/odishatv-khabar/media/post_attachments/uploadimage/library/16_9/16_9_0/IMAGE_1690623626.jpg)
Tamil Nadu cracker factory
ବାଣ କାରଖାନାରେ ଭୟାବହ ବିସ୍ଫୋରଣ । ବିସ୍ଫୋରଣ ଯୋଗୁ ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଶନିବାର ସକାଳେ ଘଟିଥିବା ଏହି ବିସ୍ଫୋରଣର ପ୍ରଭାବ ଏତେ ଅଧିକ ଥିଲା ଯେ ନିକଟସ୍ଥ ହୋଟେଲ କୋଠା ମଧ୍ୟ ଭୁଶୁଡି ପଡିଥିଲା । ଖାଲି ସେତିକି ନୁହେଁ, ସେଠାରେ ଥିବା ଅନ୍ୟ ୪ଟି କୋଠା ଆଂଶିକ ଭାବେ ନଷ୍ଟ ହୋଇଯାଇଥିଲା । ପରେ କିଛି ଲୋକ ସେହି କୋଠା ଘରେ ଫସି ରହିଥିବା ଜଣାପଡ଼ିଥିଲା ।
ତାମିଲନାଡୁର କୃଷ୍ଣଗିରିରେ ଥିବା ଏକ ବାଣ କାରଖାନାରେ ଏହି ବିସ୍ଫୋରଣ ଘଟିଛି । ଫଳରେ ଆଠ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଏହାକୁ ନେଇ ପୋଲିସ ପ୍ରତିକ୍ରିୟା ରଖିଛି । ପୋଲିସ କହିଛି କି, ଆହତଙ୍କ ମଧ୍ୟରୁ ୧୨ ଜଣ ଗୁରୁତର ରହିଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ସ୍ୱତନ୍ତ୍ର ଭାବେ ଚିକିତ୍ସା କରାଯାଉଛି ।
ବିସ୍ଫୋରଣର ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବିଭାଗ । ଉଦ୍ଧାରକାରୀ ଦଳ ନିଆଁକୁ ଆୟତ୍ତ କରିବା ସହ ଘର ଭିତରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ପରେ ଲୋକମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି ।
ଏହି ବିସ୍ଫୋରଣକୁ ନେଇ ଜିଲ୍ଲା ପ୍ରଶାସନ ତା’ର ପ୍ରତିକ୍ରିୟା ରଖିଛି । ଜିଲ୍ଲାପାଳ କହିଛନ୍ତି ବିସ୍ଫୋରଣ ଭୟଙ୍କର ଥିଲା । ଫଳରେ ବାଣକାରଖାନା ନିକଟରେ ଥିବା କୋଠାଟି ଭୁଶୁଡ଼ି ପଡ଼ିଛି । ଏଥି ସହ ନିକଟସ୍ଥ ଅଞ୍ଚଳର ଅନ୍ୟ ୩ଟି ଘର ମଧ୍ୟ ଆଂଶିକ ନଷ୍ଟ ହୋଇଛି । ଉଦ୍ଧାରକାରୀ ଟିମ୍ ଲୋମାନଙ୍କୁ ଉଦ୍ଧାର କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)