• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପିଏଫ୍‌ ଆକାଉଣ୍ଟଧାରୀଙ୍କ ପାଇଁ ବଡ଼ ଉପହାର । ଇପିଏଫ୍‌ଓ ପକ୍ଷରୁ ଶନିବାର ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଯେଉଁଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଏଣିକି ଅଧିକ ଇପିଏଫ୍‌ ଜମା ଟଙ୍କା ଉପରେ ଅଧିକ ସୁଧ ଦିଆଯିବ । ୨୦୨୩-୨୪ରେ ୮.୨୫ ପ୍ରତିଶତ ସୁଧ ପାଇପାରିବେ ଇପିଏଫ୍‌ ଆକାଉଣ୍ଟଧାରୀ । ତେବେ ଏହି ନିଷ୍ପତ୍ତି ସାମ୍ନାକୁ ଆସିବା ପରେ ଏବେ ଆଶା କରାଯାଉଛି ଖୁବ୍‌ ଶୀଘ୍ର ସମସ୍ତଙ୍କ ଦରମା ବୃଦ୍ଧି ହେବ ବା ଡିଏ ବୃଦ୍ଧି କରିବେ ସରକାର । ମାର୍ଚ୍ଚ ୨୦୨୪ ସୁଦ୍ଧା ସରକାର ଏହି ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି । ଏହି ବୃଦ୍ଧି ପରେ କେନ୍ଦ୍ର ସରକାରଙ୍କ କର୍ମଚାରୀମାନେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଡିଏ ପାଇପାରିବେ ବୋଲି ଆଶା କରାଯାଉଛି ।

ଇପିଏଫ୍‌ ଆକାଉଣ୍ଟଧାରୀଙ୍କ ପାଇଁ ନୂଆ ସୁଧ ହାର ଲାଗୁ ନେଇ ଇପିଏଫ୍‌ଓ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଟ୍ରଷ୍ଟିଜ୍‌ ବା ସିବିଟି ପକ୍ଷରୁ ଘୋଷଣା କରାଯାଇଛି । EPFOର ଏଭଳି ନିଷ୍ପତ୍ତି ପରେ ପ୍ରାୟ ୭ କୋଟି କର୍ମଚାରୀ ଉପକୃତ ହେବେ । ପିଟିଆଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପିଏଫ୍‌ ଆକାଉଣ୍ଟ ହୋଲ୍ଡରମାନଙ୍କ ପାଇଁ ୦.୧୦ ପ୍ରତିଶତ ସୁଧ ବୃଦ୍ଧି କରାଯାଇଛି । କାରଣ ଗତ ୨୦୨୨-୨୩ରେ ସୁଧହାର ଥିଲା ୮.୧୫ । ଏବେ ଏହାକୁ ବୃଦ୍ଧି କରାଯାଇ ୮.୨୫ କରାଯାଇଛି । ସୁଧହାର ବୃଦ୍ଧି ଖବର ପ୍ରଚାରିତ ହେବା ପରେ ଏବେ ପ୍ରତ୍ୟେକ କେନ୍ଦ୍ରୀୟ କର୍ମଚାରୀ ଡିଏ ବୃଦ୍ଧି ଆଶା ନେଇ ଚାହିଁ ବସିଛନ୍ତି ।

ଜାନୁଆରୀରୁ- ଜୁନ୍‌ ମଧ୍ୟରେ ବୃଦ୍ଧି ପାଇଥିବା ଡିଏ, ମାର୍ଚ୍ଚ ୨୦୨୪ରେ ଘୋଷଣା କରାଯିବ ବୋଲି ଆଶା କରାଯାଉଛି । ସରକାରଙ୍କ ପକ୍ଷରୁ ବର୍ଷକୁ ଦୁଇ ଥର ଡିଏ ବୃଦ୍ଧି କରାଯାଏ । ତେବେ ଏଥର କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ୪ ପ୍ରତିଶତ ଡିଏ ବୃଦ୍ଧି କରିପାରନ୍ତି କେନ୍ଦ୍ର ସରକାର ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି । ଏନେଇ ନାନା ଭିତିରି ଚର୍ଚ୍ଚା ମଧ୍ୟ ଆରମ୍ଭ ହେଲାଣି । କାରଣ ଆଗକୁ ନିର୍ବାଚନ ଆସୁଛି ।

ତେବେ ଏବେ ସୁଦ୍ଧା ଏସବୁ କଥା କେବଳ ଚର୍ଚ୍ଚା ହେଉଛି । ବିଭିନ୍ନ ରିପୋର୍ଟକୁ ଆଧାର କରି ଏନେଇ କେବଳ ଆକଳନ କରାଯାଉଛି । ଏନେଇ ସରକାରଙ୍କ ପକ୍ଷରୁ କୌଣସି ଠୋସ୍‌ ଘୋଷଣା କରାଯାଇ ନାହିଁ । କିନ୍ତୁ ଯଦି କେନ୍ଦ୍ର ସରକାର ୪ ପ୍ରତିଶତ ଡିଏ ବୃଦ୍ଧି କରନ୍ତି ତେବେ କେନ୍ଦ୍ରୀ କର୍ମଚାରୀଙ୍କ ପାଇଁ ଏହା ଏକ ବଡ଼ ଉପହାର ହେବ ବୋଲି କୁହାଯାଉଛି । ଏବେ କେନ୍ଦ୍ର ସରକାରଙ୍କ କର୍ମଚାରୀ ୪୬ ପ୍ରତିଶତ ଡିଏ ପାଉଛନ୍ତି । ଯଦି ଏଥର ୪ ପ୍ରତିଶତ ବୃଦ୍ଧି କରାଯାଏ ତେବେ ୫୦ ପ୍ରତିଶତ ଡିଏ ପାଇବେ କେନ୍ଦ୍ରୀୟ କର୍ମଚାରୀ ।

ସବୁଠାରୁ ବଡ଼ କଥା ହେଲା, ଯଦି ୪ ପ୍ରତିଶତ ଡିଏ ବୃଦ୍ଧି ଘୋଷଣା କରାଯାଏ ତେବେ ଏହା ପିଛିଲା ଭାବେ ୨୦୨୪ ଜାନୁଆରୀ ପହିଲାରୁ ଲାଗୁ ହେବ ।