• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପରିଣତ ବୟସରେ ଦ୍ୱିତୀୟ ବିବାହ । ଟିପି ଟିପି ଚନ୍ଦନ ନାଇ ବାହା ମଣ୍ଡପରେ ବସିଲେ ୬୫ ବର୍ଷ ବୟସ୍କ ବ୍ୟକ୍ତି । ଏହି ବିବାହରେ ତାଙ୍କର ୬ ଝିଅ ଜ୍ୱାଇଁ ଓ ସେମାନଙ୍କ ସମସ୍ତ ପିଲାଛୁଆ ସାମିଲ ହୋଇଛନ୍ତି । ଖୁବ୍‌ ଧୁମଧାମରେ ବିବାହ ଉତ୍ସବର ଆୟୋଜନ କରାଯାଇଛି । ତେବେ ପରିଣତ ବୟସର ଅପରାହ୍ନରେ ବି ନିଜ ବିବାହରେ ଠୁମକା ଲଗେଇଛନ୍ତି ବ୍ୟକ୍ତି ଜଣକ । ଉତ୍ତର ପ୍ରଦେଶର ଏକ ଗାଁ ହୁସେନପୁର ଗାଁରେ ଏପରି ଘଟଣା ଘଟିଛି । ଯାହାର ଭିଡିଓ ସୋସିଆଲ ମିଡିଆ ରେ ଭାଇରାଲ୍ ହେଉଛି ।

ଅଧିକ ପଢ଼ନ୍ତୁ: ମା’ ବାହାଘରରେ ଝିଅ ମଧ୍ୟସ୍ଥି : ୫୦ବର୍ଷୀୟା ମହିଳାଙ୍କ ଦ୍ୱିତୀୟ ବିବାହ କରାଇଲା ଝିଅ

ହୁସେନପୁର ଗାଁର ନକଛେଦ ଯାଦବ । ବୟସ ୬୫ ବର୍ଷ । ତାଙ୍କର ଛଅ ଝିଅ । ସମସ୍ତେ ବିବାହ କରିସାରିଛନ୍ତି । ଏପରିକି ସମସ୍ତଙ୍କର ପିଲାଛୁଆ ମଧ୍ୟ ଅଛନ୍ତି । ଏବେ ସେ ନିଜ ଠାରୁ ୪୧ ବର୍ଷ ସାନ ଯୁବତୀ ନନ୍ଦିନୀଙ୍କୁ ବିବାହ କରିଛନ୍ତି । ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ପରେ ଏକା ହୋଇଯାଇଥିଲେ ନକଛେଦ । ଘରେ କେହି ନଥିବାରୁ ତାଙ୍କୁ ଆଦୌ ଭଲ ଲାଗୁନଥିଲା । ଆଉ ଏଥିପାଇଁ ପରିବାର ଲୋକଙ୍କ ସହମତିରେ ଆଉ ଥରେ ଘର ବସାଇଛନ୍ତି ।

ଆଉ ଏହି ବିବାହରେ ନକଛେଦଙ୍କ ଛଅ ଝିଅ ଛଅ ଜ୍ୱାଇଁ ଓ ସମସ୍ତଙ୍କ ପିଲାଛୁଆ ଯୋଗ ଦେଇଛନ୍ତି । ହିନ୍ଦୁ ରୀତିନୀତିରେ ନକଛେଦ୍‌ ଓ ନନ୍ଦୀନିଙ୍କର ବିବାହ ହୋଇଛି । ବରଯାତ୍ରୀରେ ମୋଟ୍‌ ୫୦ ଜଣ ଲୋକ ସାମିଲ ହୋଇଥିଲେ । ବାଜା, ରୋଷଣୀରେ ବିବାହ ହୋଇଛି ।