Jama Masjid
ବିବାଦ ଓ ବିରୋଧ ପରେ ହଟିଲା ଦିଲ୍ଲୀର ପ୍ରସିଦ୍ଧ ଜାମା ମସଜିଦ୍କୁ ଯୁବତୀଙ୍କ ପ୍ରବେଶ ଉପରେ ଥିବା କଟକଣା । ଦିଲ୍ଲୀ ଉପରାଜ୍ୟପାଳଙ୍କ ହସ୍ତକ୍ଷେପ ପରେ ଯୁବତୀଙ୍କ ପ୍ରବେଶ ନିଷେଧ କଟକଣାକୁ ପ୍ରତ୍ୟାହାର କରି ନେଇଛନ୍ତି ମସ୍ଜିଦ୍ କର୍ତ୍ତୃପକ୍ଷ ।
ଜାମା ମସଜିଦକୁ ଏକାକି କିମ୍ବା ଦଳଗତ ଭାବେ ଝିଅଙ୍କ ପ୍ରବେଶ ଉପରେ ରୋକ୍ ଲଗାଇ ଆଜି ମସଜିଦ ଆଗରେ ଏକ ନୋଟିସ ଲଗାଇଥିଲେ ମସଜିଦ୍ କର୍ତ୍ତୃୃପକ୍ଷ । ଉପାସନା ପାଇଁ ଲୋକେ ମସଜିଦକୁ ଆସୁଥିବା ବେଳେ ଏଠାରେ ଝିଅମାନେ ପୁଅଙ୍କ ସହ ମିଳାମିଶା ଓ ଭିଡିଓ ସୁଟିଂ ଭଳି ଅରୁଚିକର କାର୍ଯ୍ୟ କରୁଥିବା ଘଟଣା ନଜରକୁ ଆସୁଥିଲା । ଏହାକୁ ବିରୋଧ କରି ମସଜିଦ୍ କର୍ତ୍ତୃପକ୍ଷ ଏଭଳି କଟକଣା ଲଗାଇଥିଲେ । ତେବେ ଏହି କଟକଣାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ୱାତୀ ମାଲିଓ୍ୱାଲ ଏହି ନିଷ୍ପତ୍ତିର ବିରୋଧ କରି ଏହାକୁ ଅସାମ୍ବିଧାନିକ ବୋଲି ମତ ଦେଇଥିଲେ । ପରେ ଦିଲ୍ଲୀର ଉପରାଜ୍ୟପାଳ ଏନେଇ ଇମାମ ସହି ଅହମ୍ମଦ ବୁଖାରୀଙ୍କ ସହ ଆଲୋଚନା କରି ଏହି ନିର୍ଦ୍ଦେଶ ହଟାଇବାକୁ ଅନୁରୋଧ କରିଥିଲେ । ପରେ ମସଜିଦ କର୍ତ୍ତୃୃପକ୍ଷ ନୋଟିସକୁ ହଟାଇ ନେଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)