• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜାରି ରହିବ ଗରିବ କୋଟା ତଥା EWS ଆରକ୍ଷଣ । ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ତଥା ଗରିବ ଲୋକଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ (EWS ସଂରକ୍ଷଣ) ପ୍ରଦାନକୁ ଚ୍ୟାଲେଞ୍ଜ କରାଯାଇଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । CJI ୟୁୟୁ ଲଲିତଙ୍କ ଗଠିତ ୫ ଜଣିଆ ଖଣ୍ଡପୀଠରେ ଏପରି ଶୁଣାଣି ହୋଇଛି ।  ୫ ଜଜ୍ ବେଞ୍ଚ ମଧ୍ୟରୁ ଚାରିଜଣ ବିଚାରପତି ସମ୍ବିଧାନର ୧୦୩ ତମ ସଂଶୋଧନ ଅଧିନିୟମ ୨୦୧୯ କୁ ସମର୍ଥନ କରିଛନ୍ତି । ଏହାକୁ ସୁପ୍ରିମକୋର୍ଟରେ ମୋଦି ସରକାରଙ୍କ ଏକ ବଡ ବିଜୟ ବୋଲି ବିବେଚନା କରାଯାଉଛି । ଫଳରେ ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ ୧୦% କୋଟା ବଳବତ୍ତର ରହିବ । ଏଣିକି ସେମାନଙ୍କୁ ସରକାରୀ ଚାକିରି ଓ ଉଚ୍ଚଶିକ୍ଷାରେ ୧୦% କୋଟା ମିଳିବ।

କେନ୍ଦ୍ର ସରକାର ସମ୍ବିଧାନରେ ସଂଶୋଧନ କରି ସାଧାରଣ ବର୍ଗର ଅର୍ଥନୈତିକ ଦୁର୍ବଳ ଲୋକଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣର ପ୍ରାବଧାନ କରିଥିଲେ । ହେଲେ ସଂରକ୍ଷଣ ପାଇଁ ପ୍ରଦାନ କରୁଥିବା ୧୦୩ ତମ ସାମ୍ବିଧାନିକ ସଂଶୋଧନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ଆଉ ଆଜି ୫ ଜଣ ବିଚାରପତିଙ୍କ ଏକ ବେଞ୍ଚରେ ଚାରିଜଣ ବିଚାରପତି EWS ସଂରକ୍ଷଣ ସପକ୍ଷରେ ରାୟ ଦେଇଛନ୍ତି । ଅନ୍ୟପଟେ ଜଷ୍ଟିସ୍ ରବିନ୍ଦ୍ର ଭଟ୍ଟ EWS ସଂରକ୍ଷଣ ଉପରେ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଜଷ୍ଟିସ୍ ଦୀନେଶ ମାହେଶ୍ୱରୀ, ଜଷ୍ଟିସ୍ ବେଲା ତ୍ରିବେଦୀ ଏବଂ ଜଷ୍ଟିସ୍ ଜେ.ବି ପାରଦୀୱାଲା EWS ସଂରକ୍ଷଣ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି । ଜଷ୍ଟିସ ଦୀନେଶ ମାହେଶ୍ୱରୀ ତାଙ୍କ ମତ ପ୍ରକାଶ ସମୟରେ କହିଛନ୍ତି, EWS କୋଟା ସମ୍ବିଧାନର କୌଣସି ବ୍ୟବସ୍ଥାକୁ ଉଲ୍ଲଂଘନ କରେ ନାହିଁ । EWS ସଂରକ୍ଷଣ ସଠିକ୍ ଅଟେ । ଏପରିକି ଏହି ଭାରତର ସମ୍ବିଧାନର ମୌଳିକ ଗଠନକୁ ଉଲ୍ଲଂଘନ କରେ ନାହିଁ । ଜଷ୍ଟିସ ବେଲା ତ୍ରିବେଦୀ କହିଛନ୍ତି, ମୁଁ ଜଷ୍ଟିସ ଦୀନେଶ ମହେଶ୍ୱରୀଙ୍କ ମତରେ ସହମତ ହୋଇଛି । ଜଷ୍ଟିସ ପାରଦୀୱାଲା ମଧ୍ୟ ଏଥିରେ ସୟମତି ପ୍ରକାଶ କରିଛନ୍ତି ।