• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସରକାରୀ ହସ୍ପିଟାଲ୍‌ରେ ଏବେ ବି କାମ କରୁଛି ସ୍ୱାଧୀନତା ବେଳର ୱାଶିଂ ମେସିନ୍‌ । ବର୍ତ୍ତମାନ ବଜାରରେ ମିଳୁଥିବା ନ୍ୟୁ ଟେକ୍ନୋଲଜି ଠାରୁ ବେଶ୍‌ ଆଗରେ ରହିଛି ଏହି ୭୭ ବର୍ଷର ପୁରୁଣା ୱାଶିଂ ମେସିନ୍‌ । ଏ କଥା ଆମେ କହୁନୁ କହୁଛନ୍ତି ଏହି ୱାଶିଂ ମେସିନ୍‌କୁ ବ୍ୟବହାର କରୁଥିବା କର୍ମଚାରୀ । ଯଦିଓ ମେସିନ୍‌ଟି ପୁରୁଣା ଦେଖାଯାଉଛି ଏବଂ ମେସିନ୍‌ଟିର ରଙ୍ଗ ମଳିନ ପଡ଼ିଛି । ତଥାପି ବେଶ୍‌ ଭଲ କାମ କରୁଥିବା କହିଛନ୍ତି ହସ୍ପିଟାଲ୍‌ର କର୍ମଚାରୀମାନେ ।

ୱାଶିଂ ମେସିନ୍‌କୁ ବ୍ୟବହାର କରୁଥିବା କର୍ମଚାରୀମାନେ କହିଛନ୍ତି ଯେ, ପୁରୁଣା ୱାଶିଂ ମେସିନ୍‌ ନୂଆ ୱାଶିଂ ମେସିନ୍‌ ଅପେକ୍ଷା ବହୁତ ଭଲ କାମ କରୁଛି । କପଡ଼ା ଗୁଡ଼ିକ ଭଲଭାବେ ସଫା ହେଉଛି । ପୂର୍ବରୁ ବ୍ରିଟିସ୍‌ରୁ ଆମଦାନୀ ହୋଇଥିବା ୩ଟି ୱାଶିଂ ମେସିନ୍‌ ଖରାପ ହୋଇଯାଇଛି । ହେଲେ ଏହି ମେସିନ୍‌ ଏଯାଏଁ ଭଲ କାମ କରୁଛି । ଖାଲି ସେତିକି ନୁହେଁ, ସେମାନଙ୍କ କହିବା ଅନୁସାରେ ଖରାପ ହୋଇଥିବା ୩ଟି ପୁରୁଣା ମେସିନର ଏବେ ମରାମତି କରାଯାଉ ।

୧୬୬୪ ମସିହାରେ ତାମିଲନାଡୁର ଏହି ହସ୍ପିଟାଲ ପ୍ରତିଷ୍ଠା କରାଯାଇଥିଲା । ତାମିଲନାଡୁର ସବୁଠୁ ବଡ଼ ସରକାରୀ ଡାକ୍ତରଖାନା ହେଉଛି ରାଜୀବ ଗାନ୍ଧୀ ସରକାରୀ ଜେନେରାଲ ହସ୍ପିଟାଲ । ହେଲେ ଏଠାରେ ୭୭ ବର୍ଷର ପୁରୁଣା ୱାଶିଂ ମେସିନ୍ ଆଜି ବି ଭଲଭାବେ କାମ କରୁଛି । ନଟିଂହାମ୍ର ଜେଡବ୍ଲୁ ଲାଇଟବର୍ନ ଏବଂ ସନ୍ସରୁ ଏହି ମେସିନକୁ ଅର୍ଡର କରାଯାଥିଲା । ହେଲେ କିଏ ଏହାକୁ ଅର୍ଡର କରିଥିଲେ ସେ ସମ୍ବନ୍ଧରେ କୌଣସି ସୂଚନା ମିଳିପାରିନାହିଁ ।

ଭାରତ ସ୍ୱାଧୀନ ହେବା ପରେ ବ୍ରିଟେନରୁ ଆମଦାନୀ ହୋଇଥିଲା ଏହି ମେସିନ୍‌ । ଏହି ମେସିନ୍‌ ଏବେ ବି ଭଲ ସଫା କରୁଥିବାବେଳେ ଏହା ପରେ ମଧ୍ୟ କିଛି ୱାଶିଂ ମେସିନ୍‌ ଭାଙ୍ଗି ନଷ୍ଟ ହୋଇଗଲାଣି ।

ମେସିନ୍‌ ଅର୍ଡରକୁ ନେଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ନିକଟରେ କୌଣସି ସୂଚନା ନାହିଁ । କି ରେକର୍ଡ ମଧ୍ୟ ନଥିବା କୁହାଯାଇଛି । ତେବେ ଏତେ ଗୁଡ଼ିଏ ବର୍ଷର ପୁରୁଣା ମେସିନ୍‌ ଏବେ ବି ଭଲ କାମ କରୁଥିବାରୁ ଏହାକୁ ନେଇ ଚର୍ଚ୍ଚା ଲାଗିରହିଛି ।