/odishatv-khabar/media/post_attachments/uploadimage/library/16_9/16_9_0/IMAGE_1663146744.jpg)
Elevator Crash In Ahmedabad
୭ ମହଲାରୁ ଛିଣ୍ଡି ପଡ଼ିଲା ଲିଫ୍ଟ। ଫଳରେ ୮ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଗୁଜରାଟର ଅହମଦାବାଦ ସହରରେ ଆଜି ଏହି ଅଭାବନୀୟ ଘଟଣା ଘଟିଛି। ଏକ ନିର୍ମାଣାଧୀନ ବିଲ୍ଡିଂର ଲିଫ୍ଟ ଛିଣ୍ଡି ପଡ଼ିବା ଯୋଗୁ ଏହି ଅଘଟଣ ଘଟିଛି।
ସୂଚନା ଅନୁସାରେ, ଗୁଜରାଟ ୟୁନିଭର୍ସିଟି କ୍ୟାମ୍ପସ ନିକଟରେ ଏହି ବିଲ୍ଡିଂର ନିର୍ମାଣ ଚାଲିଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକ ଲିଫ୍ଟରେ ବିଲ୍ଡିଂର ୭ମ ମହଲାରୁ ଗ୍ରାଉଣ୍ଡ୍ ଫ୍ଲୋର୍କୁ ଆସୁଥିଲେ। ଦୁର୍ଭାଗ୍ୟବଶତଃ, ଲିଫ୍ଟଟି ଛିଣ୍ଡି ପଡ଼ିଥିଲା। ଫଳରେ ୮ ଜଣ ଶ୍ରମିକଙ୍କ ଜୀବନ ଚାଲି ଯାଇଛି। ଏନେଇ ଜୋନ୍ ୧, ଡିସିପି ସୂଚନା ଦେଇଛନ୍ତି।
ଅନ୍ୟପକ୍ଷେ, ଜମ୍ମୁ ଓ କାଶ୍କୀରର ପୁଞ୍ଚ୍ ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଖାଇକୁ ବସ୍ ଖସି ପଡ଼ିବା ଯୋଗୁ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି।ବସ୍ଟି କିଛି ଲୋକଙ୍କୁ ନେଇ ସାୱଜିଆନ୍ରୁ ମଣ୍ଡି ଅଭିମୁଖେ ଯାତ୍ରା କରୁଥିବା ବେଳେ ବରେହି ନାଲ୍ଲାହ ନିକଟରେ ଏକ ଗଭୀର ଖାଇରେ ଖସି ପଡ଼ିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)