Advertisment

୯ ବର୍ଷର ହିସାବ ଦେଲା ମୋଦି ସରକାର ! କହିଲା କ’ଣ ନୂଆ ହୋଇଛି ଦେଶରେ...

ମୋଦି ସରକାରର ୯ ବର୍ଷ ପୂର୍ତ୍ତି ଅବସରରେ ଦିଲ୍ଲୀରେ ହୋଇଥିବା ତିନି ଦିନିଆ ମିଡିଆ ସଂବାଦରେ ବିଜେପି ପକ୍ଷରୁ ଏହା କୁହାଯାଇଛି ।

author-image
Satyendu Shekher Mishra
9 Years Of Modi Government, Report Card

9 Years Of Modi Government, Report Card

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମିଶନ ହେଉଛି କେନ୍ଦ୍ର ସରକାର ଦେଉଥିବା ପ୍ରତ୍ୟେକଟି ପଇସା ଗରିବଙ୍କ କଲ୍ୟାଣରେ ବିନିଯୋଗ ହେଉ । ମୋଦି ସରକାରର ୯ ବର୍ଷ ପୂର୍ତ୍ତି ଅବସରରେ ଦିଲ୍ଲୀରେ ହୋଇଥିବା ତିନି ଦିନିଆ ମିଡିଆ ସଂବାଦରେ ବିଜେପି ପକ୍ଷରୁ ଏହା କୁହାଯାଇଛି ।

Advertisment

୯ ବର୍ଷ ଶାସନର ହିସାବ ଦେଇ ରିପୋର୍ଟରେ ବିଜେପି ପକ୍ଷରୁ କୁହାଯାଇଛି ଯେ ଦେଶରେ ଆତଙ୍କବାଦ ଦମନ ପାଇଁ କରାଯାଇଛି ସର୍ଜିକାଲ ଷ୍ଟ୍ରାଇକ, ଏୟାରଷ୍ଟ୍ରାଇକ । ଜାମ୍ମୁ କାଶ୍ମୀରରୁ ହଟା ଯାଇଛି ୩୭୦ ଧାରା । ଆୟୁଷ୍ମାନ ଭାରତ ଯୋଜନାରେ ୫୦ କୋଟି ଲୋକଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରାଯାଇଛି । ୟୁପିଏ ଓ ଏନଡିଏର କାମ ତୁଳନାତ୍ମକ ଚିତ୍ରରେ କୁହାଯାଇଛି ୨୦୧୪ ସୁଦ୍ଧା ଗ୍ରାମାଞ୍ଚଳରେ ମାତ୍ର ୩୯ ପ୍ରତିଶତ ପାଇଖାନା ନିର୍ମାଣ ହୋଇଥିଲା । ହେଲେ ମୋଦି ସରକାରରେ ୨୦୨୩ ସୁଦ୍ଧା ଶହେ ପ୍ରତିଶତ ପାଇଖାନା ତିଆରି କରାଯାଇଛି ।

୨୦୧୪ ସୁଦ୍ଧା ଦେଶରେ ୭୪ଟି ଏୟାରପୋର୍ଟ ଥିବା ବେଳେ କେବଳ ଗତ ୯ ବର୍ଷରେ ତିଆରି ହୋଇଛି ୭୪ଟି ବିମାନ ବନ୍ଦର । ଆଗରୁ ବନ୍ଦେ ଭାରତ ଏକସପ୍ରେସ ଭଳି ଟ୍ରେନ ନ ଥିବା ବେଳେ ଏବେ ୧୩ଟି ଏପରି ହାଇ ସ୍ପିଡ୍ ଟ୍ରେନ ଚାଲୁଛି ବୋଲି ଦର୍ଶାଇଛି ବିଜେପି ।

Advertisment

ପିଏମ୍ କିଷାନ ଯୋଜନାରେ ପ୍ରତି ବର୍ଷ ଚାଷୀଙ୍କୁ ଦିଆଯାଉଛି ୬ ହଜାର ଟଙ୍କା । ପିଏମ୍ ଆବାସ ଯୋଜନାରେ ୩ କୋଟି ୫୦ ଲକ୍ଷ ପକ୍କା ଘର ନିର୍ମାଣ କରିଛନ୍ତି ମୋଦି ସରକାର । ୧୧ କୋଟି ୭୨ ଲକ୍ଷ ପାଇଖାନା ତିଆରି ହୋଇଥିବା ବେଳେ ୧୧ କୋଟି ୮୮ ଲକ୍ଷ ଘରକୁ ଦିଆଯାଇଛି ଟ୍ୟାପ ୱାଟର । କୋଭିଡ ସମୟରେ ବିଦେଶରୁ ପ୍ରାୟ ୩ କୋଟି ଲୋକଙ୍କୁ ଦେଶକୁ ଅଣାଯାଇଥିବା ବେଳେ ୟୁକ୍ରେନ ଯୁଦ୍ଧ ବେଳେ ମଧ୍ୟ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଅଣାଯାଇଥିବା ବିଜେପି ନିଜ ସଫଳତା ତାଲିକାରେ ଉଲ୍ଲେଖ କରିଛି ।

ରାମ ମନ୍ଦିର ନିର୍ମାଣ ସହିତ ଜାତୀୟ ଐତିହ୍ୟ କୀର୍ତ୍ତିରାଜିର ସଂରକ୍ଷଣ ଓ ସୁରକ୍ଷା ପାଇଁ ମୋଦି ସରକାର କାମ କରୁଛନ୍ତି ବୋଲି ଦର୍ଶାଇଛି ବିଜେପି । ବିଜେପିର ଏହି ତିନି ଦିନିଆ ମିଡିଆ ସମ୍ବାଦ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ, ରାଜୀବ ଚନ୍ଦ୍ରଶେଖର, ଅନୁରାଗ ଠାକୁର ପ୍ରମୁଖ । ଓଟିଭି ତରଫରୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ନ୍ୟୁଜ ଏଡିଟର ରାଧାମାଧବ ମିଶ୍ର ଓ ଦିଲ୍ଲୀରେ ଥିବା ଓଟିଭିର ସିନିୟର ରିପୋର୍ଟର ଶିବାନନ୍ଦ ରାଉତ ।

PM Modi BJP
Advertisment
Advertisment