• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଗରିବ ଲୋକମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କରାଯାଉଛି । ସରକାରଙ୍କ ଯୋଜନା ଯେପରି ବାଟମାରଣା ନହୁଏ ସେଥିପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ମଧ୍ୟ ନିଆଯାଉଛି । ଗରିବମାନଙ୍କୁ ଗହମ, ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇଦେଉଛନ୍ତି ସରକାର । ଅଉ ଏଥିପାଇଁ କିଛି ନିୟମ ମଧ୍ୟ ରହିଛି । ଯୋଗ୍ୟ ହିତାଧିକାରୀ ଚିହ୍ନଟ ପାଇଁ ସରକାର କିଛି ମାନଦଣ୍ଡ ପ୍ରସ୍ତୁତ କରିଛନ୍ତି ।

ସରକାରଙ୍କ ପକ୍ଷରୁ ହିତାଧିକାରୀମାନଙ୍କୁ ଆଧାର ଓ ରାସନ କାର୍ଡ ସଂଯୋଗ କରିବାକୁ କୁହାଯାଇଛି । ପୂର୍ବରୁ ଏନେଇ କୁହାଯାଇଥିବା ବେଳେ ଆଧାର ଓ ରାସନକାର୍ଡ ସଂଯୋଗ ପାଇଁ ଶେଷ ତାରିଖ ମଧ୍ୟ ଧାର୍ଯ୍ୟ କରାଯାଇଥିଲା । ଯାହାର ସମୟସୀମା ଏବେ ସରକାର ବୃଦ୍ଧି କରିଛନ୍ତି । ଜୁନ୍‌ ୩୦ ତାରିଖ ଯାଏଁ ଏହାର ସମୟସୀମା ବୃଦ୍ଧି କରାଯାଇଛି । ଉଭୟ ଅନଲାଇନ୍‌ ଓ ଅଫଲାଇନ୍‌ ଦ୍ୱାରା ଆପଣ ଏହାକୁ ସଂଯୋଗ କରିପାରିବେ ।

ଭାରତୀୟ ନାଗରିକମାନେ ପିଡିଏସ୍‌ ସାମଗ୍ରୀ ପାଇବାକୁ ହେଲେ ସେମାନଙ୍କ ପାଇଁ ରାସନ କାର୍ଡ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ପରିଚୟ । ସରକାର ଏହାର ସଂଯୋଗ ୨୦୨୩ ମାର୍ଚ୍ଚ ୩୧ ତାରଖ ଯାଏ ରଖିଥିଲେ । ହେଲେ ଏହାର ସମୟ ସୀମା ବୃଦ୍ଧି କରାଯାଇ ୨୦୨୩ ଜୁନ୍‌ ୩୦ ତାରିଖ ଯାଏଁ ରଖାଯାଇଛି ।

ଯଦି ଆପଣ ଆପଣଙ୍କ ଆଧାର ସହ ରାସନ କାର୍ଡର ସଂଯୋଗ କରିନାହାନ୍ତି, ତେବେ ଆପଣ ଏହି  ପ୍ରଣାଳୀ ଦ୍ୱାରା ସଂଯୋଗ କରିପାରିବେ ।

ଅନ୍‌ଲାଇନ୍‌ ଦ୍ୱାରା ଆଧାର ସହ ରାସନର ସଂଯୋଗ କିପରି କରିବେ ?

୧. ପ୍ରଥମେ ଆପଣ ପବ୍ଲିକ୍ ବିତରଣ ସିଷ୍ଟମ୍ PDS ୱେବସାଇଟ୍ ଓପନ କରନ୍ତୁ ।

୨. ରାସନ କାର୍ଡ ସହ ଆଧାର ସଂଯୋଗ କରିବାକୁ ବିକଳ୍ପ ବାଛନ୍ତୁ ।

୩. ଆଧାର କାର୍ଡ, ରାସନ କାର୍ଡ ଏବଂ ପଞ୍ଜୀକୃତ ମୋବାଇଲ୍ ନମ୍ବର ଦିଅନ୍ତୁ ।

୪. ସମସ୍ତ ବିକଳ୍ପ ବାଛିବା ପରେ ପ୍ରୋସେସିଂ କରନ୍ତୁ ।

୫. ଆପଣଙ୍କ ଫୋନକୁ ଆସିଥିବା OTP ଦିଅନ୍ତୁ ।

୬. ସମସ୍ତ ପ୍ରକ୍ରିୟା ସମାପ୍ତ ହେବା ପରେ ଆପଣଙ୍କ ନିକଟକୁ SMS ଆସିଯିବ ।