• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମନ୍ଦିର ଭିତରେ ଛକି ବସିଥିଲା ମୃତ୍ୟୁ । ପ୍ରସାଦ ସେବନ ପାଇଁ ଅପେକ୍ଷା କରିଥିବା ବେଳେ ପଡ଼ିଗଲା ଗଛ । ଫଳରେ ଘଟଣାସ୍ଥଳରେ ୭ ଜଣକଙ୍କ ଜୀବନ ଚାଲିଗଲା । ଏଭଳି କିଛି ଦୁଃଖଦ ଘଟଣା ଘଟିଛି ମହାରାଷ୍ଟ୍ର ଅକୋଲାରେ । ଏହାସହ ଏହି ଦୁର୍ଘଟଣାରେ ପ୍ରାୟ ୫ ଜଣ ଗୁରୁତର ଅଛନ୍ତି । ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଗତକାଲି ସନ୍ଧ୍ୟା ସମୟରେ ଅକୋଲା ସ୍ଥିତ ବାବାଜୀ ମହାରାଜ ମନ୍ଦିରରେ ପ୍ରସାଦ ବଣ୍ଟନ ହେଉଥିଲା । ଏଥିପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଥିଲା । ଆଉ ମନ୍ଦିର ପାଖରେ ଲୋକେ ପ୍ରସାଦ ପାଇଁ ଅପେକ୍ଷା କରିଥିଲେ । ସେହି ସମୟରେ ହଠାତ୍‌ ଜୋରରେ ପବନ ବର୍ଷା ହେବାରୁ ପାଖରେ ଥିବା ଏକ ନିମ୍ବ ଗଛ ଭାଙ୍ଗି ଭକ୍ତଙ୍କ ଉପରେ ହିଁ ଟଳି ପଡ଼ିଥିଲା । ଫଳରେ ଏଥିରେ ୧୨ ଜଣ ଚାପି ହୋଇ ରହି ଯାଇଥିଲେ ।

ଅଧିକ ପଢ଼ନ୍ତୁ: ମନ୍ଦିର ଭିତରେ ମୃତ୍ୟୁ, ପାଣି ଟାଙ୍କିରେ ବୁଡ଼ିଯାଇ ୫ ପୂଜାରୀ ମୃତ

ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ପୋଲିସ୍‌ ଓ ଅଗ୍ନିଶମ କର୍ମଚାରୀ । ତୁରନ୍ତ ଅନ୍ୟ ଶ୍ରଦ୍ଧାଳୁଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଥିଲା । ଗ୍ୟାସ କଟର ସାହାଯ୍ୟରେ ଗଛକୁ କାଟି ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଇଥିଲା ।

ଏବେ ୫ଜଣଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ଅଘଟଣରେ ଘଟଣାସ୍ଥଳରେ ହିଁ ୭ ଜଣଙ୍କ ମୃତ୍ୟୁ ହୋଇଛି । ଘଟଣା ପରେ ତୁରନ୍ତ ସହାୟତା ଓ ମେଡିକାଲ୍ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିଂ ।