Advertisment

‘ମୋ ପାଖରେ ଖବର ଅଛି’...ସାମ୍ନାକୁ ଆସିଲା ଶ୍ରଦ୍ଧାଙ୍କ ମୃତ୍ୟୁ ପୂର୍ବର ଚାଟିଂ

ଶ୍ରଦ୍ଧାଙ୍କ ମୃତ୍ୟୁ ପୂର୍ବର ଶେଷ ଚାଟ୍‌ ସାମ୍ନାକୁ ଆସିଛି। ଏହା ମେ’ ୧୮ ତାରିଖର ଅର୍ଥାତ୍‌ ଶ୍ରଦ୍ଧାଙ୍କ ମୃତ୍ୟୁର କିଛି ଘଣ୍ଟା ପୂର୍ବର ହୋଇଥିବା ଜଣାପଡ଼ିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Delhi Shraddha Murder Case

Delhi Shraddha Murder Case: Know The Last Words Of Her Just Before Murdered

ଦିଲ୍ଲୀରେ ଶ୍ରଦ୍ଧା ୱାକର୍‌ ମର୍ଡର କେସ୍‌ରେ ଛାନ୍‌ଭିନ୍‌ ଜାରି ରହିଥିବା ବେଳେ ଦିନକୁ ଦିନ କିଛି ନା କିଛି ନୂଆ ଖୁଲାସା ହେଉଛି। ଏସବୁ ଭିତରେ ଏବେ ଶ୍ରଦ୍ଧାଙ୍କ ମୃତ୍ୟୁ ପୂର୍ବର ଶେଷ ଚାଟ୍‌ ସାମ୍ନାକୁ ଆସିଛି। ଏହା ମେ’ ୧୮ ତାରିଖର ଅର୍ଥାତ୍‌ ଶ୍ରଦ୍ଧାଙ୍କ ମୃତ୍ୟୁର କିଛି ଘଣ୍ଟା ପୂର୍ବର ହୋଇଥିବା ଜଣାପଡ଼ିଛି। ସେହିଦିନ ଅପରାହ୍ଣ ୪ଟା ୩୪ ମିନିଟ୍‌ରେ ଶ୍ରଦ୍ଧା ତାଙ୍କ ସାଙ୍ଗକୁ ମେସେଜ୍‌ କରିଥିଲେ। ହେଲେ ସେ ଜାଣି ନଥିଲେ ଏହା ତାଙ୍କର ଶେଷ ମେସେଜ୍‌ ହେବ। 

Advertisment

ଅଧିକ ପଢ଼ନ୍ତୁ: ଶେଷରେ ସତ ମାନିଲା ଅଫତାବ୍‌: ଶ୍ରଦ୍ଧାଙ୍କୁ ହତ୍ୟା ପାଇଁ ବ୍ୟବହୃତ ବ୍ଲେଡ୍‌ ଓ ଆରି କେଉଁଠି ପିଙ୍ଗିଛି କହିଲା...

ଶ୍ରଦ୍ଧା ତାଙ୍କ ସାଙ୍ଗ ପାଖକୁ ମେସେଜ୍‌ ପଠାଇ କହିଥିଲେ, I HAVE GOT NEWS(ଅର୍ଥାତ୍‌ ମୋ ପାଖରେ ଖବର ଅଛି)। ଏହାପରେ ଶ୍ରଦ୍ଧା ଆଉ ଏକ ମେସେଜ୍‌ କରିଥିଲେ। ଏଥିରେ ସେ ଲେଖିଥିଲେ, ମୁଁ କିଛି କାମକୁ ନେଇ ପୁରା ବ୍ୟସ୍ତ ଅଛି। ସେହିଦିନ ସନ୍ଧ୍ୟା ୬ଟା ୨୯ ମିନିଟ୍‌ରେ ତାଙ୍କ ସାଙ୍ଗ ପଚାରିଥିଲେ, କ’ଣ ଖବର ତୁମ ପାଖରେ ଅଛି। ହେଲେ ଏହାପରେ ଶ୍ରଦ୍ଧା ଆଉ କୌଣସି ରିପ୍ଲାଏ ଦେଇନଥିଲେ। ଶ୍ରଦ୍ଧାଙ୍କ ସହ ଯୋଗାଯୋଗ କରିବା ପାଇଁ ତାଙ୍କ ସାଙ୍ଗ ବହୁତ ଚେଷ୍ଟା କରିଥିଲେ ମଧ୍ୟ ସେ କୌଣସି ଜବାବ ଦେଇନଥିଲେ।  

Advertisment

ଅଫତାବ୍‌ ମଧ୍ୟ ଦେଇ ନଥିଲା ମେସେଜ୍‌ର ରିପ୍ଲାଏ...

ଶ୍ରଦ୍ଧା କୌଣସି ରିପ୍ଲାଏ ନ ଦେବାରୁ ସେପ୍ଟେମ୍ବର ୧୫ ଅପରାହ୍ଣ ୪ଟା ୩୫ ମିନିଟ୍‌ରେ ଶ୍ରଦ୍ଧାଙ୍କ ସାଙ୍ଗ ଅଫତାବ୍‌କୁ ମେସେଜ୍‌ କରିଥିଲେ। କ’ଣ ଖବର ବୋଲି ସେ ଅପତାବ୍‌କୁ ପଚାରିଥିଲେ। କେଉଁଠି ଅଛ ? ତୁମ ସହ କଥା ହେବାକୁ ଚାହୁଁଛି ? ଶ୍ରଦ୍ଧାଙ୍କୁ କୁହ ମୋ ସହ ସେ କଥା ହେବେ, ଏପରି କିଛି ଲେଖି ଶ୍ରଦ୍ଧାଙ୍କ ସାଙ୍ଗ ଅଫତାବ୍‌କୁ ମେସେଜ୍‌ କରିଥିଲେ। ହେଲେ ଅଫତାବ୍‌ କୌଣସି ଜବାବ ଦେଇ ନଥିଲା। ଏହାପରେ ସନ୍ଧ୍ୟା ୫ଟାରେ ସେ ଅଫତାବ୍‌କୁ କଲ୍‌ କରିଥିଲେ। ତଥାପି ମଧ୍ୟ ଅଫତାବ୍‌ କୌଣସି ଜବାବ ଦେଇ ନଥିଲା। 

ଶେଷରେ ଶ୍ରଦ୍ଧାଙ୍କ ସାଙ୍ଗ ଶ୍ରଦ୍ଧାଙ୍କୁ ସେପ୍ଟେମ୍ବର ୨୪ରେ ମେସେଜ୍‌ କରିଥିଲେ ଓ ପଚାରିଥିଲେ କେଉଁଠି ଅଛ। ତୁମେ ସୁରକ୍ଷିତ ଅଛ ତ ? ଏହାପରେ କୌଣସି ଉତ୍ତର ନ ମିଳିବାରୁ ତାଙ୍କର ସନ୍ଦେହ ହୋଇଥିଲା। ଶ୍ରଦ୍ଧାଙ୍କ ସହ କିଛି ଗଡ଼ବଡ଼ ହୋଇଥିବା ସେ ଆଶଙ୍କା କରିଥିଲେ। ଶ୍ରଦ୍ଧାଙ୍କ ସାଙ୍ଗଙ୍କ କହିବା ଅନୁସାରେ, ସେପ୍ଟେମ୍ବର ୨୪ରେ ସେ ପଠାଇଥିବା ମେସେଜ୍‌ ସିନ୍‌ ହୋଇଥିଲା, ହେଲେ କୌଣସି ଜବାବ ମିଳି ନଥିଲା।

ଶ୍ରଦ୍ଧାଙ୍କୁ ହତ୍ୟା କରି ୩୫ ପିସ୍‌ କରିଥିଲା ଅଫତାବ୍‌...

ମୁମ୍ବାଇର ଶ୍ରଦ୍ଧା ୱାକର୍‌, ଅଫତାବ୍‌ ସହ ଦିଲ୍ଲୀର ମେହରୁଲିରେ ଏକ ଫ୍ଲାଟ୍‌ରେ ଲିଭ୍‌-ଇନ୍‌ରେ ରହୁଥିଲେ। ଅଭିଯୋଗ ହୋଇଛି ଯେ, ମେ’ ୧୮ରେ ଅପତାବ୍‌, ଶ୍ରଦ୍ଧାଙ୍କ ତଣ୍ଟି ଚିପି ହତ୍ୟା କରିଥିଲା। ଏହାପରେ ସେ ମୃତଦେହକୁ ୩୫ ଖଣ୍ଡ କରିଥିଲା। ଖଣ୍ଡ ଶରୀର ରଖିବା ପାଇଁ ସେ ଏକ ପ୍ରିଜ୍‌ ମଧ୍ୟ କିଣିଥିଲା। ପ୍ରତିଦିନ ରାତିରେ ଖଣ୍ଡ ଶରୀରୁ ମେହରୁଲି ସ୍ଥିତ ଜଙ୍ଗଲକୁ ଫିଙ୍ଗିବା ପାଇଁ ସେ ନେଉଥିଲା। ୨୦ ଦିନ ପର୍ଯ୍ୟନ୍ତ ସେ ଏପରି କାମ କରୁଥିଲା। ଶ୍ରଦ୍ଧା ବିବାହ ପାଇଁ ଚାପ ପକାଉଥିଲେ ବୋଲି ଅଫତାବ୍‌ କହିଛି। 

Murder Murder Case
Advertisment
Advertisment