Advertisment

ମଝି ଆକାଶରେ ମିଗ୍ ବିମାନ ଦୁର୍ଘଟଣା: ୨ ପାଇଲଟଙ୍କ ମୃତ୍ୟୁ

ଦୁର୍ଘଟଣା ସ୍ଥଳ ଠାରୁ ଅଧ କିଲୋମିଟର ବ୍ୟାପି ବିମାନର ଭଗ୍ନାବଶେଷ ପଡ଼ିଛି।

author-image
Chandan Shishu
ଅଦ୍ୟତନ ହୋଇଛି
MIG 21 crashed

MIG 21 crashed

ପୁଣି ମିଗ୍ ବିମାନ ଦୁର୍ଘଟଣାଗ୍ରସ୍ତ। ଏଥିରେ ୨ ପାଇଲଟଙ୍କ ମୃତ୍ୟୁ ହୋଇଛି। ରାଜସ୍ଥାନରେ ଭାରତୀୟ ବାୟୁ ସେନାର ଏକ ମିଗ୍ ବିମାନ ଆଜି ସନ୍ଧ୍ୟାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବାରମେର ଜିଲ୍ଲା ଭୀମଡ଼ା ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏହି ବିମାନରେ ନିଆଁ ଲାଗି ଯାଇଛି।

Advertisment

ହୁତ୍ ହୁତ୍ ହୋଇ ବିମାନରେ ନିଆଁ ଜଳୁଥିବା ଦେଖିବାକୁ ମିଳିଛି। ଦୁର୍ଘଟଣା ସ୍ଥଳ ଠାରୁ ଅଧ କିଲୋମିଟର ବ୍ୟାପି ବିମାନର ଭଗ୍ନାବଶେଷ ପଡ଼ିଛି। ବିମାନରେ ୨ ଜଣ ପାଇଲଟ ଥିଲେ। ତେବେ ଦୁର୍ଘଟଣାରେ ଉଭୟଙ୍କ ମୃତ୍ୟୁ ହୋଇଛି।ବାୟୁସେନା ପକ୍ଷରୁ ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରାଯିବା ସହ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

Advertisment

ସେପଟେ ଘଟଣା ବାବଦରେ ବାୟୁସେନା ମୁଖ୍ୟ ଏୟାରଚିଫ୍ ମାର୍ଶଲ ଭିଆର୍ ଚୌଧୁରୀଙ୍କ ସହ କଥା ହୋଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ।  

Indian Air Force Fighter Aircraft
Advertisment
Advertisment