Advertisment

ଆଖିକୁ ଦିଶୁଥିଲା, ହେଲେ ଅପରେସନ୍‌ ପରେ ଆଉ ଜମା ଦିଶିଲାନି...

ସ୍ୱାସ୍ଥ୍ୟ ବିଭାଗର ଅବହେଳା ଯୋଗୁ ୬ ଜଣ ରୋଗୀଙ୍କ ଦୃଷ୍ଟିଶକ୍ତି ଚାଲି ଯାଇଥିବା ଅଭିଯୋଗ ହୋଇଛି। ମୋତିଆବିନ୍ଦୁ ଅପରେସନ୍‌ ପରେ ସେମାନଙ୍କ ଆଖି ଏତେ ମାତ୍ରାରେ ଖରାପ ହୋଇଥିଲା ଯେ, ସେମାନଙ୍କୁ ଆଉ କିଛି ଦିଶିଲା ନାହିଁ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Cataract Surgery

6 Patients Who Underwent Cataract Surgery Lost Their Eyesight

ଆଖିକୁ ଦିଶୁଥିଲା, ହେଲେ ମୋତିଆବିନ୍ଦୁ ଅପରେସନ୍‌ ପରେ ଚାଲିଗଲା ଦୃଷ୍ଟିଶକ୍ତି। ଉତ୍ତରପ୍ରଦେଶ କାନପୁର ସ୍ୱାସ୍ଥ୍ୟ ବିଭାଗର ଅବହେଳା ଯୋଗୁ ୬ ଜଣ ରୋଗୀଙ୍କ ଦୃଷ୍ଟିଶକ୍ତି ଚାଲି ଯାଇଥିବା ଅଭିଯୋଗ ହୋଇଛି। ମୋତିଆବିନ୍ଦୁ ଅପରେସନ୍‌ ପରେ ସେମାନଙ୍କ ଆଖି ଏତେ ମାତ୍ରାରେ ଖରାପ ହୋଇଥିଲା ଯେ, ସେମାନଙ୍କୁ ଆଉ କିଛି ଦିଶିଲା ନାହିଁ।

Advertisment

ଚିକିତ୍ସା ପାଇଁ ବହୁ ଦିନ ଧରି ହସ୍ପିଟାଲ୍‌କୁ ଦୌଡ଼ିବା ପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ଶେଷରେ CMOଙ୍କ ନିକଟରେ ସେମାନେ ଅଭିଯୋଗ କରିଥିଲେ। ଏହାପରେ ତୁରନ୍ତ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। କାରଣ ଏହି କ୍ୟାମ୍ପ CMOଙ୍କ ଅନୁମତି କ୍ରମେ DBCS ଯୋଜନା ଆଧାରରେ କରାଯାଇଥିଲା।

ଅଧିକ ପଢ଼ନ୍ତୁ: ଗୋଡ଼ହାତ ବାନ୍ଧିଲେ, ପାଟି ବନ୍ଦ କଲେ ! ବିନା ଆନେସ୍ଥେସିଆରେ ୨୪ ମହିଳାଙ୍କ ଅପରେସନ୍‌ . . .

Advertisment

ମିଳିଥିବା ସୂଚନା ଅନୁସାରେ, ନଭେମ୍ବର ୨ରେ ଶିବରାଜପୁରର ୬ ଜଣ ବ୍ୟକ୍ତି କାନପୁର ସାଉଥର ଆରାଧ୍ୟା ନର୍ସିଂ ହୋମ୍‌ରେ ମାଗଣାରେ ମୋତିଆବିନ୍ଦୁ ଅପରେସନ୍‌ କରିଥିଲେ। ଅପରେସନ୍‌ ପରେ ହସ୍ପିଟାଲ୍‌ କର୍ମଚାରୀ ଏହି ୬ ଜଣଙ୍କୁ ଗାଁରେ ଛାଡ଼ିଥିଲେ। ତେବେ ରୋଗୀଙ୍କ ଅଭିଯୋଗ ଯେ, ଅପରେସନ୍‌ ପରେ ହିଁ ସେମାନଙ୍କ ଆଖିରେ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା। ଏହାପରେ ଧୀରେ ଧୀରେ ଆଖିରୁ ପାଣି ବାହାରି ଥିଲା ଓ ପରେ ଆଉ କିଛିବି ଦିଶି ନଥିଲା। ଶେଷରେ ସେମାନେ ଦୃଷ୍ଟିଶକ୍ତି ହରାଇ ଥିବା ଅଭିଯୋଗ ହୋଇଛି।

ଏନେଇ ହସ୍ପିଟାଲ୍‌ରେ ଅଭିଯୋଗ କରିଥିଲେ ମଧ୍ୟ ହସ୍ପିଟାଲ୍‌ ପକ୍ଷରୁ ମେଡିସିନ୍‌ ଦିଆଯାଇ ଫେରାଇ ଦିଆଯାଇ ଥିଲା। ଶେଷରେ ଉପାୟଶୂନ୍ୟ ହୋଇ CMOଙ୍କ ନିକଟରେ ସେମାନେ ଅଭିଯୋଗ କରିଥିଲେ।

Cataracts Surgery
Advertisment
Advertisment