Advertisment

ମହାରାଷ୍ଟ୍ର ନାନ୍ଦେଡ୍ ହସ୍ପିଟାଲରେ ଥମୁନି ମୃତ୍ୟୁ, ୪୮ ଘଣ୍ଟାରେ ମୋଟ ୩୧ ଜଣଙ୍କ ମୃତ୍ୟୁ

ଏତେ ରୋଗୀଙ୍କ ମୃତ୍ୟୁ ପାଇଁ ଔଷଧର ଅଭାବ ଓ କର୍ମଚାରୀଙ୍କ ଅଭାବକୁ ଦାୟୀ କରିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ବିଶେଷ କରି ଜରୁରୀକାଳୀନ ମେଡିସିନର ଅଭାବ ଥିବା କୁହାଯାଇଛି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Maharastra Hospital

Maharastra Hospital

ମହାରାଷ୍ଟ୍ର ନାନ୍ଦେଡ୍ ହସ୍ପିଟାଲରେ ଥମୁନି ମୃତ୍ୟୁର ତାଣ୍ଡବ । ଆଜି ଆଉ ୭ ଜଣଙ୍କ ଗଲା ଜୀବନ । ଏହାକୁ ମିଶାଇ ୪୮ ଘଣ୍ଟାରେ ମୋଟ ୩୧ ଜଣଙ୍କ ମୃତ୍ୟୁ ହେଲାଣି । ମୃତକଙ୍କ ମଧ୍ୟରେ ଅଛନ୍ତି ୧୬ ଜଣ ଶିଶୁ । ଦୁର୍ଘଟଣା, ହୃଦଘାତ, ସାପ କାମୁଡ଼ା ଓ ଫୁଡ୍ ପଏଜନିଂ ବା ଖାଦ୍ୟ ବିଷକ୍ରିୟା ଯୋଗୁଁ ଲୋକଙ୍କ ମୃତ୍ୟୁ ଘଟିଛି । ଆହୁରି ୭୦ରୁ ଅଧିକ ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଇଛି। ଏତେ ରୋଗୀଙ୍କ ମୃତ୍ୟୁ ପାଇଁ ଔଷଧର ଅଭାବ ଓ କର୍ମଚାରୀଙ୍କ ଅଭାବକୁ ଦାୟୀ କରିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ ।

Advertisment

ବିଶେଷ କରି ଜରୁରୀକାଳୀନ ମେଡିସିନର ଅଭାବ ଥିବା କୁହାଯାଇଛି । ଏହାକୁ ନେଇ ସାରା ଦେଶରେ ଉଦବେଗ ପ୍ରକାଶ ପାଇବା ପରେ DMET ଏକ ତଦନ୍ତ କମିଟି ଗଠନ କରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀ ମଧ୍ୟ ନିଜେ ଏହି ହସ୍ପିଟାଲକୁ ଯାଉଛନ୍ତି । ତେବେ ଔଷଧ ଅଭାବ ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି ଏବଂ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ମହାରାଷ୍ଟ୍ରରେ ମେଡିକାଲରେ ଏଭଳି ମୃତ୍ୟୁ ନୂଆ କଥ୍ୟା ନୁହେଁ। ନାନ୍ଦେଡର ସେହି ହସ୍ପିଟାଲରେ ପ୍ରତିଦିନ ୧୦ରୁ ୧୫ ରୋଗୀଙ୍କ ମୃତ୍ୟୁ  ହୋଇଥାଏ ବୋଲି ଅଭିଯୋଗ ହେଉଛି। ସେହିଭଳି କିଛି ଦିନ ପୂର୍ବରୁ ଥାନେରେ ମଧ୍ୟ ଏକ ହସ୍ପିଟାଲରେ ଏଭଳି  ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ସେପତେ ଏହି ଘଟଣାକୁ ନେଇ ରାଜନୀତିବି ଜୋର ଧରିଛି। ଏହି ପ୍ରସଙ୍ଗରେ ସିନ୍ଦେ ସରକାରକୁ ଘେରିଛନ୍ତି ବିରୋଧୀ। ... 

Advertisment

ଶଙ୍କରରାଓ ଚହ୍ୱାନ ସରକାରୀ  ହସ୍ପିଟାଲରେ ୫୦୦ ବେଡ ଯାଏଁ ମଞ୍ଜୁରୀ ଥିବାବେଳେ ଏଠାରେ ରହିଛି ଏକ ହଜାରୁ ଅଧିକ ବେଡ।  କିନ୍ତୁ ଡାକ୍ତର ଓ ଷ୍ଟାଫ ୫୦୦ ବେଡ ପାଇଁ ନିଯୁକ୍ତ ହୋଇଛନ୍ତି, ଯାହାକି  ରୋଗୀ ସଂଖ୍ୟା ତୁଳନାରେ ବହୁତ  କମ। ଏଠାରେ ଆହୁରି ୫୦୦ ପାରା ମେଡିକାଲ ଓ ଅନ୍ୟ ଷ୍ଟାଫଙ୍କ ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି । ସେପଟେ ଏହି ଘଟଣାକୁ ନେଇ ରାଜନୀତି ବି ଜୋର ଧରିଛି। ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି। ମନ୍ତ୍ରୀ କହିଛନ୍ତି ଘଟଣାର ତଦନ୍ତ  ନିର୍ଦ୍ଦେଶ ଦିଆଯାଇଛି ।

India News Maharastra
Advertisment
Advertisment