• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଉ ମାତ୍ର କିଛି ଦିନ ପରେ ଇସ୍ରୋକୁ ମିଳିବ ସୂର୍ଯ୍ୟ ମିଶନରେ ସବୁଠୁ ବଡ଼ ସଫଳତା । ଆଉ ଅଳ୍ପ ବାଟ ରହିଲା ଏଲ ୱାନ ପଏଣ୍ଟ । ଇସ୍ରୋର ମିଶନ ସୂର୍ଯ୍ୟକୁ ସଫଳ କରିବାକୁ L1 ପଏଣ୍ଟ ଅଭିମୁଖେ ଯାଉଛି ଆଦିତ୍ୟ L1 । ଆସନ୍ତା ନୂଆବର୍ଷ ଜାନୁୟାରୀ ପ୍ରଥମ ସପ୍ତାହରେ ଆଦିତ୍ୟ L1 ପହଞ୍ଚିବ ଲାଗରେଞ୍ଜ ପଏଣ୍ଟ ୱାନରେ ।

ସୂର୍ଯ୍ୟ ସଂପର୍କରେ ବିଭିନ୍ନ ତଥ୍ୟ ଓ ଗବେଷଣା ପାଇଁ ଆଦିତ୍ୟ L1 ପହଞ୍ଚିବ ତାର ଗନ୍ତବ୍ୟସ୍ଥଳରେ । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଏନେଇ ସୂଚନା ଦେଇଛନ୍ତି। ଭାରତୀୟ ମହାକାଶ ଗବେଷଣ ସଂସ୍ଥା ବା ଇସ୍ରୋ ପକ୍ଷରୁ ଆଦିତ୍ୟ- L1 ମିଶନ ଗତ ଫେବ୍ରୁଆରୀରେ ଲଞ୍ଚ ହୋଇଥିଲା । ନିକଟରେ ଆଦିତ୍ୟ-L1 ସୂର୍ଯ୍ୟଙ୍କ ଫଟୋସ୍ପିୟର ଏବଂ କ୍ରୋମୋସ୍ପିୟରର ଫଟୋ ପଠାଇଥିଲା ।

ଆସନ୍ତୁ ଜାଣିବା ଲାଗରେଞ୍ଚ ପଏଣ୍ଟ କ’ଣ । ଲାଗରେଞ୍ଚ ପଏଣ୍ଟ ମହାକାଶର ଏକ ସ୍ଥାନ ଯେଉଁଠାରେ ପୃଥିବୀର ମାଧ୍ୟାକର୍ଷଣ ଓ ମହାକର୍ଷଣ ଶକ୍ତିର ପ୍ରଭାବ ନଥାଏ । ତେଣୁ L1କୁ ସ୍ପେଶକ୍ରାଫ୍ଟର ପାର୍କିଂ ସ୍ଥାନ ବୋଲି କୁହାଯାଇଥାଏ । ସ୍ପେଶକ୍ରାଫଟ ପାଇଁ ଏଠାରେ ଇନ୍ଧନର ଆବଶ୍ୟକତା ମଧ୍ୟ କମ ଥାଏ ।