• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ମହଙ୍ଗା ପଡ଼ିଲା ଅପମାନଜନକ ମନ୍ତବ୍ୟ । ଚାକିରିରୁ ନିଲମ୍ବିତ ହେଲେ ଶିକ୍ଷକ । ମହାଭାରତ, ରାମାୟଣ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଅପମାନଜନକ ମନ୍ତବ୍ୟ ଦେଇ ଜଣେ ଶିକ୍ଷକ ନିଲମ୍ବିତ ହୋଇଛନ୍ତି ! ଶିକ୍ଷକଙ୍କ ମନ୍ତବ୍ୟକୁ ନେଇ ଜଣେ ବିଜେପି ବିଧାୟକ ଅଭିଯୋଗ ଆଣିଥିଲେ । ପରେ ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହର କରାଯାଇଥିବା ସୂଚନା ମିଳିଛି ।

ସୂଚନା ମୁତାବକ ଗୋଟିଏ ବିଦ୍ୟାଳୟର ଜଣେ ଶିକ୍ଷକ ମହାଭାରତ, ରାମାୟଣ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ କିଛି ମନ୍ତବ୍ୟ ଦେଇଥିଲେ । ଯାହାକୁ ଅପମାନଜନକ ମନ୍ତବ୍ୟ ବୋଲି କୁହାଯିବା ସହ ତାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି । ଏପରି ଏକ ଘଟଣା କର୍ଣ୍ଣାଟକର ମଙ୍ଗାଲୁରୁରୁ ଆସିଛି ।

ବିଜେପି ବିଧାୟକ ବେଦାସ କାମାଥଙ୍କ ସମର୍ଥିତ ଗୋଷ୍ଠୀ ଏହି ଅଭିଯୋଗ କରିଛନ୍ତି । ଅଭିଯୋଗରେ କୁହାଯାଇଛି ଯେ, ଉପକୂଳବର୍ତ୍ତୀ ସହରର Gerosa English HR Primary School ରେ ଜଣେ ଶିକ୍ଷକ ଛାତ୍ରମାନଙ୍କୁ ମହାଭାରତ ଏବଂ ରାମାୟଣକୁ ନେଇ କଳ୍ପନାକାରୀ ଶିକ୍ଷା ଦେଉଛନ୍ତି । ତାହା ସହିତ PM ମୋଦିଙ୍କ ବିରୋଧରେ ସେ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି ।

ଅଭିଯୋଗରେ ଆହୁରି କୁହାଯାଇଛି ଯେ, ଶିକ୍ଷକ ଜଣକ ଦଙ୍ଗା ଓ ଦୁଷ୍କର୍ମ ମାମଲାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କହିଥିଲେ । ଆଉ ପିଲାଙ୍କ ମନରେ ଘୃଣା କରିବାକୁ ଚେଷ୍ଟା କରାଯାଇଥିଲା । ତେଣୁ ଶନିବାର ଦିନ ସେମାନେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ଶିକ୍ଷକଙ୍କୁ ନିଲମ୍ବନ କରାଯିବା ନେଇ ଦାବି କରାଯାଇଥିଲା ।

ସେହିପରି ଅଭିଭାବକମାନେ ଦାବି କରିଛନ୍ତି ଯେ, ଶିକ୍ଷକ ୭ମ ଶ୍ରେଣୀ ଛାତ୍ରମାନଙ୍କୁ ଶିକ୍ଷା ଦେଇଛନ୍ତି । ପ୍ରଭୁ ରାମଙ୍କ ଉପରେ ପୌରାଣିକ କଥା କହିଛନ୍ତି । ଏହାକୁ ନେଇ ଅଭିଯୋଗ ହେବା ପରେ ଡିଡିପିଆଇ ଏହି ମାମଲାର ତଦନ୍ତ କରୁଛନ୍ତି । ଅଭିଯୁକ୍ତ ମନ୍ତବ୍ୟକୁ ନେଇ ସ୍କୁଲ ଶିକ୍ଷକଙ୍କୁ ବରଖାସ୍ତ କରାଯାଇଛି । ସେପଟେ ଏହି ସ୍କୁଳରେ ପୂର୍ବରୁ ଏପରି ଘଟଣା ଘଟିନଥିବା କୁହାଯାଇଛି ।