/odishatv-khabar/media/post_attachments/uploadimage/library/16_9/16_9_0/pm_modi_1669113809.jpg)
pm modi
ପ୍ରଥମ ପର୍ଯ୍ୟାୟରେ ୭୫ ହଜାର ଆଉ ଏବେ ୭୧ ହଜାର । ପୁଣି ଯୁବଗୋଷ୍ଠୀଙ୍କୁ ରୋଜଗାର ଭେଟି ଦେଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୭୧ ହଜାରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଏଥିପାଇଁ ସାରା ଦେଶରେ ୪୫ଟି ସ୍ଥାନରେ ରୋଜଗାର ମେଳା କାର୍ଯ୍ୟକ୍ରମର ଆୟୋଜନ ହୋଇଛି । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶରେ ୪୫ଟି ସ୍ଥାନରେ ୭୧ ହଜାର ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବିତରଣ କରିଛନ୍ତି । ମଙ୍ଗଳବାର ସକାଳ ୧୦ଟା ୩୦ରେ ଭିଡ଼ିଓ କନଫରେନସିଂ ମାଧ୍ୟମରେ ଏହି ନିଯୁକ୍ତିପତ୍ର ବଣ୍ଟାଯାଇଛି । ସମସ୍ତ ନିଯୁକ୍ତି ୟୁପିଏସସି, ଏସଏସସି ଓ ରେଲୱେରେ କରାଯାଉଛି । ସ୍ୱତନ୍ତ୍ର ଅନଲାଇନ୍ ସିଷ୍ଟମ ଦ୍ୱାରା ଖାଲି ପଦବୀ ଓ ନିଯୁକ୍ତି ପ୍ରକ୍ରିୟାର ଅନୁଧ୍ୟାନ କରାଯାଉଛି । ଖାସ୍ କରି ମହିଳା, ଦିବ୍ୟାଙ୍ଗ ଓ ଆଶାୟୀ ଜିଲ୍ଲାର ପ୍ରାର୍ଥୀମାନଙ୍କ ପାଇଁ ବିଶେଷ ଲାଭ ହୋଇପାରିବ ।
ଅଧିକ ପଢ଼ନ୍ତୁ: ‘ମୋଦି ଜଣେ ପ୍ରକୃତ ଦେଶଭକ୍ତ’ : ଭାରତର ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସାରେ ଶତମୁଖ ପୁଟିନ
କେନ୍ଦ୍ର ସରକାରଙ୍କ ପକ୍ଷରୁ ଚଳିତ ବର୍ଷ ୧୦ଲକ୍ଷ ଆଶାୟୀଙ୍କୁ ଚାକିରି ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ରୋଜଗାର ମେଳା ଅଧୀନରେ ପୂର୍ବରୁ ଅକ୍ଟୋବର ମାସରେ ୭୫ ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ଦିଆଯାଇଥିଲା । ଗତ ଥର କେନ୍ଦ୍ର ସରକାରଙ୍କ ୩୮ଟି ମନ୍ତ୍ରଣାଳୟ ଓ ବିଭାଗରେ ଖାଲି ପଡ଼ିଥିବା ପଦବୀରେ ଯୁବକଯୁବତୀଙ୍କୁ ଏଇ ନିଯୁକ୍ତି ମିଳିଥିଲା । ମୁଖ୍ୟତଃ ପ୍ରତିରକ୍ଷା, ରେଳ, ଗୃହ, ଡାକ, ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ, କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ, ସିବିଆଇ, କଷ୍ଟମ୍ସ ଏବଂ ବ୍ୟାଙ୍କିଂ କ୍ଷେତ୍ରରେ ଏହି ଚାକିରି ଦିଆଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)