/odishatv-khabar/media/post_attachments/uploadimage/library/16_9/16_9_0/IMAGE_1653655355.jpg)
Indian Army
ଦୁର୍ଘଟଣାରେ ୭ ଯବାନ ସହିଦ । ଲଦାଖର ତୁରତୁକ ସେର ଜୋଜିଲା ପାସ୍ରେ ମର୍ମନ୍ତୁଦ ଦୁର୍ଘଟଣା । ଏଥିରେ ୭ ଜଣ ଯବାନ ପ୍ରାଣ ହରାଇଛନ୍ତି । ଏମିତିକି କିଛି ଯବାନ ଗୁରୁତର ହୋଇଥିବା ମଧ୍ୟ ଖବର ସାମ୍ନାକୁ ଆସିଛି । ସମସ୍ତ ଆହତଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବାକୁ ପ୍ରୟାସ ଜାରି ରହିଛି ବୋଲି ସେନା ପକ୍ଷରୁ କୁହାଯାଇଛି । ଆବଶ୍ୟକସ୍ଥଳେ ଆହତଙ୍କୁ ଏୟାର ଲିଫ୍ଟ କରି ୱେଷ୍ଟର୍ଣ୍ଣ କମାଣ୍ଡ ହସ୍ପିଟାଲକୁ ନିଆଯିବା ଲାଗି ବ୍ୟବସ୍ଥା ହେଉଥିବା କୁହାଯାଇଛି ।
Advertisment
All 19 soldiers injured in the Turtuk accident have been airlifted to the Chandimandir Command Hospital: Indian Army Sources
— ANI (@ANI) May 27, 2022
ମିଳିଥିବା ସୂଚନା ଅନୁସାରେ ଯବାନମାନଙ୍କୁ ନେଇ ଯାଉଥିବା ଗାଡ଼ିଟି ଜୋଜିଲା ପାସ୍ ପାଖରେ ନିୟନ୍ତ୍ରଣ ହରାଇ ଶ୍ୟୋକ ନଦୀ ଗର୍ଭକୁ ଗଳି ପଡ଼ିଥିଲା । ଫଳରେ ୭ଜଣ ଯବାନଙ୍କ ଜୀବନ ଚାଲାଯାଇଛି । ଘଟଣାସ୍ଥଳରେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)