Advertisment

Maoists Surrendering: ଭୁଶୁଡ଼ିଲା ଲାଲଗଡ଼; ଆତ୍ମସମର୍ପଣ କଲେ ୨୨ ମାଓବାଦୀ...

ସଂଗଠନ ହାତ ଛାଡି ସମାଜର ମୁଖ୍ୟସ୍ରୋତକୁ ଫେରୁଛନ୍ତି ମାଓବାଦୀ। ସୀମାନ୍ତ ଛତିଶଗଡ଼ର ସୁକୁମାରେ ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।

author-image
Sujit kumar Swain
ଅଦ୍ୟତନ ହୋଇଛି
Maoists surrendering on Odisha-Chhattisgarh border

Maoists surrendering on Odisha-Chhattisgarh border

ଭୁଶୁଡ଼ିଲା ଲାଲଗଡ଼। ସଂଗଠନ ହାତ ଛାଡି ସମାଜର ମୁଖ୍ୟସ୍ରୋତକୁ ଫେରୁଛନ୍ତି ମାଓବାଦୀ। ସୀମାନ୍ତ ଛତିଶଗଡ଼ର ସୁକୁମାରେ ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।
ଏମାନଙ୍କ ମଧ୍ୟ କିଛି ମାୋବାଦୀ ସୁକମାର ପୂର୍ବତନ ଜିଲ୍ଲାପାଳଙ୍କ ଅପହରଣ ମାମଲାରେ ଜଡିତ ଥିଲେ। ୨୩ ମାଓବାଦୀଙ୍କ ନାଁରେ ୧ କୋଟି ୧୮ ଲକ୍ଷ ପୁରସ୍କାର ରାଶି ଘୋଷଣା ହୋଇଥିଲା। ସୁକମା ଏସପିଙ୍କ ନିକଟରେ ସେମାନେ ଆତ୍ମସମର୍ପଣ କରିଛନ୍ତି।

Advertisment

ପୂର୍ବରୁ ଛତିଶଗଡର ବସ୍ତର IG ଓ ନାରାୟଣପୁର ଜିଲ୍ଲା ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ ୨୨ ଜଣ ମାଓବାଦୀ। ସେମାନଙ୍କ ନାଁରେ ଥିଲା ୩୭ ଲକ୍ଷ ଟଙ୍କାର ପୁରସ୍କାର। ଏମାନଙ୍କ ଭିତରେ ୧୪ ଜଣ ପୁରୁଷ ଓ ୮ ଜଣ ମହିଳା ମାଓବାଦୀ। ସରକାରଙ୍କର ଆତ୍ମସମର୍ପଣ ନୀତିରେ ଆକର୍ଷିତ ହୋଇ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ୨୨ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି।...ଆଜି ମୋଟ ୪୫ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି...

ଗତକାଲି ଛତିଶଗଡ଼ ସୀମାନ୍ତ ସୁକୁମା ଜିଲ୍ଲାରେ ପୋଲିସକୁ ମିଳିଛି ବଡ଼ ସଫଳତା ମିଳିଥିଲା । କମ୍ବିଂ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କ ହାତରେ ଧରା ପଡ଼ିଥିଲେ ୬ ଜଣ ହାଡକୋର୍ ମାଓବାଦୀ। ଏମାନଙ୍କ ମଧ୍ୟରେ ଦୁଇ ଜଣଙ୍କ ମୁଣ୍ଡରେ ଲକ୍ଷେ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା। କୋଣ୍ଟା ଥାନା ଅଞ୍ଚଳରୁ ୨ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଥିବାବେଳେ ବେଜି ଥାନା ଅଞ୍ଚଳରୁ ୪ ଜଣଙ୍କୁ ଗିରଫ କରାଯାଇଥିଲା । ଏମାନଙ୍କ ପାଖରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି।

Advertisment

ଡିଆରଜି ଓ ସିଆରପିଏଫ ବାହିନୀର ମିଳିତ ଅପରେସନ ବେଳେ ଏହି ୬ ମାଓବାଦୀଙ୍କୁ ଗିରଫ କରାଯାଇଥିଲା । ଗିରଫ ମାଓବାଦୀ ମାନେ ହେଲେ କୁଞ୍ଜାମ ମୁକା, ମାଡଭି ମୁଇୟା, ସୋଡି ଚନ୍ଦ୍ରୁ, ମୁଚାକି ଲଖମା, ସୋଡି ଦେବା ଓ ସିଙ୍ଗା ସୋଡ଼ି। ଗିରଫ ପରେ ଜଙ୍ଗଲ ଭିତରୁ ୩ କିଲୋଗ୍ରାମ ଓଜନର ଗୋଟିଏ ଟିଫିନ୍ ବୋମା, ୭ ମିଟର କୋଡେକ୍ସ ତାର, ୧୫ ମିଟର ବୈଦ୍ୟୁତିକ ତାର, ୫ଟି ଡିଟୋନିଟର୍ ଜବତ କରାଯାଇଥିଲା।

ଅଧିକ ପଢନ୍ତୁ: ବିଷାକ୍ତ ଖାଦ୍ୟ ପାଇଁ ଉଜୁଡ଼ିଗଲା ପରିବାର ! ପୁଅ, ଝିଅ ଚାଲିଗଲେ, ବାପା-ମା’ ହସ୍ପିଟାଲ୍‌ରେ ଭର୍ତ୍ତି

Maoists
Advertisment
Advertisment