/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724423458.jpg)
Kolkata Doctor Case
କୋଲକାତା ଅଭୟା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ସଂଜୟ ରାୟକୁ ଆଜି ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଏପଟେ ଗ୍ରାଉଣ୍ଡ ଜିରୋରୁ ଖବର ସଂଗ୍ରହ ପାଇଁ ଯାଇଥିବା ଓଟିଭି ହାତରେ ଲାଗିଛି ଚାଞ୍ଚଲ୍ୟକର ତଥ୍ୟ । ବିଗତ ୬ ମାସ ହେବ କୁଆଡ଼େ ଆର.ଜି.କର୍ ମେଡିକାଲ କଲେଜ୍ ହସ୍ପିଟାଲକୁ ଯିବାକୁ ଚାହୁଁ ନଥିଲେ ଅଭୟା ।
କାହିଁକି ଚାହୁଁନଥିଲେ, କଣ ତା ପଛର କାରଣ, ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ । କାହିଁକି ଯିବାକୁ ଚାହୁଁନଥିଲେ ଅଭୟା ? କଣ ଚାଲିଥିଲା R.G କର୍ ମେଡ଼ିକାଲ୍ କଲେଜରେ ? ଯେଉଁ ମେଡିକାଲ କଲେଜରେ ପଢ଼ି ରୋଗୀ ସେବା କରିବା ସ୍ୱପ୍ନ ଥିଲା, ଯେଉଁଠୁ ସେ ମାଷ୍ଟର ଡିଗ୍ରୀ କରି ସାରିଥିଲେ । ତେବେ ସେଠିକୁ ଯିବାକୁ କାହିଁକି ଚାହୁଁ ନଥିଲେ ଅଭୟା ?
କଲେଜର କିଛି ଗୋଟେ ବଡ଼ ଗୁମର ଜାଣି ଦେଇଥିଲେ କି ସେ ? ଯେଉଁଥିପାଇଁ କେଉଁ ଅଦୃଶ୍ୟ ଶକ୍ତିର ଚାପରେ ଚପି ଯାଉଥିଲେ, ସେ ଶକ୍ତିର ସାମ୍ନା କରିବାକୁ ଭୟ କରୁଥିଲେ ? ଗୁମର ଜାଣିଯିବାରୁ ତାଙ୍କୁ ରାସ୍ତାରୁ ହଟାଯାଇନି ତ ? ବନ୍ଦ ପଡ଼ିଥିବା କ୍ଲିନିକରେ ରୋଗୀ ସେବାର ଖଡ଼ି ଛୁଇଁ ଥିଲେ ଅଭୟା । କୋଲକାତାରେ ଓଟିଭି ଟିମ୍ ଆଜି ଅଭୟାଙ୍କ ପ୍ରଥମ କର୍ମ କ୍ଷେତ୍ରରେ ପହଞ୍ଚିଥିଲା ।
ଯେଉଁଠି MBBS ପରେ ଦୁଇ ବର୍ଷ କାଳ ସ୍ଥାନୀୟ ଲୋକଙ୍କ ଚିକିତ୍ସା କରିଥିଲେ । ଆଜି ସେ ନାହାଁନ୍ତି, କ୍ଲିନିକ୍ ବି ଯେମିତି ବନ୍ଦ ହେଇ ତାଙ୍କୁ ଝୁରୁଛି । ଆଉ ମନେ ପକାଉଛନ୍ତି ତାଙ୍କ ସହ ସମୟ ବିତେଇଥିବା ସାହି ପଡ଼ୋଶୀ ସହକର୍ମୀ । ସବୁଠୁ ବଡ଼ କଥା ହେଉଛି, ସମସ୍ତଙ୍କର ସେଇ ସନ୍ଦେହ, ଅଭୟାଙ୍କ ସହ ଏକା ସଜଂୟ ଏସବୁ କାମ କରିନି, ତା ସହ ଆଉ କେହି ଅଛନ୍ତି ।
RG କର୍ ମେଡ଼ିକାଲ୍ କଲେଜରେ ବିବାଦ କିଛି ନୂଆ ନୁହେଁ । ଅଭୟାକାଣ୍ଡ ପୂର୍ବରୁ ଅନେକ କିଛି ଘଟି ସାରିଛି ଏଠି । ୨୦୦୧ ଡାକ୍ତର ସୌମିତ୍ର ବିଶ୍ୱାସଙ୍କ ସନ୍ଦେହଜନକ ମୃତ୍ୟୁ । RG କରରେ ଚାଲିଥିବା ପର୍ଣ୍ଣ ଭିଡିଓ ମାମଲାକୁ ନେଇ ତାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆ ଯାଇଥିବା ଅଭିଯୋଗ ରହିଛି ।
୨୦୦୩ରେ ହଷ୍ଟେଲ ରୁମରୁ ଦୁଇ ଛାତ୍ରଙ୍କ ମୃତଦେହ ମିଳିବା, ୨୦୧୫ ରେ ଜଣେ ଛାତ୍ରଙ୍କ ସନ୍ଦେହଜନକ ଭାବେ ନିଖୋଜ ହେବା, ୨୦୧୯ରେ ନାଟକୀୟ ଢଙ୍ଗରେ ୭୦୦ ଡାକ୍ତରଙ୍କ ସମୂହ ଇସ୍ତଫା ଏବଂ ବାରମ୍ବାର ମେଡିକାଲର ଅଧକ୍ଷ ଭାବେ ସନ୍ଦୀପ ଘୋଷଙ୍କ ବଦଳି ଓ ପୁଣି ନିଯୁକ୍ତିକୁ ନେଇ ଅନେକ ବଦନାମ ମୁଣ୍ଡେଇଛି ଏହି ମେଡିକାଲ୍ କଲେଜ ।
ଏହାରି ଭିତରେ ଏହି ସବୁ ମାମଲାର ତଦନ୍ତ ହେବା ସହ ମେଡିକାଲ କଲେଜରେ ପୂର୍ବବସ୍ଥା ଫେରେଇ ଆଣିବାକୁ ଚେଷ୍ଟା ହେଉଥିବା କହିଛନ୍ତି ରାଜ୍ୟ ମେଡିକାଲ୍ ଶିକ୍ଷା ନିର୍ଦ୍ଦେଶକ । ଏପଟେ ଆଜି ସିଆଲଦା କୋର୍ଟରେ ହାଜର ପରେ ଅଭିଯୁକ୍ତ ସଂଜୟ ରାୟକୁ ଆଜି ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । କୋର୍ଟ ହାଜିରା ସମୟରେ ତାଙ୍କୁ କଠୋରରୁ କଠୋର ଦଣ୍ଡ ଏମିତିକି ଫାଶୀ ପାଇଁ ସାଧାରଣ ଲୋକେ, ବିଭିନ୍ନ ସଙ୍ଗଠନ ଦାବି କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)