/odishatv-khabar/media/post_attachments/uploadimage/library/16_9/16_9_0/IMAGE_1675932280.jpg)
7 workers die due to suffocation
କମ୍ପାନୀରେ କାମ କରୁଥିବା ବେଳେ ଚାଲିଗଲା ୭ଜଣ କର୍ମଚାରୀଙ୍କ ଜୀବନ । ଫ୍ୟାକ୍ଟ୍ରିର ତେଲ ଟ୍ୟାଙ୍କର ସଫେଇ କରୁଥିବା ବେଳେ ଜଣକ ପରେ ଜଣେ ୭ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଟ୍ୟାଙ୍କର ସଫେଇ ବେଳେ ସମସ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି ।
ସୂଚନା ମୁତାବକ ସବୁଦିନ ପରି କର୍ମଚାରୀ ମାନେ ଫ୍ୟାକ୍ଟ୍ରିକୁ କାମ କରିବାକୁ ଆସିଥିଲେ । କାମ କରିବା ସମୟରେ ଏକ ବଡ଼ ତେଲ ଟ୍ୟାଙ୍କର ସଫାକରିବାକୁ ଜଣେ କର୍ମଚାରୀ ଟ୍ୟାଙ୍କର ଭିତରକୁ ପ୍ରବେଶ କରିଥିଲେ । ହେଲେ କର୍ମଚାରୀ ଜଣକ ନଫେରିବାରୁ ଜଣକ ପରେ ଜଣେ ୭ ଜଣ କର୍ମଚାରୀ ତେଲ ଟ୍ୟାଙ୍କର ଭିତରକୁ ଯାଇଥିଲେ । ହେଲେ ଅକ୍ସିଜେନ୍ ଅଭାବରୁ ସମସ୍ତ ୭ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା ।
ଏପରି ଏକ ଅଭାବନୀୟ ଘଟଣା ଆନ୍ଧ୍ରପ୍ରଦେଶର କାକିନଡ଼ା ଜିଲ୍ଲାରେ ଘଟିଛି । ଅମ୍ବତି ସୁବନ୍ନା ତୈଳ ଫ୍ୟାକ୍ଟ୍ରୀ ନାମକ ଏକ ସଂସ୍ଥାରେ ୭ଜଣ କର୍ମଚାରୀଙ୍କ ଜୀବନ ଯାଇଛି । ଘଟଣାସ୍ଥଳରୁ ସମସ୍ତଙ୍କୁ ଉଦ୍ଧାର କରାଯାଇ ମେଡିକାଲକୁ ନିଆଯାଇଥିଲା । ସେଠାରେ ସେମାନଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଏହାକୁ ନେଇ କମ୍ପାନୀ ପରିସରରେ ଉତ୍ତେଜନା ଦେଖାଦେଇଛି ।
ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ପାଟିତୁଣ୍ଡ କରିଥିଲେ । କର୍ମଚାରୀଙ୍କ ମୃତ୍ୟୁ ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣା ସମ୍ପର୍କରେ ତଦନ୍ତ ଚଳାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)