Advertisment

ଅନୀଲ ଅମ୍ବାନୀଙ୍କ ପରେ ପତ୍ନୀ ଟିନା ଅମ୍ବାନୀଙ୍କୁ ଜେରା କଲା ED

ସପ୍ତାହେ ପୂର୍ବରୁ ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ EDରେ ହାଜର ହେବାକୁ ନୋଟିସ କରାଯାଇଥିଲା ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Anil Ambani ED Case

Tina Ambani

ED ରେ ହାଜର ହେଲେ ଟିନା ଅମ୍ବାନୀ । ଶିଳ୍ପପତି ତଥା ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ଅନୀଲ ଅମ୍ବାନୀଙ୍କ ପତ୍ନୀ ହେଉଛନ୍ତି ଟିନା ଅମ୍ବାନୀ । ଗତକାଲି ଅନୀଲ ଅମ୍ବାନୀ EDରେ ହାଜର ହୋଇଥିବା ବେଳେ ଆଜି ତାଙ୍କ ପତ୍ନୀ ED ଅଫିସ୍‌ରେ ପହଞ୍ଚିଛନ୍ତି । ତାଙ୍କୁ ED ପଚରାଉଚରା ପାଇଁ ନୋଟିସ କରିଥିଲା । ତାଙ୍କ ବିରୋଧରେ ଫରେନ୍‌ ଏକ୍ସଚେଞ୍ଜ ନିୟମ ଉଲ୍ଲଘଂନ କରିଥିବା ଅଭିଯୋଗ ରହିଛି ।

Advertisment

ଅନୀଲଙ୍କ ପରେ ଟିନା ED ଜେରାର ସମ୍ମୁଖୀନ ହେବା ଘଟଣା, ନାନା ଆଶଙ୍କା ସୃଷ୍ଟି କରୁଛି । ଘଟଣା ଅଧିକ ରହସ୍ୟ ଘେରକୁ ଟାଣି ହେଉଥିବା ବେଳେ ଇଡି କିନ୍ତୁ ଏନେଇ କିଛି ବି ସୂଚନା ଦେଇନାହିଁ । ଯେତିକି ବି ସୂଚନା ରହିଛି, ସେଥିରୁ ଜଣାପଡ଼ୁଛି ଯେ ଏହି ମାମଲା ପାଣ୍ଡୋରା ପେପର କେସ୍‌ ସହ ଜଡ଼ିତ । ସପ୍ତାହେ ପୂର୍ବରୁ ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ EDରେ ହାଜର ହେବାକୁ ନୋଟିସ କରାଯାଇଥିଲା ।

ଗତ ବର୍ଷ ଅଗଷ୍ଟରେ ଆଣ୍ଟି ବ୍ଲାକ୍‌ ମନି ଆଇନ ଅନୁଯାୟୀ ଆୟକର ବିଭାଗ ଅନିଲ ଅମ୍ବାନୀଙ୍କୁ ଏକ ନୋଟିସ ଜାରି କରିଥିଲା। ସ୍ୱିଜରଲ୍ୟାଣ୍ଡର ଦୁଇଟି ବ୍ୟାଙ୍କ ଆକାଉଣ୍ଟରେ ସେ ୮୧୪ କୋଟି ଟଙ୍କା ରଖିଥିବା ଇନକମ୍‌ ଟ୍ୟାକ୍ସ ବିଭାଗ ଅଭିଯୋଗ କରିଥିଲା।  ସେ ସ୍ୱିସ ବ୍ୟାଙ୍କରେ ଏତେ ପରିମାଣର କଳା ଟଙ୍କା ଜମା ରଖି ଭାରତରେ ୪୨୦ କୋଟି ଟଙ୍କାର ଟିକସ ଫାଙ୍କିଥିବା କହିଥିଲା ଆୟକର ବିଭାଗ। ଏପରିକି ଜାଣିଶୁଣି ଅନୀଲ ଅମ୍ବାନୀ ତଦନ୍ତରେ ସହଯୋଗ କରୁ ନଥିବା ଓ ବିଦେଶରେ ଥିବା ନିଜ ଆକାଉଣ୍ଟ ସମ୍ପର୍କରେ ସବିଶେଷ ତଥ୍ୟ ଦେଉ ନ ଥିବା ଆୟକର ବିଭାଗ ଅଭିଯୋଗ କରିଥିଲା। 

Advertisment

ଏହା ବିରୋଧରେ ଅନୀଲ ଅମ୍ବାନୀ ବମ୍ବେ ହାଇକୋର୍ଟ ଯାଇଥିବା ବେଳେ ସେଠାରେ ତାଙ୍କୁ ଆଶ୍ୱସ୍ତି ମିଳିଥିଲା। ଅନୀଲ ଅମ୍ବାନୀଙ୍କ ବିରୋଧରେ କୌଣସି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ପୂର୍ବରୁ ଅନୀଲ ଅମ୍ବାନୀ ୨୦୨୦ ମସିହାରେ ୟେଶ ବ୍ୟାଙ୍କ ଲୋନ୍‌ ଘୋଟାଲା ମାମଲାରେ ଇଡି ନିକଟରେ ହାଜର ହୋଇଥିଲେ। ଉକ୍ତ ଘଟଣାରେ ବ୍ୟାଙ୍କର ତତ୍‌କାଳୀନ କୋ- ଫାଉଣ୍ଡର ରାଣା କପୁର ଗିରଫ ହୋଇଥିଲେ।

Reliance Industries Anil Ambani
Advertisment
Advertisment