• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଥାରେ ଅଛି ପାଠ ପଢ଼ିବାର ତ କୌଣସି ବୟସ ନଥାଏ । ସଫଳତା ସାଉଣ୍ଟିବା ପାଇଁ ଆବଶ୍ୟକ ଥାଏ କେବଳ ଦୃଢ଼ ମନୋବଳ ଓ ଅଧ୍ୟବ୍ୟସାୟ , ଯାହା ଅସମ୍ଭବକୁ ବି ସମ୍ଭବ କରିପାରେ । ଆଉ ଏହାକୁ ସତ ପ୍ରମାଣିତ କରି ଦେଖାଇଛନ୍ତି ଜଣେ ସିକ୍ୟୁରିଟି ଗାର୍ଡ । ୫୬ ବର୍ଷ ବୟସରେ ନିଜ ଆଶା ପୂରଣ କରିଛନ୍ତି । ପରିଣତ ବୟସରେ MSc ପାସ୍‌ କରି ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ।

ଜବଲପୁରର ନିବାସୀ ରାଜକରଣ ବରୁଆ । ବୟସ ୫୬ ବର୍ଷ । ସେ ଜଣେ ସିକ୍ୟୁରିଟି ଗାର୍ଡ ଭାବେ କାମ କରନ୍ତି । ନିଜର ବୋଲି କେହି ନାହାନ୍ତି । ଘର ପରିବାର ନଥିବା ବେଳେ ବିବାହ ବି କରନାହାନ୍ତି । ଗଣିତରେ MSc ପାସ୍‌ କରିବାର ଏମିତି ଝୁଙ୍କ୍‌ ଥିଲା, ନିଜର ଦୁଇ ସିପ୍ଟର ଚାକିରି ମଧ୍ୟରେ ସେ ପାଠପଢ଼ା ଜାରି ରଖିଥିଲେ । ଅନେକ ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବା ପରେ ସେ ୨୦୨୧ରେ ସଫଳତା ଲାଭ କରିଛନ୍ତି ।

ଅଧିକ ପଢ଼ନ୍ତୁ: ୯୫ ବର୍ଷ ବୟସରେ ଗୋଲଡ ମେଡାଲ ଜିତିଲେ ଭଗବାନୀ ଦେବୀ

ନିଜ ଅନୁଭୂତି ବଖାଣି ସେ କହିଛନ୍ତି, ୨୦୧୫ ବର୍ଷ ତାଙ୍କ ଜୀବନର ଧାରାରେ ପରିବର୍ତ୍ତନ ଆଣିଥିଲା । ସେହି ବର୍ଷ  MSc ପରୀକ୍ଷା ଦେଇ ୧୮ ଥର ପାଇଁ ଅସଫଳ ହୋଇଥିଲେ । ଏ ସମ୍ପର୍କରେ ଜାଣିବା ପରେ ଏକ ଟିଭି ଚ୍ୟାନେଲ ତାଙ୍କ ସମ୍ପର୍କରେ ଖବର ଛାପିଥିଲା । ଆଉ ଏହି କଥା ତାଙ୍କୁ ପ୍ରେରିତ କରିଥିଲା । ବିଭିନ୍ନ ଲୋକ ତଥା ସହକର୍ମୀଙ୍କ ଅନେକ ଟାହିଟାପରା ପରେ ମଧ୍ୟ ମନୋବଳ ନହରାଇ ସେ ପାଠପଢ଼ା ଜାରି ରଖିଥିଲେ ।

ସେ ଜଣେ ସିକ୍ୟୁରିଟି ଗାର୍ଡ ଭାବରେ କାମ କରୁଥିବା ବେଳେ ମାସକୁ ତାଙ୍କର ମାତ୍ର ୫୦୦୦ ଥିଲା ଦରମା । ପରିବାର ନଥିବାରୁ ସେତିକିରେ ଦୁଃଖ କଷ୍ଟରେ ଚଳିଯାଉଥିଲେ । ତେବେ ସେ ତାଙ୍କ ଜୀବନକାଳ ଭିତରେ ପ୍ରାୟ ୨ ଲକ୍ଷ ଟଙ୍କା ପାଠପଢ଼ାରେ ଖର୍ଚ୍ଚ କରିଥିବା କହିଛନ୍ତି ।

୧୯୯୭ରେ ପ୍ରଥମ ଥର ପାଇଁ ଏମ୍‌ଏସି ପରୀକ୍ଷା ଦେଇଥିଲେ ରାଜକରଣ । ଆଉ ୧୦ ବର୍ଷ ପର୍ଯ୍ୟନ୍ତ ପରୀକ୍ଷାରେ ଗୋଟିଏ ବି ବିଷୟରେ ପାସ୍‌ କରିପାରୁ ନଥିଲେ । ହେଲେ କରୋନା ମହାମାରୀ ସମୟରେ ସେ ପ୍ରଥମ ବର୍ଷ ପାସ୍‌ କରିବା ସହ ୨୦୨୧ ରେ ଏମ୍‌ଏସି ପାସ୍‌ କରିଛନ୍ତି । ଆଉ କେହି ଖୁସି ହୁଅନ୍ତୁ କି ନହୁଅନ୍ତୁ, ସେ ବେଶ୍‌ ଖୁସି ଥିବା କହିଛନ୍ତି ।