• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିନା ଆନେସ୍ଥେସିଆରେ ପରିବାର ନିୟୋଜନ ଅପରେସନ୍‌ । ଭୟ ତଥା ଯନ୍ତ୍ରଣା ଜର୍ଜରିତ ହୋଇ ମହିଳାମାନେ ଚିତ୍କାର କରୁଥିଲେ । ହେଲେ ତାଙ୍କ ଚିତ୍କାର କିମ୍ବା ବିକଳ କାନ୍ଦଣା ଶୁଣିବା ପାଇଁ କେହିନଥିଲେ । ବଳପୂର୍ବକ ତାଙ୍କର ଅପରେସନ୍‌ କରାଯାଇଛି । ବିହାରରେ ଏପରି ଅଭାବନୀୟ ଘଟଣା ଘଟିଛି । ଆସୌଲି କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିବାର ନିୟୋଜନ ପାଇଁ ଆସିଥିବା ଅନେକ ମହିଳାଙ୍କୁ ବେହୋସ୍‌ କରିବାର ଇଞ୍ଜେକ୍ସନ୍ ନଦେଇ ଜୋରଜବରଦସ୍ତ ଅପରେସନ୍‌ କରାଯାଇଛି ।

ମହିଳାମାନଙ୍କ ଅଭିଯୋଗ ଅନୁସାରେ, ସ୍ୱାସ୍ଥ୍ୟ କର୍ମୀମାନେ ହାତ, ଗୋଡ ତଥା ପାଟି ବନ୍ଦ କରି ଏହି ଅପରେସନ କରିଛନ୍ତି । ଅପରେସନ୍‌ ସମୟରେ ସମସ୍ତେ ଚିତ୍କାର କରି କାନ୍ଦୁଥିଲେ, ତଥାପି କେହି ଶୁଣିଲେନି । ଜଣେ କି ଦୁଇ ଜଣ ନୁହେଁ ୨୪ ଜଣ ମହିଳାଙ୍କ ସହ ଏପରି ଅତ୍ୟାଚାର କରାଯାଇଛି ।  ଗ୍ଲୋବାଲ୍ ଡେଭଲପମେଣ୍ଟ ଇନିସିଏଟିଭ୍ ନାମକ ଏକ ଘରୋଇ ସଂସ୍ଥା ଏହି ମହିଳାମାନଙ୍କ ଅପରରେସନ୍‌ କରାଇଥିବା କୁହାଯାଉଛି । ତେବେ ଏହି ଘଟଣା ପ୍ରଥମ ନୁହେଁ ଚଳିତ ମାସରେ ଜିଲ୍ଲାର ପରବନା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟ ଏହିପରି ଘଟଣା ଘଟିଛି ।

ପରବନା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିବାର ନିୟୋଜନ ଅପରେସନ୍‌ କରାଇବା ପୂର୍ବରୁ ମହିଳାମାନେ ଘଣ୍ଟା ଘଣ୍ଟା ତଳେ ଚଟାଣରେ ଶୋଇ ରହିଥିଲେ ।  ସେଠାରେ ମଧ୍ୟ ଏକ ପ୍ରାଇଭେଟ୍‌ ଏଜେନ୍ସି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିବାର ନିୟୋଜନ ଅପରେସନ୍ ପାଇଁ  ଚୁକ୍ତି କରିଥିଲା । ମୋଟ ଉପରେ କହିବାକୁ ଗଲେ ଘରୋଇ ଏଜେନ୍ସି ଗୁଡ଼ିକ ମହିଳାଙ୍କ ଜୀବନ ସହିତ ଖେଳ ଖେଳୁଛନ୍ତି । ଏକଥା ଶୁଣିଲେ ଦେହ ଥରି ଉଠୁଛି, ଆଉ ଯେଉଁମାନଙ୍କ ସହ ଏପରି ହୋଇଛି ସେମାନଙ୍କ ଅବସ୍ଥା କିପରି ଥିବ ଆପଣ ଚିନ୍ତା କରିପାରୁ ଥିବେ ।

ଡାକ୍ତରଙ୍କ କହିବାନୁସାରେ, ଏପରି ଅବସ୍ଥାରେ ମହିଳାମାନେ ସଂକ୍ରମଣର ଶିକାର ହେବା ସହ ଯନ୍ତ୍ରଣା ଯୋଗୁଁ ତାଙ୍କର ମୃତ୍ୟୁ ମଧ୍ୟ ହୋଇପାରେ । ଏନେଇ ସିଭିଲ ସର୍ଜନ ଡକ୍ଟର ଅମରନାଥ କହିଛନ୍ତି, ଏହି ମାମଲାର ତଦନ୍ତ କରାଯିବ ଏବଂ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅନ୍ୟପକ୍ଷରେ ପରବନା ମାମଲାରେ ପିଏଚସି ପ୍ରଭାରୀଙ୍କ ଠାରୁ ସ୍ପଷ୍ଟୀକରଣ ମଗାଯାଇଛି ।