Advertisment

Stampede in Tirupati: ତିରୁପତି ମନ୍ଦିରରେ ଦଳାଚକଟା, ଚାଲିଗଲା ୬ ଜଣଙ୍କ ଜୀବନ

ଆସନ୍ତାକାଲି ଭୋର୍ ୫ଟାରେ ଟିକେଟ୍ କାଉଣ୍ଟର ଖୋଲିଥାନ୍ତା । ତେବେ ଏହା ପୂର୍ବରୁ ଆଜି ସନ୍ଧ୍ୟାରେ ହିଁ ଟିକେଟ୍ ପାଇଁ ଲାଗିଯାଇଥିଲା ଭିଡ଼ । ୪ ହଜାରରୁ ଅଧିକ ଶ୍ରଦ୍ଧାଳୁ ମନ୍ଦିରରେ ଉପସ୍ଥିତ ଥିଲେ ।

ତିରୁପତିରେ ଦଳାଚକଟା

ତିରୁପତିରେ ଦଳାଚକଟା

Advertisment

ତିରୁପତିରେ ଦଳଚକଟା । ବୈକୁଣ୍ଠ ଦ୍ବାର ଦର୍ଶନ ପାଇଁ ଟୋକନ୍ ବଣ୍ଟନ ବେଳେ ଦଳାଚକଟା ହୋଇଛି । ଏଥିରେ ୬ ଜଣ ଶ୍ରଦ୍ଧାଳୁ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି । ଦଳାଚକଟାରେ ଆଉ କିଛି ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ତୁରନ୍ତ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

Advertisment

ଅଧିକ ପଢ଼ନ୍ତୁ: ଚଷମାରେ ରାମ ମନ୍ଦିର ଭିତରର ଫଟୋ କ୍ଲିକ୍ କରୁଥିଲେ; ତା’ପରେ...

ଆସନ୍ତାକାଲି ଭୋର୍ ୫ଟାରେ ଟିକେଟ୍ କାଉଣ୍ଟର ଖୋଲିଥାନ୍ତା । ତେବେ ଏହା ପୂର୍ବରୁ ଆଜି ସନ୍ଧ୍ୟାରେ ହିଁ ଟିକେଟ୍ ପାଇଁ ଲାଗିଯାଇଥିଲା ଭିଡ଼ । ୪ ହଜାରରୁ ଅଧିକ ଶ୍ରଦ୍ଧାଳୁ ମନ୍ଦିରରେ ଉପସ୍ଥିତ ଥିଲେ । ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ବରିଷ୍ଠ ଅଧିକାରୀଙ୍କୁ ତୁରନ୍ତ ଘଟଣାସ୍ଥଳକୁ ଯିବାକୁ ନିର୍ଦ୍ଦେଶ
ଦେବା ସହ ଆହତଙ୍କୁ ଯଥାଶୀଘ୍ର ଉନ୍ନତ ଚିକିତ୍ସା ଯୋଗାଇଦେବାକୁ କହିଛନ୍ତି । କେଉଁ ପରିସ୍ଥିତିରେ ଏଭଳି ଦଳାଚକଟା ଘଟିଲା, ତା’ର ଅନୁଧ୍ୟାନ କରାଯାଉଛି ।

ବୈକୁଣ୍ଠ ଏକାଦଶୀ ଅବସରରେ ତିରୁପତିର ବୈକୁଣ୍ଠ ଦ୍ବାରରେ ସ୍ବତନ୍ତ୍ର ଦର୍ଶନ ପାଇଁ ମନ୍ଦିର ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। ଏଥିପାଇଁ ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ଆସିବା ନେଇ ଆକଳନ କରାଯାଇଥିଲା। ୮ଟି ସ୍ଥାନରେ ଦର୍ଶନ ଟିକେଟ୍ ପାଇଁ ତିରୁମାଲ୍ଲା ତିରୁପତି ଦେବସ୍ଥାନମ୍ ପକ୍ଷରୁ ବ୍ୟବସ୍ଥା ବି କରାଯାଇଥିଲା । ତଥାପି ଦଳାଚକଟା ଘଟି ୬ ଜଣଙ୍କ ମୃତ୍ୟୁ ହୋଇଛି । 

Advertisment

ଅଧିକ ପଢ଼ନ୍ତୁ: ଏସିଆ ମାନଚିତ୍ର ବଦଳାଇ ଦେବ ଆରାକାନ ଆର୍ମି

Andhra Pradesh Tirupati Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ