/odishatv-khabar/media/post_attachments/uploadimage/library/16_9/16_9_0/____1669193868.jpg)
Aftab Threatens To Cut Me Into Pieces: Shraddha Walkar Told In 2020 Police Complaint
ଲିଭ୍-ଇନ୍ ପାର୍ଟନର ଶ୍ରଦ୍ଧାଙ୍କୁ ହତ୍ୟା ପରେ ଅଫତାବ୍ ୩୫ ଖଣ୍ଡ କରିଥିଲା। ଅଭିଯୋଗ ହୋଇଛି ଯେ, ମେ’ ୧୮ରେ ଅପତାବ୍, ଶ୍ରଦ୍ଧାଙ୍କ ତଣ୍ଟି ଚିପି ହତ୍ୟା କରିଥିଲା। ଏହାପରେ ସେ ମୃତଦେହକୁ ୩୫ ଖଣ୍ଡ କରିଥିଲା। ତେବେ ଏହା ପୂର୍ବରୁ ଅର୍ଥାତ୍ ୨୦୨୦ରେ ଶ୍ରଦ୍ଧାଙ୍କୁ ହତ୍ୟା ପାଇଁ ଅଫତାବ୍ ଧମକ ଦେଇଥିଲା। ଏନେଇ ମଧ୍ୟ ଶ୍ରଦ୍ଧା ପୋଲିସ୍ରେ ଅଭିଯୋଗ କରିଥିଲା। ଅଫତାବ୍ ତାଙ୍କୁ ଜୀବନରୁ ମାରିଦେବ ବୋଲି ଶ୍ରଦ୍ଧା ଆଶଙ୍କା କରି ୨୦୨୦ ମସିହା ନଭେମ୍ବର ୨୩ରେ ପୋଲିସ୍ରେ ଅଭିଯୋଗ କରିଥିଲେ।
ମୁମ୍ବାଇର ଏକ ପୋଲିସ୍ ଷ୍ଟେସନରେ ଶ୍ରଦ୍ଧା କରିଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଥିଲେ ଯେ, ଅଫତାବ୍ ତାଙ୍କୁ ହତ୍ୟା ପାଇଁ ପ୍ରୟାସ କରିଥିଲେ। ଏହାସହ ଧମକ ମଧ୍ୟ ଦେଇଥିଲେ ଯେ, ପିସ୍ ପିସ୍ କରି ଫିଙ୍ଗି ଦେବି। ଅଫତାବ୍, ମୋତେ ମାରିବାକୁ ଚାହୁଁଛି ବୋଲି ଏହି କଥା ତା’ ପରିବାର ଲୋକ ମଧ୍ୟ ଜାଣିଥିଲେ। ଶ୍ରଦ୍ଧା ଆହୁରି ଅଭିଯୋଗ କରିଥିଲେ ଯେ, ଅଫତାବ୍ ତାଙ୍କୁ ବ୍ଲାକ୍ମେଲ୍ କରୁଛି ଓ ଜୀବନରୁ ମାରିଦେବା ପାଇଁ ଧମକ ଦେଉଛି। ଛୁଟି ସମୟରେ ଅଫତାବ୍ଙ୍କ ପରିବାର ଲୋକ ଶ୍ରଦ୍ଧାଙ୍କୁ ଭେଟିବାକୁ ଆସୁଥିଲେ।
ଅଧିକ ପଢ଼ନ୍ତୁ: ଶେଷରେ ସତ ମାନିଲା ଅଫତାବ୍: ଶ୍ରଦ୍ଧାଙ୍କୁ ହତ୍ୟା ପାଇଁ ବ୍ୟବହୃତ ବ୍ଲେଡ୍ ଓ ଆରି କେଉଁଠି ପିଙ୍ଗିଛି କହିଲା...
ବିବାହ ପାଇଁ ଆମେ ୨ ଜଣ ଯୋଜନା କରିଥିବାରୁ ଏକାସାଙ୍ଗରେ ରହୁଥିଲୁ ବୋଲି ଶ୍ରଦ୍ଧା କହିଥିଲେ। ଶ୍ରଦ୍ଧା ଆହୁରି ଅଭିଯୋଗ କରିଥିଲେ ଯେ, ଯଦି ମୋତେ କିଛି ଆଘାତ ଲାଗେ, ତା’ହେଲେ ଏଥିପାଇଁ ଅଫତାବ୍ ହିଁ ଦାୟୀ। ଅନ୍ୟପକ୍ଷେ, ଦିଲ୍ଲୀ ପୋଲିସ୍ ଅଫତାବ୍ର ପରିବାର ସଦସ୍ୟଙ୍କ ବୟାନ ରେକର୍ଡ କରିଛି।
ଏବେ ଶ୍ରଦ୍ଧାଙ୍କ ମୃତ୍ୟୁ ପୂର୍ବର ଶେଷ ଚାଟ୍ ସାମ୍ନାକୁ ଆସିଛି। ଏହା ମେ’ ୧୮ ତାରିଖର ଅର୍ଥାତ୍ ଶ୍ରଦ୍ଧାଙ୍କ ମୃତ୍ୟୁର କିଛି ଘଣ୍ଟା ପୂର୍ବର ହୋଇଥିବା ଜଣାପଡ଼ିଛି। ସେହିଦିନ ଅପରାହ୍ଣ ୪ଟା ୩୪ ମିନିଟ୍ରେ ଶ୍ରଦ୍ଧା ତାଙ୍କ ସାଙ୍ଗକୁ ମେସେଜ୍ କରିଥିଲେ। ହେଲେ ସେ ଜାଣି ନଥିଲେ ଏହା ତାଙ୍କର ଶେଷ ମେସେଜ୍ ହେବ। ଶ୍ରଦ୍ଧା ତାଙ୍କ ସାଙ୍ଗ ପାଖକୁ ମେସେଜ୍ ପଠାଇ କହିଥିଲେ, I HAVE GOT NEWS(ଅର୍ଥାତ୍ ମୋ ପାଖରେ ଖବର ଅଛି)। ଏହାପରେ ଶ୍ରଦ୍ଧା ଆଉ ଏକ ମେସେଜ୍ କରିଥିଲେ। ଏଥିରେ ସେ ଲେଖିଥିଲେ, ମୁଁ କିଛି କାମକୁ ନେଇ ପୁରା ବ୍ୟସ୍ତ ଅଛି। ସେହିଦିନ ସନ୍ଧ୍ୟା ୬ଟା ୨୯ ମିନିଟ୍ରେ ତାଙ୍କ ସାଙ୍ଗ ପଚାରିଥିଲେ, କ’ଣ ଖବର ତୁମ ପାଖରେ ଅଛି। ହେଲେ ଏହାପରେ ଶ୍ରଦ୍ଧା ଆଉ କୌଣସି ରିପ୍ଲାଏ ଦେଇନଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)