତାଙ୍କ ପତ୍ନୀଙ୍କ ବାପଘରକୁ ଯାଇଥିଲେ । ସେଠାରେ ସ୍ତ୍ରୀଙ୍କ ସହ ଝଗଡ଼ା ହୋଇଥିଲା । ପରେ ବାଇକ୍ରୁ ପେଟ୍ରୋଲ ବାହାର କରି ସେଠାରେ ଥିବା ୮ଟି ଗାଡ଼ିକୁ ଜାଳି ଦେଇଥିଲେ ।
ଜଳି ଯାଇଥିବା ଗାଡ଼ିଗୁଡ଼ିକ ମଧ୍ୟରେ ୪ଟି ବାଇକ୍, ଦୁଇଟି କାର୍ ଓ ୨ଟି ଅଟୋ ରହିଛି । ୩ଟି ଗାଡ଼ି ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିବା ବେଳେ ୫ଟି ଗାଡ଼ି ଆଂଶିକ ଭାବେ ଜଳିଯାଇଛି ।
ଏନେଇ ଥାନାରେ ଅଭିଯୋଗ ହେବା ପରେ ଆଇପିସି ଧାରା ୪୩୫ ଅନୁଯାୟୀ ଏକ ମାମଲା ପଞ୍ଜୀକୃତ ହୋଇଛି । ଘଟଣାରେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି ପଚରାଉଚରା କରୁଛି ପୋଲିସ । ଖାଲି ସେତିକି ନୁହେଁ ଗାଡ଼ି ଗୁଡ଼ିକ ପୋଡିଯାଇଥିବାରୁ କ୍ଷତିପୂରଣ ପାଇଁ ମହିଳାଙ୍କ ପରିବାର ପକ୍ଷରୁ ଦାବି କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)