Advertisment

ଆପ୍‌ ନେତାଙ୍କୁ ଗୋଡ଼େଇ ଗୋଡ଼େଇ ଖୁମ୍ପିଲା କାଉ, ବିଜେପି ବାଲାଙ୍କୁ ମଜା

ଦିଲ୍ଲୀରେ ଆପ୍‌ ଓ ବିଜେପି ମଧ୍ୟରେ ସବୁବେଳେ ଟକ୍କର ଚାଲିଥାଏ । ଉଭୟ ଦଳର ନେତାଙ୍କ ମଧ୍ୟରେ ଖୁବ୍‌ କଥା କଟାକଟି ଚାଲେ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
AAP MP Raghab Chhada

AAP MP Raghab Chhada

ଆମ ଓଡ଼ିଆରେ ଗୋଟିଏ କଥା ଅଛି ‘ବିଲେଇ କପାଳକୁ ଶିକା ଛିଣ୍ଡିଲା ।’ ଆମେ ହଠାତ୍ ଏମିତି କଥା କାହିଁକି କୁହୁଛୁ ଆପଣ ବୁଝି ପାରୁନଥିବେ । ଆଜ୍ଞା ହଁ.. ଆମେ ଏଇ କଥା ଏଇଥିପାଇଁ କହୁଛୁ ଯେ, ଏବେ ସୋସିଆଲ ମିଡିଆରେ ଗୋଟିଏ ଫଟୋ ଖୁବ୍‌ ଭାଇରାଲ ହେଉଛି । ଆଉ ସେହି ଫଟୋକୁ ନେଇ ଆପ୍‌କୁ ତାତ୍ସଲ୍ୟ କରୁଛି ବିଜେପି । ଏମିତିରେ ସାରା ଦେଶ ଜାଣିଛି ଆପ୍‌ ଓ ବିଜେପି ମଧ୍ୟରେ କିଭଳି ରହିଛି ରାଜନୈତିକ ସମ୍ପର୍କ । ଦିଲ୍ଲୀରେ ଆପ୍‌ ଓ ବିଜେପି ମଧ୍ୟରେ ସବୁବେଳେ ଟକ୍କର ଚାଲିଥାଏ । ଉଭୟ ଦଳର ନେତାଙ୍କ ମଧ୍ୟରେ ଖୁବ୍‌ କଥା କଟାକଟି ଚାଲେ ।

Advertisment

ଆଉ ଏହାରି ଭିତରେ ଏହି ଭାଇରାଲ ଫଟୋ ବିଜେପି ପାଇଁ ‘ବିଲେଇ କପାଳକୁ ଶିକା ଛିଣ୍ଡିଲା’ ଭଳି ନୁହେଁ ତ ଆଉ କ’ଣ । କାରଣ ଏହି ଫଟୋରେ ଆପ୍‌ ନେତା ତଥା ସାଂସଦ ରାଘବ ଚଡ୍ଡାଙ୍କୁ ଗୋଟିଏ କାଉ ଖୁମ୍ପୁଥିବାର ଦେଖିବାକୁ ମିଳିଛି । ଆଉ ତାହା ପୁଣି ସଂସଦ ଭବର ପରିସରରେ । ସେହି ଫଟୋକୁ ବିଜେପିର କିଛି ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରାଯାଇ ଲେଖାଯାଇଛି, ଝୁଟ୍‌ ବୋଲେ କୱା କାଟେ । ଏହାର ଅର୍ଥ ‘ଆପ୍‌ ନେତା ମିଛ କହୁଛନ୍ତି, ତେଣୁ ତାଙ୍କୁ କାଉ ଖୁମ୍ପିଲା’ । ଯାହାକୁ ନେଇ ସୋସିଆଲ ମିଡିଆରେ ଏବେ ଚାଲିଛି ୱାର ।

Advertisment

ରାଘବ ଚଡ୍ଡା ସଂସଦର ମୌସୁମୀ ଅଧିବେଶନରେ ଯୋଗ ଦେବାକୁ ଆସିଥିଲେ । ସେ ସଂସଦ ଭିତରୁ ଫୋନ୍‌ରେ କଥା ହୋଇ ବାହାରିବା ବେଳେ ଗୋଟିଏ କାଉ ଆସି ତାଙ୍କ ମୁଣ୍ଡକୁ ଖୁମ୍ପିଥିଲା । ଥରେ ନୁହେଁ ବାରମ୍ବାର ସେହି କାଉଟି ତାଙ୍କୁ ଖୁମ୍ପିବାକୁ ଲାଗିଥିଲା । ଏହି ସମୟର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

କେହି କେହି ଫଟୋ ଦେଖି ତାତ୍ସଲ୍ୟ କରି କହିଛନ୍ତି, ‘କାଉ ଦାଉରୁ ଶ୍ରୀ ଚଡ୍ଡାଙ୍କୁ ଭଗବାନ ରକ୍ଷା କରନ୍ତୁ । ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛୁ କି କାଉ ଆକ୍ରମଣ ପରେ ବି ସାଂସଦ ଚଡ୍ଡା ସୁରକ୍ଷିତ ଥାନ୍ତୁ ।’

Parliament Monsoon Session
Advertisment
Advertisment