Advertisment

ଆପ୍‌ର ଆଉ ଜଣେ ବିଧାୟକଙ୍କୁ ବାନ୍ଧିଲା ED; ଚାକିରି ଦୁର୍ନୀତି ମାମଲାରେ ଗିରଫ...

ଦିଲ୍ଲୀ ୱାକଫ୍ ବୋର୍ଡରେ ଦୂର୍ନୀତି ଓ ୱାକଫ୍ ସମ୍ପତ୍ତି ଲିଜ୍‌ରେ ଦୂର୍ନୀତି ଅଭିଯୋଗରେ ଆପ୍ ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଗିରଫ କରିଛି ଇଡି।

author-image
Sujit kumar Swain
ଅଦ୍ୟତନ ହୋଇଛି
AAP Amanatullah Khan

AAP Amanatullah Khan

ଆମ୍ ଆଦମୀ ପାର୍ଟିର ଆଉ ଜଣେ ବିଧାୟକଙ୍କୁ ବାନ୍ଧିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ-ଇଡି। ଦିଲ୍ଲୀ ୱାକଫ୍ ବୋର୍ଡରେ ଦୂର୍ନୀତି ଓ ୱାକଫ୍ ସମ୍ପତ୍ତି ଲିଜ୍‌ରେ ଦୂର୍ନୀତି ଅଭିଯୋଗରେ ଆପ୍ ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଗିରଫ କରିଛି ଇଡି।

Advertisment

ଆଜି ଦିଲ୍ଳୀ ବାସଭବନରେ ୫ ଘଣ୍ଟାର ଜେରା ଓ ପଚରାଉଚରା ପରେ ତାଙ୍କୁ ଘରୁ ଉଠାଇ ଆଣିଛି ତଦନ୍ତକାରୀ ଟିମ୍ । ଏହି ସମୟରେ ହାଇଡ୍ରାମା ଦେଖିବାକୁ ମିଳିଥିଲା। ସକାଳୁ ସକାଳୁ ଅମାନତୁଲ୍ଲାଙ୍କ ଘରେ ଇଡି ଟିମ୍ ପହଞ୍ଚିବା ପରେ ବେଶ୍ କିଛି ସମୟ ଯାଏଁ ସେ ଘର କବାଟ ଖୋଲିନଥିଲେ। ପରେ ଘର ସମ୍ମୁଖରେ ଆପ୍ ସମର୍ଥକ ବହୁ ସମୟ ଧରି ହଟ୍ଟଗୋଳ କରିଥିଲେ। 

Advertisment

ବେଶ୍ କିଛି ସମୟ ଧରି ସରଗରମ ସ୍ଥିତି ରହିବା ପରେ କଡ଼ା ସୁରକ୍ଷାବଳୟ ମଧ୍ୟରେ ତାଙ୍କୁ ଇଡି କାର୍ଯ୍ୟାଳୟକୁ ଅଣାଯାଇଛି। ଏହି ଘଟଣାକୁ ନେଇ ଏବେ ଦୋଷ ଲଦାଲଦି ଆରମ୍ଭ ହେଲାଣି। ଜାଣିଶୁଣି ବିଜେପି ଇଡିକୁ ବ୍ୟବହାର କରି ଏହି ଗିରଫଦାରୀ କରିଥିବା ଆପ୍ ଅଭିଯୋଗ କରିଛି। ଯାହାର ଜବାବ ରଖିଛି ବିଜେପି ।

ଏପଟେ ଅମାନତୁଲ୍ଲା ‘ଏକ୍ସ’ରେ ଏକ ଭିଡିଓ ସେୟାର କରି କହିଛନ୍ତି ଯେ ତାଙ୍କୁ ଓ ଆପ୍ ନେତାଙ୍କୁ ହଇରାଣ କରିବା ପାଇଁ ସମସ୍ତ ପ୍ରୟାସ ହେଉଛି । ମିଥ୍ୟା ମାମଲାରେ ଫସାଯାଉଛି । ସେମାନଙ୍କର ଲକ୍ଷ୍ୟ ହେଉଛି ଆମ ଦଳକୁ ଭାଙ୍ଗିବା। ସଚ୍ଚୋଟ ଭାବରେ ଲୋକଙ୍କ ସେବା କରିବା କ'ଣ ଅପରାଧ ବୋଲି ସେ ପ୍ରଶ୍ନ କରିଛନ୍ତି । 

ଆମ୍ ଆଦମୀ ପାର୍ଟି ବିଧାୟକ ହେବା ସହ ଅମାନତୁଲ୍ଲା ଦିଲ୍ଲୀ ଓ୍ଵାକଫ ବୋର୍ଡର ଅଧ୍ୟକ୍ଷ ମଧ୍ୟ ଅଛନ୍ତି। ଅମାନତୁଲ୍ଲା ସଭାପତି ଥିବା ବେଳେ ୩୨ଟି ନିଯୁକ୍ତି ହୋଇଥିଲା, ଯାହା ସରକାରୀ ଗାଇଡଲାଇନକୁ ଅଣଦେଖା କରି କାମ କରିଥିବା ଅଭିଯୋଗ ହୋଇଥିଲା। ତତ୍କାଳୀନ ସିଇଓ ଏହି ବେଆଇନ ନିଯୁକ୍ତି ବିରୋଧରେ ଏକ ସ୍ମାରକପତ୍ର ଜାରି କରିବା ପରେ ଘଟଣାକୁ ନେଇ ବିବାଦ ଦେଖାଦେଇଥିଲା। ଏଥିସହ ଅମାନତୁଲ୍ଲା ବୋର୍ଡର ଅନେକ ସମ୍ପତ୍ତିକୁ ବେଆଇନ ଭାବେ ଭଡ଼ାରେ ଦେଇଛନ୍ତି ବୋଲି କୁହାଯାଇଛି।

Enforcement Directorate AAP Arrested By ED AAP MLA
Advertisment
Advertisment