• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପଶ୍ଚିମବଙ୍ଗ ଦିଘା ଅଂଚଳରୁ ଧରାପଡିଲା ଦାମିକିଆ ତେଲିଆ ମାଛ। ଗୋଟିଏ ଗୋଟିଏ ମାଛର ଓଜନ ୨୦ରୁ ୨୫ କିଲୋ ରହିଛି । ୯ଟି ମାଛ ଧରାପଡିଛି । ଏହି ମାଛ କିଲୋ ପିଛା ୩୧ ହଜାର ଟଙ୍କାରେ ବିକ୍ରି ହୋଇଛି । ସ୍ଥାନୀୟ ଅଂଚଳରେ ଏହି ମାଛକୁ ତେଲିଆ ଭୋଲା ମାଛ ବୋଲି କୁହାଯାଉଛି । ଧାମରା ଅଂଚଳ ଜଣେ ମତ୍ସ୍ୟଜୀବୀ ଏହି ମାଛକୁ ଦିଘା ମାଛ ବଜାରରେ ଆଣି ବିକ୍ରି କରିଛନ୍ତି । ଗଭୀର ସମୁଦ୍ରରେ ଏହି ମାଛ ଧରାପଡିଥିବା କହିଛନ୍ତି ମତ୍ସ୍ୟଜୀବୀ । ଏହି ମାଛ ଔଷଧ ପ୍ରସ୍ତୁତିରେ ବ୍ୟବହାର ହେଉଥିବା କହିଛନ୍ତି ସ୍ଥାନୀୟ ଲୋକେ । ପୂର୍ବରୁ ମଧ୍ୟ ଏହି ଭୋଲା ମାଛ ଦିଗା ମାଛ ବଜାରରେ ବିକ୍ରି ହୋଇଥିଲା । ତେବେ ଏତେ ବଡ଼ ଧରଣର ତେଲିଆ ମାଛ ଦିଘା ବଜାରରେ ଆଗରୁ କେବେ ଦେଖିନଥିବା ମତ୍ସ୍ୟଜୀବୀ କହିଛନ୍ତି।